Browsing author

SATYA SANDHANA DESK

ପିନାକ ମିଶ୍ର କଟକ ଡିସିପି ଭାବେ ଦାୟିତ୍ୱ ନେଲେ

କଟକ,୯/୫(ଏସ ଏସ ନିଉଜ)କଟକ ଡିସିପି ଭାବେ ପିନାକ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି ।ଥାନାରେ ଲୋକେ କିପରି ତ୍ୱରିତ ସେବା ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାସହ ଅପରାଧ ଛାଡ଼ ନ ହେଲେ କଟକ ଛାଡ଼ ବୋଲି ଅପରାଧୀଙ୍କୁ ଚେତାବନୀ ଦେଲେ ନୂଆ ଡ଼ିସିପି।ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,୯/୫(ଏସ ଏସ ନିଉଜ)ମାଟ୍ରିକ ପରୀକ୍ଷାରେ ପ୍ରାୟ ୪୬ ହଜାର ପିଲା ଅନୁପସ୍ଥିତ ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।ସେ କହିଛନ୍ତି କୋଭିଡ଼ ହେତୁ ସବୁ ପିଲାଙ୍କ ଫର୍ମ ଫିଲପ୍ ଫି ଛାଡ଼ କରିଥିଲେ ସରକାର । ୮ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହୋଇଛି ।ତେବେ ଫର୍ମଫିଲପ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଲେନି, ତାହାର ତଦନ୍ତ ହେବ ।ପରୀକ୍ଷାରେ ଅନୁପସ୍ଥିତ କାରଣ ପାଇଁ ଡିଇଓ […]

ପଡିଛି ଶନି ଦଶା

ବାରଙ୍ଗ,୮/୫ (ଏସଏସନିଉଜ) ନନ୍ଦନକାନନ କୁ ପଡିଛି ଏବେ ଶନି ଦଶା । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମରିବାରେ ଲାଗିଛି । କେତେବେଳେ ବାଘ ତ ଆଉ କେତେବେଳେ ସିଂହ । ପୁଣି ଭାଲୁ ଠୁ ଆରମ୍ଭ କରି ପକ୍ଷୀ ପର‌୍ୟ୍ୟନ୍ତ । ହେଲେ ମୃତ୍ୟୁ କୁ ରୋକ୍ ଲଗାଇବାରେ ବିଫଳ ହେଉଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ଖାଲି ଏତିକି ନୁହେଁ କହିବାକୁ ଗଲେ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପ୍ରତିଦିନ କିଛି ନା କିଛି […]

ଏଥର ଦର୍ଶକ ଜିଏସ୍‌ଟି ଦେବେ

କଟକ,୯/୫(ଏସଏସନିଉଜ) ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ବଢ଼ିବ ଟିକେଟ ଦର । ଟିକେଟକିଣିଲାବେଲେ ଦର୍ଶକମାନଙ୍କୁ ଏଥିପାଇଁ ଜିଏସ୍‌ଟି ଦେବାକୁ ପଡିବ । ତେବେ ମୁଖ୍ୟମନ୍ତ୍ରୀ, ଏସଆରସି,କ୍ରୀଡ଼ାସଚିବଙ୍କୁ ଚିଠି ଲେଖାଯାଇ ଅନୁମତି ମଗାଯାଇଛି ।ଦର୍ଶକମାନଙ୍କ ପାଇଁ ଉଭୟ ଅନ୍ ଓ ଅଫଲାଇନରେ  ଟିକେଟ ବିକ୍ରିର ସୁବିଧା କରାଯିବ ବୋଲି ଓସିଏ ସମ୍ପାଦକ ସୁଚନା ଦେଇଛନ୍ତି।

ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ

ଗଞ୍ଜାମ,୯/୫(୫(ଏସଏସନିଉଜ)ସୋରଡା ବ୍ଲକ ବଡ଼ଗଡ଼, ସିଙ୍ଗିପୁର, ସିଦ୍ଧପୁର, ଗାଙ୍ଗପୁର, ବାଟଶାସନ, ଲୋକାମାରି ଆଦି ଅଂଚଳରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି ।ଏହାଭିତରେ ୨୫ରୁ ଉର୍ଦ୍ଧ ରୋଗୀ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି ହୋଇସାରିଲେଣି ।ଯୋଗାଯାଉଥିବା ଦୂଷିତ ପାଣିକୁ ପିଇବା ଦ୍ୱାରା ଅଧିକାଂଶ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।  

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କଲା

ଝାରସୁଗୁଡ଼ା, ୯/୫(୫(ଏସଏସନିଉଜ) ବିଜେଡି ବ୍ରଜରାଜନଗର ବିଧାୟକ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବରେ ମନୋନୟନ କରିଛନ୍ତି ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।ମେ ୩୧ରେ ବ୍ରଜରାଜନଗରରେ ଭୋଟ ଦାନ୍ ଓ ଜୁନ୍ ୩ରେ ଗଣତି ଓ ଫଳାଫଳ ରହିଛି । ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ […]

ଆଜିର ରାଶିଫଳ

ମଇ ମାସ ୯ ତାରିଖ ୨୦୨୨ ମସିହା,ସୋମବାର, ବୈଶାଖ-ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ , ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୧୯,ମିଥୁନ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର, ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡିଆ ସଂ ଘ ୦୬/୪୮ ପର୍ଯ୍ୟନ୍ତ ତଦନ୍ତେ ଲାଉ ଭକ୍ଷଣ ନିଷେଧ। ମେଷ:-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ […]

ପରଲୋକରେ ରଜତ କର,ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୫(ଏସଏସନିଉଜ) ମାହାଙ୍ଗା ର ଆଉଜଣେ ବରପୁତ୍ର ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ରଜତ କରଙ୍କର ପରଲୋକ ହୋଇଛି। ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ରଜତକରଙ୍କର ୮୮ ବୟସ ରେ ଆଜି ସନ୍ଧ୍ୟାରେ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି । ସ୍ବର୍ଗତ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି . ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି […]

ଉଦ୍‌ଯାପିତ ହେଲା ମହିଳା ବିଜ୍‌ନେସ୍ ମେଳା -୨୦୨୨

ଭୁବନେଶ୍ୱର,୮/୩(ଏସଏସନିଉଜ)ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜ୍‌ନେସ ମେଳା-୨୦୨୨ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ କହିଥିଲେଯେ, ମେଳାର ଅର୍ଥ ହେଉଛି ଦକ୍ଷତା, କ୍ଷମତା, ସମତା ଓ ମମତା । ଏହି ସବୁର ମିଳନରେ ହିଁ ମେଳାର ସୃଷ୍ଟି । କାର୍ଯ୍ୟକ୍ରମରେ ରାଜ୍ୟପାଳ ମହିଳାଙ୍କର କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ମହିଳାମାନେ ହିଁ […]

କାଜୁଆଲିଟି ଆଗରେ ଅପେକ୍ଷା କରିଛି ପୁଅ

କଟକ,୮/୫(ଏସ ଏସ ନିଉଜ)୬ଦିନ ହେବ ଡେଷ୍ଟିଚ୍ୟୁଟ୍ ଓ୍ଵାର୍ଡରୁ ନିଖୋଜ ମା”କୁ ଖୋଜିଖୋଜି କରି ନିରାଶ ହୋଇ କଟକ SCB ମେଡ଼ିକାଲ କାଜୁଆଲିଟି ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ପୁଅ ।ତେବେ ଚିକିତ୍ସା ପାଇଁ ଆସି ମା ନିଖୋଜ ହୋଇଛନ୍ତି ।ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମାଆଙ୍କର ପିତା ପାଇପାରିନାହିଁ ପୁଅ ।