୨୭ ରେ କେରଳ ଛୁଇଁବ ମୌସୁମୀ
ଭୁବନେଶ୍ୱର, ୧୩/୫(ଏସଏସନିଉଜ) ଚଳିତବର୍ଷ ଶୀଘ୍ର ଆସିବ ମୌସୁମୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମେ ୨୭ ରେ କେରଳ ମୌସୁମୀ ଛୁଇଁବାନେଇ ଆକଳନ କରିଛି ପାଣିପାଗ ବିଭାଗ । ସାଧାରଣତଃ କେରଳ ଛୁଇଁବାର ଗୋଟିଏ ସପ୍ତାହରୁ ୧୫ ଦିନ ମଧ୍ୟରେ ଓଡ଼ିଶା ଆସିଥାଏ ମୌସୁମୀ ।
Browsing author
ଭୁବନେଶ୍ୱର, ୧୩/୫(ଏସଏସନିଉଜ) ଚଳିତବର୍ଷ ଶୀଘ୍ର ଆସିବ ମୌସୁମୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମେ ୨୭ ରେ କେରଳ ମୌସୁମୀ ଛୁଇଁବାନେଇ ଆକଳନ କରିଛି ପାଣିପାଗ ବିଭାଗ । ସାଧାରଣତଃ କେରଳ ଛୁଇଁବାର ଗୋଟିଏ ସପ୍ତାହରୁ ୧୫ ଦିନ ମଧ୍ୟରେ ଓଡ଼ିଶା ଆସିଥାଏ ମୌସୁମୀ ।
ଖୋର୍ଦ୍ଧା, ୧୩/୫(ଏସଏସନିଉଜ) କୁମାରବସ୍ତ ନିକଟରୁ ଏକ ଛୁଆ ହରିଣ କୁ ଗାଁ ଲୋକ ଉଦ୍ଧାର କରି ବନ ବିଭାଗକୁ ଦେଇଛନ୍ତି ।ଆଜି ସକାଳେ ତିନିଟି ହରିଣ ଛୁଆ ଚନ୍ଦକା ଅଭୟାରଣ୍ୟରୁ ବାହାରି କୁମାରବସ୍ତ ଗାଁ ଭିତରକୁ ଚାଲିଆସିଥିବାବେଳେ କୁକୁରମାନେ ଗୋଡାଇବାରୁ ଦୁଇଟି ଜଙ୍ଗଲକୁ ପଳାଇଯାଇଥିଲେ ।କିନ୍ତୁ ଗୋଟିଏ ଗାଁରେ ରହିଯାଇଥିବାରୁ ଗ୍ରାମବାସୀମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ ।
ସମ୍ବଲପୁର,୧୩/୫(ଏସଏସନିଉଜ) ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ ଡିଭିଜିନର ଇନସପେକ୍ଟର ମାନସୀ ଜେନା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ କେସ୍ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଆଜି ପୂର୍ବ ପ୍ରସ୍ତୁତି ଅନୁସାରେ ବରଗଡ଼ ଜିଲ୍ଲା ମୁକେଶ ସାହୁ ନାଁରେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଶ୍ରୀମତୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ […]
ବାଲିଅନ୍ତା, ୧୩/୫(ଏସଏସନିଉଜ) ଜଣେ ଯୁବତୀକୁ ଘରକୁ ଡାକିନେଇ ଦୁଷ୍କର୍ମ କରିବା ଅଭିଯୋଗରେ ପାହାଳ ଥାନା ପୁଲିସ କିଶନ ଅଗ୍ରୱାଲ ନାମକ ଯୁବକକୁ ଗିରଫ କରିଛି ।ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାର ଗତକାଲି ରାତିରେ ପରିଚିତ ହୋଇଥିବା ଯୁବତୀକୁ ଅନୁରୋଧ କରି ନିଜ ଘର ଭଡାଘର ପାହଳକୁ ଆଣିଥିଲେ ।ବାରରେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ନିଶାସକ୍ତ ଅବସ୍ଥାରେ କିଶନ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଜଣଙ୍କ ପାହାଳ ଥାନାରେ ଅଭିଯୋଗ କରିଥିଲେ ।
ଖୋର୍ଦ୍ଧା, ୧୩/୫(ଏସଏସନିଉଜ) ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବାଏକ ଡକାୟତ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛି ।ଏହି ଗ୍ୟାଙ୍ଗ ଗତକାଲି ଭୋର ସମୟରେ ଖୋର୍ଦ୍ଧା-ଜଟଣୀ ବାଇପାସ୍ ମୋଦୀ ପଡ଼ିଆ ନିକଟରେ ଲୁଚି ରହିଥିଲେ । ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବାର ସୁଚନା ପାଇ ପୋଲିସ ଚଢଉ କରିଥିଲେ ।ଏହିସମୟରେ ଗ୍ୟାଙ୍ଗର ୭ଜଣ ଧରାପଡ଼ିଥିଲେ ।ସେମାନଙ୍କଠାରୁ ପୋଲସ କଟୁରୀ, ୪ଟି ଲୁହାଛଡ଼, ଚୀନ ପ୍ରସ୍ତୁତ ଗୋଟିଏ ନକଲି ବନ୍ଧୁକ, ଗୋଟିଏ ଭୁଜାଲୀ, […]
କୋରାପୁଟ,୧୩/୫(ଏସ ଏସ ନିଉଜ) ଜୟପୁରରେ ବ୍ୟାଙ୍କରୁ ଟଙ୍କା ନେଇ ଆସିବା ବେଳେ ବ୍ୟବସାୟୀ ପି ସୁଦର୍ଶନ ରାଓଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି ।ବାଇକ୍ରେ ଆସି ୨ ଦୁର୍ବୃତ୍ତ ଲୁଟ କରିଛନ୍ତି ।୨୫୦ ଟଙ୍କା ପକାଇ ତଳେ ପକାଇ ଲକ୍ଷେ ଟଙ୍କା ଥିବା ବ୍ୟାଗ ଝାମ୍ପି ନେଇଛନ୍ତି ୨ ଦୁର୍ବୃତ୍ତ ।
ମଇ ମାସ ୧୩ ତାରିଖ ୨୦୨୨ ମସିହା(ଶୁକ୍ରବାର)ବୈଶାଖ-ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୪୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୪୯,ବିଛା,ଧନୁ ଓ ମୀନ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଦିବା ଘ ୦୫/୪୭ ପର୍ଯ୍ୟନ୍ତ ତଦନ୍ତେ ବାଇଗଣ ଭକ୍ଷଣ ନିଷେଧ। ମେଷ👉: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ […]
ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ) ନବରଙ୍ଗପୁରର ଏକ ଦମ୍ପତ୍ତି ଜୟଦେବ ବିହାର ସ୍ଥିତ ଏକ ହୋଟେଲକୁ ଫେରୁଥିବା ବେଳେ ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଛନ୍ତି ।ନବରଙ୍ଗପୁରର ପଙ୍କଜ ଅଗ୍ରୱାଲ ଦୁଇ ଛୁଆ ଏବଂ ପତ୍ନୀଙ୍କୁ ନେଇ ରାଜଧାନୀକୁ ଚିକିତ୍ସା ପାଇଁ ଆସିଥିଲେ । ମଙ୍ଗଳବାର ରାତିରେ ଆଇଡିବିଆଇ ବ୍ୟାଙ୍କ ସାମ୍ନାରେ ଦମ୍ପତ୍ତି ଯାଉଥିବା ବେଳେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ଏହି ଲୁଟ୍ କରିଥିଲେ ।ଖବର ପାଇ ପୋଲିସ ଆସି ତଦନ୍ତ କରିଥିବା […]
ରାୟଗଡା,୧୨/୫(ଏସ ଏସ ନିଉଜ) ବିଶାଖାପାଟଣାରୁ ନିଜାମୁଦ୍ଦିନ୍ ଅଭିମୁଖେ ଯାଉଥିବା ବେଳେ ସମତା ଏକ୍ସପ୍ରେସର ଯାତ୍ରୀବାହୀ ବଗିକୁ ଛାଡି ପ୍ରାୟ ପ୍ରାୟ ୨ କିଲୋ ମିଟର ପର୍ଯ୍ୟନ୍ତ ଗଡିଯାଇଥିଲା ଇଞ୍ଜିନ ।ଟ୍ରେନ୍ ଡ୍ରାଇଭର ଅଘଟଣ ସଂପର୍କରେ କିଛି ସମୟ ପରେ ଜାଣିବା ପରେ ଇଞ୍ଜିନକୁ ଫେରାଇ ବଗିରେ ସଂଯୋଗ କରିଥିଲେ ବୋବିଲିରୁ ଟ୍ରେନ୍ ପାର୍ବତୀପୁର ଅଭିମୁଖେ ଆସୁଥିବା ବେଳେ ସୀତାନଗ ରମ୍ ଷ୍ଟେସନ୍ ନିକଟରେ ଇଞ୍ଜିନରୁ ଲଗେଜ୍ ଭ୍ୟାନ୍ ବଗି ଅଲଗା ହୋଇଯାଇଥିଲା ।ଯାତ୍ରୀମାନେ ଘଟଣା ସଂପର୍କରେ ଜାଣିବା […]
ଢେଙ୍କାନାଳ,୧୨/୫(ଏସ ଏସ ନିଉଜ) ଜରଡ଼ା ଘାଟିରେ ଭାରସାମ୍ୟ ହରାଇ ଜଗଦମ୍ବା ନାମକ ଯାତ୍ରାପାର୍ଟି ବସ୍ ଓଲଟିପଡିଛି ।ଫଳରେ ୨ ଗୁରୁତର ଆହତ ହୋଇଛନ୍ତି ।ଏମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। କଙ୍କଡ଼ାହାଡ଼ରୁ ଗଡ଼ପଳାଶୁଣି ଯାଉଥିବା ବେଳେ ଘାଟିରୁ ତଳକୁ ଖସିପଡି଼ଲା ବସ୍ । ବସ୍ରେ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିବା ସୂଚନା ମିଳିଛି ।