Browsing author

SATYA SANDHANA DESK

ଚାଉଳ ବୋଝେଇ ପିକଅପ ଓଲଟି ୧୫ ଆହତ

ରାଉରକେଲା, ୨୭/୪(ଏସଏସନିଉଜ)ଭୁତୁଡ଼ା ପଞ୍ଚାୟତରୁ ସରେଇକଲା ଗାଁକୁ ଚାଉଳ ନେଇ ଯାଉଥିବା ପିକଅପ ଭ୍ୟାନ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହେବାସହ ପାଞ୍ଚ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିସ୍‌ପାଇଁ ଲହୁଣୀପଡ଼ା ଡାକ୍ତରଖାନା ଓ ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି ।ଖବରପାଇ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି ।

ଅପରାଜିତାଙ୍କୁ ଅଟକାଇଲା ପୁଲିସ

ପୁରୀ,୨୭/୪(ଏସଏସନିଉଜ)ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା ।ଏହାପରେ ଭୁବନେଶ୍ଵର ସାଂସଦ ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ପୁରୀ ଅଭିମୁଖେ ଯାଇଥିଲେ । ମୁଁ ଜଣେ ଭକ୍ତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି ।କାହାର ଅନୁମତିର ଆବଶ୍ୟକତା ନାହିଁ । ଗାଡି ଅଟକାଇଲେ ମଧ୍ୟ ମୁଁ ଏଠାରୁ ଏକା ଚାଲିକି ଯିବି ବୋଲି ସାଂସଦ କହିଥିଲେ । ଗୋଟିଏ ଗାଡ଼ିରେ ଅପରାଜିତାଙ୍କୁ ନେଇ ଗୋଟିଏ […]

ଆଜିର ରାଶିଫଳ

ଅପ୍ରେଲ ମାସ ୨୭ ତାରିଖ ୨୦୨୨ ମସିହା(ବୁଧବାର) ,ବୈଶାଖ-କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୦0,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୫୯ ,ଧନୁ ରାଶିର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ଦ୍ଵାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ ଘ ୦୭/୦୦ ମଧ୍ୟେ ଓ ଘ ୦୬/୫୩ ଗତେ ଘ୦୯/୧୮ ମଧ୍ୟେ ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ ୦୩/୪୮ ଗତେ ଘ୦୫/୨୬ ମଧ୍ୟେ ,ପୋଇ ଭକ୍ଷଣ ନିଷେଧ ମେଷ-ମନରେ ଧାର୍ମିକ ଭାବନା […]

ସୁରଙ୍କୁ ନିରଞ୍ଜନଙ୍କ ନୋଟିସ୍

ଭୁବନେଶ୍ୱର ,୨୬/୪(ଏସଏସନିଉଜ) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ନୋଟିସ ଜାରି କରିଛନ୍ତି । ଦଳର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ମନ୍ତବ୍ୟ ଦେଇଥିବାରୁ ଜବାବ ତଲବ କରିଛନ୍ତି ପିସିସି ସଭାପତି । କିଏ ହେବେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବୀନ ଏହାର ନିଷ୍ପତି ନିଅନ୍ତି ବୋଲି କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କର ଏଭଳି ବିସ୍ପୋରକ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ହଇଚଇ କରି ଦେଇଥିଲା । […]

ଲହୁଲୁହାଣ ହେଲେ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ

ବ୍ରହ୍ମପୁର, ୨୬/୪(ଏସଏସନିଉଜ) ଆଜି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ସେନାପତିଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲ ରେ ଭର୍ତ୍ତି କରାଯାଇଛି ।ଜଣେ ଶିକ୍ଷୟିତ୍ରୀ କୌଣସି ଦାବି ନେଇ ଆନ୍ଦୋଳନରେ ବସିବାସହ ଦାବି ପୂରଣ ହେବାରେ ବିଳମ୍ବ ହେବାରୁ ତାଙ୍କ ସ୍ଵାମୀ ଆକ୍ରୋଶ ମୂଳକ ଭାବେ ଏପରି କରିଥିବା ଜଣା ପଡିଛି।ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ

ଡେଲାଙ୍ଗ ,୨୬/୪(ଏସଏସନିଉଜ) ଡେଲାଙ୍ଗ ଥାନା ହାଜତରୁ ଅଭିଯୁକ୍ତ ଫେରାର ଘଟଣାରେ ପୁରୀ ଏସ୍‌ପି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାସହ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ ମହିଳା ଏଏସ୍‌ଆଇ ପଦ୍ମିନୀ ସାହୁ ଓ ମହିଳା କନେଷ୍ଟବଳ ରୋଜାଲିଆ ବାକ୍ଲାଙ୍କୁ ନିଲମ୍ବନ କରିଛନ୍ତି ।ବ୍ରାହ୍ମଣ ତରାବୋଇ ଗାଁରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଡେଲାଙ୍ଗ ଥାନାପୋଲିସ ଥାନକୁ ଆଣି ଅଟକ ରଖିଥିବା ଜଣେ ଅଭିଯୁକ୍ତ ହେପାଜତରୁ ଫେରାର ହୋଇଥିଲା ।

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

ମାଲକାନଗିର. ୨୬/୪(ଏସଏସନିଉଜ) ଦୁଇ ଜଣ ମହିଳା ମାଓବାଦୀ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦି କୋଥାଗୁଡୁମ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମୁସୁକି ସୁଖି ଅରଫ ବିମଳା(୧୮) ଏବଂ ମାଡକମ ପ୍ରମିଲା ଅରଫ ପାଲେ(୧୮)। ୧୪ ବର୍ଷ ବୟସରେ ଏମାନଙ୍କୁ ମାଓବାଦୀ ଜବରଦସ୍ତ ଗତ ଚାରି ବର୍ଷ ତଳେ ପାର୍ଟିରେ ମିଶାଇଥିଲେ। ପରବର୍ତି ସମୟରେ ଏମାନଙ୍କୁ ପୋଲିସ ଉପରେ ଆକ୍ରମଣ, ଆଦିବାସୀମାନଙ୍କୁ ହଇରାଣ କରିବା ଆଦି କାମରେ ନିୟୋଜିତ କରୁଥିଲେ । ମାଓ ନେତୃତ୍ବରେ ଏମାନେ ଅସଂତୋଷ […]

ଶାରଳା ମନ୍ଦିରରେ ୫ଟିସଚିବ

ଜଗତସିଂହପୁର,୨୬/୪(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T ) ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷ ରେ ଜଗତସିଂହପୁର ର ଝଙ୍କଡ଼ ପୀଠ କୁ ଯାଇ ମା ସାରଳା ଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠ ର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ .ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ . ମା ସାରଳା ଙ୍କ […]

ଡିଏସପି ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୬/୪(ଏସଏସନିଉଜ)ଓଡ଼ିଶା ପୋଲିସର ଡିଏସପି ସ୍ତରରେ ଅଦଳବଦଳ କରାଯାଇଛି । ଅନୁଗୁଳ ଏସଡିପିଓ ଭବାନୀ ଶଙ୍କର ଉଦଗାତାଙ୍କୁ ଆଇୟୁସିଏଡବ୍ଲ୍ୟୁ ଢେଙ୍କାନାଳର ଅତିରିକ୍ତ ଏସପି, ଡିଏସପି ବିଦ୍ୟୁତ ଚରଣ ପଣ୍ଡାଙ୍କୁ ନୟାଗଡ଼ ଅତିରିକ୍ତ ଏସପି, ଡିଏସପି କୃଷ୍ଣପ୍ରସାଦ ପଟ୍ଟନାୟକଙ୍କୁ କଟକର ଅତିରିକ୍ତ ଏସପି , ଇନ୍ସପେକ୍ଟର ଉତ୍ତରମ କୁମାର ମହାନ୍ତିଙ୍କୁ ସ୍ପେଶାଲ ବ୍ରାଞ୍ଚର ଡିଏସପି, ଇନ୍ସପେକ୍ଟର ବିଚିତ୍ରାନନ୍ଦ ସେଠୀଙ୍କୁ କନ୍ଧମାଳ ମୁଖ୍ୟାଳୟର ଡିଏସପି , ଅତିରିକ୍ତ ଏସପି ଦିଲ୍ଲୀପକୁ କୁମାର ତ୍ରିପାଠୀଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁର ଅତିରିକ୍ତ ଏସପି , ଡିଏସପି […]

ଆଜିର ରାଶିଫଳ

ମଙ୍ଗଳବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୨୬ ତାରିଖ,ବୈଶାଖ ମାସ- କୃଷ୍ଣପକ୍ଷ,ତିଥି-ଏକାଦଶୀ,ସୁର‌୍ୟୋଦୟ-ପ୍ରାତଃ ଘ୫/୨୪/୪୬,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୪୫,ମକରର ଘାତବାର,ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ଭକ୍ଷଣ ନିଷେଧ,ଅମୃତ ବେଳା -ଦିବା ଘ୭/୪୮ ଗତେ ଘ୧୦/୧୩ ମଧ୍ୟେ ଘ୧୨/୩୭ ଗତେ ଘ୨/୧୩ ମଧ୍ୟେ ଘ୩/୦ ଗତେ ଘ୪/୩୭ ମଧ୍ୟେ ରାତ୍ରି ଘ୬/୫୩ ମଧ୍ୟେ ଘ୯/୧୭ ଗତେ ଘ ୧୧/୪୧ ମଧ୍ୟେ ଘ୨/୫ ଗତେ ଘ୩/୪୧ ମଧ୍ୟେ । ମେଷ-ଆଜି ଆପଣଙ୍କ ଆର୍ଥିକ […]