Browsing author

SATYA SANDHANA DESK

ବିଷ ପିଇଲେ ମହିଳା ଓକିଲ

ବାଲେଶ୍ୱର,୧୧/୫(ଏସଏସନିଉଜ) ମହିଳା ଓକିଲ ଫ୍ୟାମିଲି କୋର୍ଟ ରୁମ୍‌ରେ ବିଷ ପିଇଛନ୍ତି ।ଛାଡ଼ପତ୍ର ମାମଲାରେ ଜେରା ବେଳେ ଜଜ୍‌ଙ୍କ ସାମ୍ନାରେ ବିଷ ପିଇଦେଇଥିବାର ଜଣାପଡିଛ ।ଫ୍ୟାମିଲି କୋର୍ଟରେ ଦୀର୍ଘଦିନ ମାମଲା ଚାଲିବାରୁ ଅତିଷ୍ଠ ହୋଇ ଏପରି କରିଥିବାର ଅନୁମାନ କରାଯାଉଛି ।ତେବେ ଘଟଣାପରେ ଅନ୍ୟସାଥିମାନେ ତାଙ୍କୁ ଚିକିସ୍‌ା ପାଇଁ ବାଲେଶ୍ୱର ହସ୍ପିଟାଲକୁ ନେଇଯାଇଛନ୍ତି ।

ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ୱର, ୧୧/୫(ଏସଏସନିଉଜ) ଭୁବନେଶ୍ୱର ରେଳଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଛନ୍ତି ଜଣେ ମହିଳା ରେଳ ଧାରଣାକୁ ଖସିଯିବା ବେଳେ ଉଦ୍ଧାର କଲେ ଉପସ୍ଥିତ ଆରପିଏଫ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ତେବେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଏହି ଅଘଟଣ ଘଟିଥିଲା ।

ଜୟଦେବ ବିହାରରୁ ନନ୍ଦନକାନନ ହେବ ଫ୍ଲାଏଓଭର

ବାରଙ୍ଗ,୧୦/୫ (ଏସଏସ ନିଉଜ) ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ଫ୍ଲାଏଓଭର ।ନଚେତ ନାଲ୍‌କୋ ଛକ, ପଟିଆ ଓ କିଟ ଛକରେ ହେବ ତିନଟି ଫ୍ଲାଏଓଭର ।ଏଥିପାଇଁ ଭୁୂବନେଶ୍ୱର ଉତର ବିଧାୟକ ସୁଶାନ୍ତୁ କୁମାର ରାଉତ ରାଜ୍ୟସରକାରଙ୍କୁ ପ୍ରସ୍ଥାବ ଦେଇଛନ୍ତି ।ଗୋଟେପଟେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଶେଷକରି କିଟ ଛକ,ପଟିଆ ଓ ନାଲକୋ ଛକରେ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ଅଂଟାଭିଡିଛନ୍ତି ବିଧାୟକ ।ମଙ୍ଗଳବାରଦିନ ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁର ମୁଖ୍ୟ ସମସ୍ୟା […]

ଆଜିର ରାଶିଫଳ

ମଇ ମାସ ୧୧ ତାରିଖ ୨୦୨୨ ମସିହା(ବୁଧବାର)ବୈଶାଖ-ଶୁକ୍ଳପକ୍ଷ,ତିଥି- ଦଶମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୨୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୫୯,କର୍କଟ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କଳମ ଶାଗ , ଶିମ୍ବ ଭକ୍ଷଣ ନିଷେଧ। 🐏ମେଷ👉ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧା ବିଘ୍ନ ଦୂର ହେବ । ଅଟକି ରହି ଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ […]

ବାତ୍ୟା ବଦଳାଇଲା ଦିଗ !

ଭୁବନେଶ୍ୱର,୧୦/୫(ଏସ ଏସ ନିଉଜ)ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସଦ୍ୟତମ ସୂଚନା।ଏହି ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ।ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ।୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇ ସାରିଥିବା ଆଶା ରଖାଯାଇଛି ।ଏହାର ପ୍ରଭାବରେ କାଲି କୋରାପୁଟ, ଗଜପତି, ଗଂଜାମରେ ବର୍ଷାଲାଗିରହିବ ।ଏହାସହ ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନାଙ୍କ ସୂଚନା ଦେଇଛନ୍ତି ।

ଖାଲିକର ବେଳାଭୂମି

ପୁରୀ,୧୦/୫(ଏସ ଏସ ନିଉଜ)ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ବଡ ବଡ ଜୁଆର ଉଠୁଥିବାରୁ ପ୍ରଶାସନ ପକ୍ଷରୁ ବେଳାଭୂମିକୁ ନଯିବାକୁ ଲୋକଙ୍କୁ ସତର୍କ କରାଉଛି ।ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ ଦିଆଯିବା ସହ ପୁରୀ ବେଳାଭୂମିକୁ ନଯିବାକୁ ସଚେତନ କରୁଛି ।

ମଙ୍ଗଳବାର କିପରି କାଟିବ ଜାଣନ୍ତୁ?

ମଇ ମାସ ୧୦ ତାରିଖ ୨୦୨୨ ମସିହା(ମଙ୍ଗଳବାର) ବୈଶାଖ-ଶୁକ୍ଳପକ୍ଷ,ତିଥି- ନବମୀ ସୀତା ନବମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୪୯,ମକର ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ସଂ ଘ ୦୭/୪୯ ପର୍ଯ୍ୟନ୍ତ ତଦନ୍ତେ କଳମଶାଗ ଭକ୍ଷଣ ନିଷେଧ। ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ […]

ବ୍ରଜରାଜନଗର ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ କିଶୋର ପଟେଲ

ଝାରସୁଗୁଡ଼ା, ୯/୫(ଏସଏସନିଉଜ) ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି କଂଗ୍ରେସପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କ ନାମ ନାମ ଘୋଷଣା କରିଛି ।ତେବେ ବିଜେଡିର ପାର୍ଥୀ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ଅଳକା ମହାନ୍ତି ହୋଇଥିବାବେଳେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଗତ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡିଥିଲା […]

ଭିଜିଲାନ୍ସ ଜାଲରେ ପଡିଲେ ନବରଙ୍ଗପୁର ପିଡି

ନବରଙ୍ଗପୁର, ୯/୫(ଏସଏସନିଉଜ) ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଆଜି ଭିଜିଲାନ୍ସ ଜାଲରେ ପଡଛନ୍ତି । ନିଜ କାର୍ଯ୍ୟାଳୟ ରୁ ୨ ଲକ୍ଷ ୨୦ ହଜାର ଟଙ୍କା ଧରି ଫେରୁଥିବାବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଏତେଗୁଡାଏ ଟଙ୍କାର ସଠିକ ଉତର ନଦେଇପାରିବାରୁ ତାଙ୍କ ଭଡା ଘରୁ ଚଢାଉ କରି ପୁଣି ୧ଲକ୍ଷଟଙ୍କା ଜବତ କରିଥିଲା ଭିଜିଲାନ୍ସ ।ତେବେ ପିଡିଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି […]

୧୨୨ କିଲୋ ଗଞ୍ଜେଇ ଜବତ କଲା ପୋଲିସ

ମାଲକାନଗିରି,୯/୫(ଏସଏସନିଉଜ)ଆଜି ଚିତ୍ରକୋଣ୍ଡା ଅଂଚଳରୁ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ ।ଏକ ପୋଲିସ ଟିମ୍ ପେଟ୍ରୋଲିଂ ଏବଂ ଏମବି ଚେକିଂ କରୁଥିବାବେଳେ ଟନେଲ କ୍ୟାମ୍ପ ଗ୍ରାମ ନିକଟଠାରୁ ମାତ୍ର କିଛି ଦୁରରେ ୫ଟି ଜରି ବ୍ୟାଗ ରହିଥିବା ଦେଖିବାକୁ ପାଇଥିଲେ। ଏହି ବ୍ୟାଗକୁ ପୁଲିସ ଯାଞ୍ଚ କରିବାକୁ ଯିବା ସମୟରେ ଦୁଇ ଜଣ ବ୍ୟକ୍ତି ଖସି ପଳାଉଥିବାବେଳେ ଧରାପଡିଥିଲେ ।ସେମାନଙ୍କୁ ସନ୍‌ଦେହରେ ଧରି ପଚରାଉଚରା ସହ ଜରି ବ୍ୟାଗକୁ ଯାଞ୍ଚ କରିବାପରେ ବ୍ୟାଗରେ ଗଞ୍ଜେଇ ରଖାଯାଇଥିବାର ଜାଣିବାକୁ […]