Browsing author

SATYA SANDHANA DESK

ଉଡାଣ ପୂର୍ବରୁ ଜଳିଗଲା ବିମାନ

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ)ଉଡାଣ ପୂର୍ବରୁ ବିମାନ ବନ୍ଦରରେ ଜଳିଗଲା ବିମାନ । ଚୀନର ଚୁଙ୍ଗଚିଙ୍ଗ୍ ବିମାନ ବନ୍ଦରରେ ତିବ୍ବତ୍ ଏୟାରଲା ଇନସର ଏକ ବିମାନଟି ଜଳିଯାଇଛି । ୧୧୩ ଜଣ ଯାତ୍ରୀ ଓ ୯ଜଣ କ୍ରୁ ମେମ୍ବରକୁ ନେଇ ତିବ୍ବତ୍ ଏୟାରଲାଇନସର ବିମାନଟି ରନେୱେରେ ଯାଉଥିବା ବେଳେ ହଠାତ୍ ଖସି ଯାଇଥିଲା ।

ବଦଳିବ ପାଗ

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ) ଓଡ଼ିଶାରେ ଆଉ ବାତ୍ୟାର ପ୍ରଭାବ ନାହିଁ ।ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣରୁ ବର୍ଷା ସମ୍ଭାବନା ରହିଥିବାବେଳେ ପାଗ ବଦଳିବା ସହ ତାତି ବଢିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଭୋଜିରେ ଗଡିଲା ମୁଣ୍ଡ

ବୁର୍ଲା ,୧୨/୫(ଏସ ଏସ ନିଉଜ)ବିବାହ ଭୋଜିରେ ମାଂସ ଖାଇବାକୁ ନେଇ କଥା କଟାକଟି ଓ ପରେ ଭୁଜାଲିରେ ଆକ୍ରମଣ କରିବାରକୁ ସୁମିତ୍‌ ଷଣ୍ଢ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ଏହି ଅଭାବନୀୟ ଘଟଣା ବିଜୁ କଲ୍ୟାଣ ମଣ୍ଡପରେ ଘଟିଛି ।ଖବର ପାଇ ପୋଲିସ କଲ୍ୟାଣମଣ୍ଡପକୁ ସିଲ୍‌ କରି ମୃତଦେହ ଜବତ କରିବା ସହ ଏହି ଘଟଣାରେ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା ଚଳାଇଛି ।

୧୩୩ କୋଟିର ସମ୍ପତ୍ତି ସିଜ୍

ଭୁବନେଶ୍ୱର,୧୨/୫(ଏସ ଏସ ନିଇଜ)ଇଡି ରେଡ୍ କରି ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରୁ ନଗଦ ୬୯ ଲକ୍ଷ ଟଙ୍କା ସହ ୧୩୩ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ସିଜ୍ କରିଥିବା ଜଣାପଡିଛି । ବେଆଇନ ଖଣି କାରବାର ଅଭିଯୋଗରେ ଗତକାଲି ଜିତୁ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଥିଲା ଇଡି ।

ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

ଚୌଦ୍ୱାର,୧୨/୫(ଏସ ଏସ ନିଉଜ)ହନୁମାନଲେନ୍‌ ଅଞ୍ଚଳରେ ନିର୍ମାଣଧିନ ଘରୁ ନିରାମଣି ମାରାଣ୍ଡି ନାମକ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତା ମହିଳା ଜଣଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଅଞ୍ଚଳରେ ହୋଇଥିବାବେଳେ ସେ ବିଶ୍ୱନାଥ ମାରାଣ୍ଡିଙ୍କ ଦ୍ୱିତୀୟ ପତ୍ନୀ । ନିର୍ମାଣଧିନ ଘର ନିକଟରେ ଏକ ଝୁମ୍ପୁଡିଘରେ ଏମାନେ ରହୁଥିଲେ ।ନିର୍ମାଣଧିନ ଘରର ପିଲାର ଥିବା ରଡରେ ଶାଢୀରେ ଓହଳି ଥିବାର ପରିବାର ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।ପୋଲିସ ମୃତଦେହକୁ ଜବତ […]

ଚକରାକୁ ଗୁଳି

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ) ରାଜଧାନୀ ଅଂଚଳରେ ଅପରାଧ ଜଗତରେ ଆତଙ୍କ ଖେଳାଇଥିବା ଚକରା ବାରିକକୁ ପୋଲିସ ଗୁଳି କରିଛି ।ତାକୁଗୁରୁତର ଅବସ୍ଥାରେ ପୋଲିସ ତାକୁ ହସପିଟାଲରେ ଭର୍ତି କରାଯାଇଛି । ତେବେ ସହଯୋଗୀ ଖସି ଯାଇଥିବା ଜଣାପଡିଛି ।କୁଖ୍ୟାତ ଅପରାଧୀ ରବି ରାଓର ମୁଖ୍ୟ ସହଯୋଗୀ ଚକରା ବାରିକର ଗ୍ୟାଙ୍ଗ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଦୌରାତ୍ମ୍ୟ ସୃଷ୍ଟି କରିଛନ୍ତି । ଡକାୟତି, ଲୁଟ, ରାହାଜାନୀ, ଜମି ଦଖଲ ଭଳି ଅପରାଧରେ ଏହି ଗ୍ୟାଙ୍ଗର ପ୍ରମୁଖ […]

ଆଜିର ରାଶିଫଳ

ମଇ ମାସ ୧୨ ତାରିଖ ୨୦୨୨ମସିହା(ଗୁରୁବାର)ବୈଶାଖ-ଶୁକ୍ଳପକ୍ଷ,ତିଥି- ଏକାଦଶୀ ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୧୯ ,ତୁଳା ଓ କୁମ୍ଭ ରାଶିର ଘାତ ବାର,ବୃଷ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ରାତ୍ରି ଘ ୦୭/୧୩ ପର୍ଯ୍ୟନ୍ତ ତଦନ୍ତେ ପୋଇ ଭକ୍ଷଣ ନିଷେଧ। ମେଷ👉ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇ ପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା […]

ଘଣ୍ଟାଏରୁ ଦେଢଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ଅସାନି

ଭୁବନେଶ୍ୱର,୧୧/୫(ଏସଏସନିଉଜ) ବାତ୍ୟା ଅସାନି ଦୁର୍ବଳ ହୋଇ ସାମୁଦ୍ରିକ ଝଡ ଭାବେ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିଛି । ଆନ୍ଧ୍ରର କାକିନାଡା-ମଛଲିପଟନମ ନିକଟରେ ସ୍ଥଳଭାଗ ଛୁଇଁପାରେ ।ଘଣ୍ଟାଏରୁ ଦେଢ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।ସ୍ଥଳଭାଗ ଛୁଇଁ ଏହା ଡାହାଣକୁ ରିକର୍ଭ କରିବ ।ଏହାପରେ ଧୀର ଗତିରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ସମୁଦ୍ର ସହ ସମାନ୍ତରଳ ଭାବେ ଗତି କରିବ ବୋଲି ଏସଆରସି ପ୍ରଦୀପ ଜେନା ସୁଚନା ଦେଇଛନ୍ତି ।

ଦୁର୍ଘଟଣାରେ ଚାଲିଗଲା ଦୁଇଜଣଙ୍କ ଜୀବନ

ତେଲକୋଇ, ୧୧/୫(ଏସଏସନିଉଜ)କାଞ୍ଜିପାଣି ଘାଟି ନିପୋ ଛକରେ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ ହୋଇଥିବାବେଳେ ୪ ଗୁରୁତର ହୋଇଥିବାର ଜଣାପଡିଛି ।ବର୍ଷା ଯୋଗୁଁ ଟ୍ରାକ୍ଟର ଡାଲା ତଳେ ଆଶ୍ରୟ ନେଇଥିବାବେଳେ ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟର ଡାଲା ତଳେ ଥିଲା ବେଳେ ପଛରୁ ଟ୍ରକ୍ ପିଟି ଦେଇଥିଲା ।ତେବେ ଦୁର୍ଘଟଣାରେ ଗୁରୁତର ୪ ଜଣ କେନ୍ଦୁଝର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।  

ନେତାଜୀ ସୁଭାଷ ସେତୁ ଉପରେ ଦୁର୍ଘଟଣା

କଟକ,୧୧/୫(ଏସଏସନିଉଜ) ନେତାଜୀ ସୁଭାଷ ସେତୁ ଉପରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନଥିବାବେଳେ ବାଇକ ଚାଳକଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି ।ଯାହାଫଳରେ ସେତୁ ଉପରେ ଲୋକଙ୍କ ଭୀଡ ଲାଗିରହିବା ସହ ଯାତାୟତରେ ଅସୁବଧା ସୃଷ୍ଟି ହୋଇଛି ।