Browsing author

SATYA SANDHANA DESK

ଗନ୍ଦିଆ ଉଣ୍ଣକୋଟେଶ୍ୱର ଘାଟରେ ଅଘଟଣ

ଢ଼େଙ୍କାନାଳ,୮/୫(ଏସ ଏସ ନିଉଜ) ବ୍ରାହ୍ମଣୀ ନଦୀରେ ଗାଧେଇବାକୁ ଯାଇଥିବାବେଳେ ତିନିଛାତ୍ର ଭାସିଯାଇଛନ୍ତି । । ଗ୍ରାମବାସୀ ମାନଙ୍କ ଦ୍ଵାରା ଦୁଇ ଜଣ ଛାତ୍ର ଉଦ୍ଧାର କରାଯାଇ ଥିବାବେଳେ ଜଣେ ନିଖୋଜ ରହିଥିବାର ଜଣାପଡିଛି ।ଗନ୍ଦିଆ ଉଣ୍ଣକୋଟେଶ୍ୱର ଘାଟରେ ଏହି ଅଘଟଣ ଘଟିଛି ।

ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଭୁବନେଶ୍ୱର,୮/୫(ଏସ ଏସ ନିଉଜ) IPL2022 ର ୫୪ ତମ ମ୍ୟାଚରେ ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଲେ ଅଧିନାୟକ ଫାପ୍‌ ଡୁପ୍ଲେସିସ୍।

ମାଙ୍କୁ ସମ୍ମାନ ଜଣାଇ ବାଲୁକା କଳା

ପୁରୀ ୮/୫(ଏସ ଏସ ନିଉଜ) ବିଶ୍ୱ ମାତୃ ଦିବସ ଉପଲକ୍ଷେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ସବୁ ମାଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସେ ମା ଏବଂ ସନ୍ତାନର ସୁନ୍ଦର ସମ୍ପର୍କକୁ ଚିତ୍ରଣ କରିବାର ବାର୍ତ୍ତା ଦେଇଛନ୍ତି ।

ପଞ୍ଜାବ ପୁଲିସକୁ ବଡ଼ ସଫଳତା

ଭୁବନେଶ୍ୱର,୮/୫(ଏସ ଏସ ନିଉଜ)ପଞ୍ଜାବ ପୁଲିସକୁ ବଡ଼ ସଫଳତା ମିଳିଛି ।ଭାରତ- ପାକିସ୍ତାନ ନିକଟରୁ ସାଢେ ୩ କିଲୋ ଆରଡିଏକ୍ସ ଜବତ କରିଛି ପୁଲିସ୍ । ପଞ୍ଜାବକୁ ଦୋହଲାଇବା ପାଇଁ ହୋଇଥିଲା ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ଜଣାପଡିଛି ।

ତହସିଲଦାର,ଆରଆଇଙ୍କୁ ବାଲିମାଫିଆଙ୍କ ଆକ୍ରମଣ

ଗଞ୍ଜାମ,୮/୫(ଏସଏସନିୟୁଜ) ଗଞ୍ଜାମର ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନାଙ୍କ ସହ ୩ ଜଣ ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲି ମାଫିଆମାନେ ଲୁହା ରଡ଼ରେ ପିଟିଥିବା ଜଣାପଡିଛି । ମାଳିଜଗନ୍ନାଥପୁର ଗାଁ ରୁଷିକୁଲ୍ୟା ମୁହାଣରୁ ବେଆଇନ୍ ଚୋରା ଚାଲାଣ ବେଳେ ରେଡ୍ କରାଯାଇଥିôବାବେଳେ ଏହି ଘଟଣା ଘଟିଥିବାର ଜଣପଡିଛି ।ଆହତମାନେ ଗଞ୍ଜାମ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇଥିବାର ଜଣାପଡିଛି ।ପୋଲିସ ଏହି ଘଟଣାରେ ୩ ଜଣଙ୍କୁ […]

ମାରିଲା ହାତୀ

ତେଲକୋଇ, ୮/୫(ଏସଏସନିୟୁଜ)କାଜୁ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦଳିଦେଲା ହାତୀ ।ତେଲକୋଇ ରେଞ୍ଜ୍ ବନବିହାରୀପୁର ନୂଆଗାଁ ମୁଣ୍ଡାସାହିରେ ଏହି ଅଘଟଣ ଘଟିଥିବାବେଳେ ମୁଣ୍ଡାସାହି ନିକଟ ଜଙ୍ଗଲରେ କାଜୁ ତୋଳିବା ବେଳେ ଦଳି ମାରିଲା ହାତୀ ।  

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅସାନି

ଭୁବନେଶ୍ୱର,୮/୫(ଏସଏସନିୟୁଜ) ସାମୁଦ୍ରିକଝଡ଼ ଆଣ୍ଡାମାନ ସାଗରରେ ଘନୀଭୂତ ଗଭୀର ଅବପାତ ପରିଣତ ହୋଇଛି ।ସଂଧ୍ୟା ଆଡକୁ ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ଏବେ ପୁରୀଠାରୁ ୧୦୩୦ କିଲୋମିଟର ଦୂରରେ, ଘଣ୍ଟା ପ୍ରତି ୧୬କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଅସାନି । ସମୁଦ୍ର ଭିତରେ ଏହାର ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ ବହିବ । ବାତ୍ୟା ୧୦ ତାରିଖରୁ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗକୁ […]

ରାଧାରାଣୀପଣ୍ଡା ବିଜେପିିପ୍ରାର୍ଥୀ

ଭୁବନେଶ୍ୱର,୮/୫(ଏସଏସନିୟୁଜ)ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା କରିଛି ।ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି ।ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା ।ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଚାରି ମେ’ରୁ ୧୧ ତାରିଖ ପର‌୍ୟ୍ୟନ୍ତ ନାମାଙ୍କନ ଦାଖଲ,୧୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୧୭ରେ ପ୍ରତ୍ୟାହାରରେ ଶେଷ ଦିନ, ମେ ୩୧ରେ ବ୍ରଜରାଜନଗରରେ ଭୋଟ.ଜୁନ୍ ୩ରେ ଗଣତି ଓ ଫଳାଫଳ ରହିଛି । ଗତ […]

କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା

ସୁବର୍ଣ୍ଣପୁର, ,୮/୫(ଏସଏସନିୟୁଜ) ଗତକାଲି ରାତିରେ ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରନଳିନୀ ନାଏକଙ୍କ ସ୍ୱାମୀ ସଂଜୀବ ଗୁରୁ ଙ୍କୁ ହତ୍ୟା କରାଯାଇଛି,। ରାତିରେ ଶୋଇଥିବା ବେଳେ ତାଙ୍କ କ୍ୱାର୍ଟରରେ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି।ଖବରପାଇ ପୋଲିସ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଆରମ୍ଭ କରିବାସହ ସନ୍ଦେହରେ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।  

ବାହାନଗା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବାଲେଶ୍ୱର,୮/୫(ଏସଏସନିୟୁଜ)୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଡ୍ରାଇଭର ଅଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ସଞ୍ଜୟ ଧଡ଼ା ଗୁରୁତର ଅବସ୍ଥାରେ ସୋର ଡାକ୍ତରଖନା ଚିକିତ୍ସିତ ହେଉଛନ୍ତି।ଭୋର ସମୟରେ ଛିଡାହୋଇଥିବା ଶାଗୁ ବୋଝେଇ ଟ୍ରକର ପଛପଟୁ ବାଲି ବୋଝେଇ ଟ୍ରକ ଧକ୍କା ଦେଇଥିଲା ।ଫଳରେ ବାଲିବୋଝେଇ ଟ୍ରକଚାଳକମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିବାପରେ ତହସିଲ କର୍ମଚାରୀ […]