Browsing author

SATYA SANDHANA DESK

ଗାଁ ପୋଖରୀରୁ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, ୮/୫(ଏସଏସନିୟୁଜ) ଗାଁ ପୋଖରୀରୁ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି ।ସଦର ଥାନା କୁସୁମେଲ ଗାଁ ପୋଖରୀରୁ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି ।ମୃତ ଛାତ୍ର ଲର୍କିପାଲି ସରକାରୀ ଆଇଟିଆଇ କଲେଜରେ ପଢୁଥିବାବେଳେ ଗତକାଲିଠାରୁ ନିଖୋଜଥିବାର ଜଣାପଡିଛି ।ତେବେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି ।  

ଆଜିର ରାଶିଫଳ

ମଇ ମାସ ୦୮ ତାରିଖ ୨୦୨୨ ମସିହା(ରବିବାର) ବୈଶାଖ-ଶୁକ୍ଳପକ୍ଷ,ତିଥି- ସପ୍ତମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୯/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୫୯,ମେଷ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ଦିବା ଘ ୦୫/୧୦ ପର୍ଯ୍ୟନ୍ତ ତଦନ୍ତେ ନଡିଆ ଭକ୍ଷଣ ନିଷେଧ। ମେଷ:-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ […]

ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

ଖୋର୍ଦ୍ଧା,୭/୫(ଏସ ଏସ ନିଉଜ) ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।ଖୋର୍ଦ୍ଧା ଟାଙ୍ଗି ବୋଡଙ୍ଗ ରାପା ଟଣା ୟୁପି ସ୍କୁଲରେ ଏହି ଘଟ ଣାଟି ଘଟିଥିବା ଜଣାପଡିଛି । ମଧ୍ୟାହ୍ନ ଭୋଜନ ଖାଇ ସରିବା ପରେ ୬ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିବାରୁ ତୁରନ୍ତ ତାଙ୍କୁ ଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବାର ଜଣାପଡିଛି ।

ବନ୍ଦ କୋଠରୀରେ ଗୁଣିଆ ପାଖରେ ବୋହୂର ୭୯ ଦିନ…

ବାଲେଶ୍ୱର,୭/୫(ଏସ ଏସ ନିଉଜ)ଏକ ବନ୍ଦ କୋଠରୀରେ ଗୁଣିଆ ପାଖରେ ବୋହୂକୁ ୭୯ ଦିନ ଧରି ଦୁଷ୍କର୍ମର ଶିକାର ହୋଇଥିବାର ଅଭିଯୋଗ ହୋଇଛି ।ଏହି ଭଳି ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେ ଘଟିଛି ।୪ ବର୍ଷ ତଳେ ମହିଳାଙ୍କ ବିବାହ ହୋଇଥିବାବେଳେ ସ୍ୱାମୀ ବାହାର ରାଜ୍ୟକୁ କାମ କରିବାକୁ ଯିବା ପରେ ପରିବାର ପକ୍ଷରୁ ମହିଳାଙ୍କୁ ଅତ୍ୟାଚାର ଆରମ୍ଭ ହୋଇଥିଲା ।ଏପରିକି ଜୀବନରେ ମାରିଦେବାକୁ ଯୋଜନା କରି ଗୁଣିଆ ହାତକୁ ଟେକିଦେଇଥିଲେ ଶାଶୁ। ଗୁଣିଆ ସହ […]

ସ୍ଥଳଭାଗ ଛୁଇଁବନାହିଁ ବାତ୍ୟା!

ଭୁବନେଶ୍ୱର,୭/୫(ଏସ ଏସ ନିଉଜ) ଆସିଲା ଖୁସି ଖବର।ବାତ୍ୟା, ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ ବୋଲି କହିଛନ୍ତି IMD ବୈଜ୍ଞାନିକ ଆର୍.କେ ଜେନାମଣି ।ଆଜି ସଂଧ୍ୟା ସୁଦ୍ଧା ଲଘୁଚାପଅବପାତରେ ପରିଣତ ହୋଇ କାଲି ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ସମୁଦ୍ରରେ ଗତିପଥ ବଦଳାଇ ଉତ୍ତର -ଉତ୍ତର ପୂର୍ବ ଦିଗକୁ ଗତି କରିବ ।ଗତିପଥ ବଦଳାଇବାର ଥିବାରୁ ସ୍ଥଳଭାଗ ଛୁଇଁବା ସମ୍ଭାବନା ନାହିଁ ଗତିପଥ ବଦଳାଇବା ପରେ ଓଡ଼ିଶା ଉପକୂଳରୁ ଦୂରକୁ […]

ଆଳୁ କିଲୋ ୩୮୦ ଟଙ୍କା

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାପରେ ନ୍ୟତ୍ୟବ୍ୟବହାର‌୍ୟ୍ୟ ସାମଗ୍ରୀ ଠିକଭାବେ ମିଳୁନାହିଁ ।ଯାହାବି ମିଳୁଛି ଆଶାଠାରୁ ଅଧିକ ମୁଲ୍ୟ ରହିଛି । ଆଳୁ କିଲୋ ୩୮୦ ଟଙ୍କା ଓ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା ରହିଛି । ଦୈନିକ ପେଟ୍ରୋଲ-ଡିଜେଲର ଅଭାବ ପରିଲକ୍ଷିତ ହୋଇଛି । ଭୀଷଣ ଆର୍ଥିକ ସଙ୍କଟର କଠିନ ପରିସ୍ଥିତିକୁ ସାମ୍ନା କରୁଛି ଦେଶ । ଆର୍ଥିକ ସଙ୍କଟ କାରଣରୁ ଦେଶରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । […]

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ ୭/୫(ଏସଏସନିଉଜ) ଆଗେଇ ଚାଲିଛି ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ । ଶୁକ୍ରବାର ସୁଦ୍ଧା ବିଶ୍ୱକର୍ମା ତିନି ରଥର ୧୩ଟି ତୁମ୍ବ ଗୋଲେଇ ତିଆରି କରିଛନ୍ତି ।କରତି ସେବକମାନେ ୨୦ଟି ତୁମ୍ବ ଗଡ଼ କାଟିଛନ୍ତି । ଭୋଇ ସେବକମାନେ ତାଳଧ୍ୱଜ ଚାଳିକୁ ୮ଟି, ନନ୍ଦିଘୋଷ ଚାଳିକୁ ୭ଟି ଓ ଦେବୀ ରଥ ଚାଳିକୁ ୫ଟି ତୁମ୍ବ କାଠ ଦେଇଥିଲେ । କାର‌୍ୟ୍ୟ ଶେଷ ବେଳକୁ ତାଳଧ୍ୱଜ ଓ ଦେବୀ ରଥର ୪ଟି ଲେଖାଁଏ ଓ ନନ୍ଦିଘୋଷର ୫ଟି […]

ଜେଲ୍ ଗଲେ କୁବେର ଏଲଆଇ

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହଙ୍ଗ ଏଲଆଇ ଜଗନ୍ନାଥ ରାଉତଙ୍କୁ ଗିରଫ କରି ପିଏସ୍ କେସ୍ ନଂ-୩୧ରେ ଏକ ମକଦ୍ଦମା ରୁଜୁ କୋର୍ଟଚାଳଣ କରିଛି ।ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଜଗନ୍ନାଥ ରାଉତଙ୍କର ଦରମା ମାସିକ ୪୦ ହଜାର ଟଙ୍କା । ୨୦୦୮ ମସିହାରେ ଏଲଆଇ ଚାକିରି ଆରମ୍ଭ । ତେବେ ସେଭଳି ନିଜର ପୈତୃକ ସମ୍ପତି ନଥିଲେ ମଧ୍ୟ ୧୪ […]

କରଞ୍ଜିଆରେ ଚାଞ୍ଚଲ୍ୟ

କରଞ୍ଜିଆ, ୭/୫(ଏସଏସନିୟୁଜ) କରଞ୍ଜିଆରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।୬ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି ।ଏହି ଦୁଷ୍କର୍ମ ଜଣେ ୧୬ ବର୍ଷର ନାବାଳକ କରିଥିବାର ପୀଡିତାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗ ପରେ କରଞ୍ଜିଆ ପୋଲିସ ନାବାଳକକୁ ଗିରଫ କରିଥିବାର ଜଣାପଡିଛି ।

ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ମୁମ୍ବାଇ ସ୍ଥିତ ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବାର କାରଣ ଜଣାପଡିନଥିବାବେଳେ ନିଆଁ ଲିଭାଇବାକୁ ୮ଟି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ତେବେ ମୃତାହତ ନେଇ କୈାଣସି ସୂଚନା ଅଦ୍ୟାବଧି ଆସିନାହିଁ ।