Browsing author

SATYA SANDHANA DESK

ଶଙ୍ଖ ଧରିଲେ ସ୍ୱୟଂପ୍ରକାଶ

ଭୁବନେଶ୍ୱର,୨୭/୪(ଏସଏସନିଉଜ)ବିଜେଡିରେ ସାମିଲ ହେଲେ ଜଣାଶୁଣା ଟିଭି ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ହେଲେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ।

ପୁଣି ଅଶାନ୍ତ ହେଲା ହଂସପୁର

ଗଞ୍ଜାମ, ୨୭/୪(ଏସଏସନିଉଜ) ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ହତ୍ୟା ଘଟଣାକୁ ନେଇ ପୁଣି ଅଶାନ୍ତ ହୋଇପଡିଛି ହଂସପୁର । ହତ୍ୟା ଘଟଣାରେ ପୋଲିସ ଦ୍ବାରା ଅଟକ ରହିଥିବା ବ୍ୟକ୍ତିଙ୍କ ଗାଡି ଓ ଦୋକାନ ଭାଙ୍ଗରୁଜା କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବୀକରି ଏପରି କରିଛନ୍ତିି ଉତ୍ୟକ୍ତ ଲୋକ ।ଚଳିତ ମାସ ୨୨ ତାରିଖରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ ହତ୍ୟା କରାଯାଇଥିବାବେଳେ ୨୫ ତାରିଖରେ କୃଷ୍ଣଚନ୍ଦ୍ରଙ୍କ ଭାବି ପତ୍ନୀ ଆତ୍ମହତ୍ୟା କରିଥିଲେ ।  

ନୀଳମାଧବ ପୀଠର ବିକାଶ ପାଇଁ ୧୦୦ କୋଟି

  କଣ୍ଟିଲୋ,୨୭/4(ଏସ ଏସ ନିଉଜ) କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ […]

ମୋବାଇଲ ଚୋରକୁ ଧରିଲା ଜଟଣୀ ପୋଲିସ

ମୋବାଇଲ ଚୋରକୁ ଧରିଲା ଜଟଣୀ ପୋଲିସ ଜଟଣୀ,୨୭/୪(ଏସ ଏସ ଏସ ନିଉଜ)ଏକ ଛିନତାଇ ମାମଲାରେ ଜଟଣୀ ପୋଲୁସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ହାସିମ ଅହମଦ ଓ ଅବଦୁଲ ସାଜିଦ ଖାନ।ତାଙ୍କୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ପ୍ରକାସ ଯେ, ଅଭିଯୋଗ କାରିଣୀ ଗତ ତା ୦୬.୦୩. ୨୦୨୨ ରିଖରେ ତାଙ୍କ ଝିଅଙ୍କ ସହିତ ସଂସ୍କୃତି ଡ୍ୟାନ୍ସ […]

୨ ଶିଶୁ ମୃତ, ମା’ ଗୁରୁତର

ଗଞ୍ଜାମ:୨୭/୪(ଏସଏସନିଉଜ)ରମ୍ଭା ଥାନା ଅଧୀନ ଗଡ଼ହୁମ୍ମା ଗ୍ରାମରେ ଫୁଡ଼୍ ପଏଜନିଂ ପାଇଁ ଦୁଇଜଣ କୋମଳମତି ଶିଶୁ ପ୍ରିୟାଂଶି ରାମକୃଷ୍ଣ ମହାରଣାଙ୍କ ଝିଅ ସିମରନ୍ ଓରଫ୍ ମହାରଣା (୩) ଓ ପୁଅ ରୁଦ୍ର ମହାରଣା (୨)ଙ୍କର ମୃତ୍ୟୁ ହୋଇଯାଇଛି।ମାଆ ସୁନିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ରାତ୍ରିଭୋଜନ ଖାଇ ବ ସହ ଦୁଇଶିଶୁ କ୍ଷୀର ପିଇଥିଲେ। କିଛି ସମୟ ପିଲାଦୁଇଜଣ ସହ ମା ସୁନିତା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଚିକିସ୍‌ା ପାଇଁ ଗଞ୍ଜାମ ଡାକ୍ତରଖାନା […]

ଏମ୍‌ବିକେଙ୍କୁ ତାଲା ପକାଇଲେ ମହିଳା

ଧାମନଗର, ୨୭/୪(ଏସଏସନିଉଜ) ବୟାଂଡ଼ିହ ପଂଚାୟତର ମିସନଶକ୍ତି ଗୃହ ଦୀର୍ଘଦିନ ହେବ ନିର୍ମାଣ ସରିଛି ।ହେଲେ ଏହି ଘରର ଚାବିକାଠି ଓ ଅବଶ୍ୟକୀୟ କାଗଜପତ୍ର ଦେଉନଥିବାରୁ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଥିଲା ।ତେବେ ସୋମବାର ବନ୍ୟା ଆଶ୍ରୟସ୍ଥଳରେ ମିଶନ ଶକ୍ତି ପକ୍ଷରୁ ଏମ୍‌ବିକେ ଓ ସିଆରପିମାନେ ବୈଠକ ଚାଲିଥିବାବେଳେ କେତେକ ଏସ୍ଏଚଜି ଗୃପ୍‌ର ମହିଳାମାନେ ଅତର୍କିତ ଭାବେ ଏମ୍‌ବିକେଙ୍କୁ ଗାଳିଗୁଲଜ ଓ ମାଡ଼ ମାରି ଘରେ ପୂରାଇ ଚାବିପକାଇ ଦେଇଥିଲେ ।ଖବରପାଇ ପୋଲିସ ପହଁଚି ବୁଝାସୁଜା କରିବାରେ ଉତ୍ୟକ୍ତ […]

ଡକାୟତି ଘଟଣାରେ ୪ ଗିରଫ

ମାଲକାନଗିରି, ୨୭/୪(ଏସଏସନିଉଜ) ୪ ଜଣ ଡକାୟତକୁ ମାଲକାନଗିରି ପୁଲିସ ଧରିବାରେ ସଫଳ ହୋଇଛି । ସେମାନେ ହେଲେ ଦୁର୍ମାଗୁଡା ଗ୍ରାମର ବଳରାମ ବାଦାମୀ(୨୬), ଧନ ପୂଜାରୀ(୨୪), ହାଟପଦା ସାହିର ରାହୁଲ ମାଣ୍ଡି (୨୦) ଏବଂ ଅଶୋକ ମାଢି(୨୩)।ଗତ ୧୬ ତାରିଖ ଦିନ ଭଣ୍ଡାରିପାଙ୍ଗାମ ପଞ୍ଚାୟତର ମାଡିଗୁଡା ଗ୍ରାମର ମାନସ କୁମାର ପରିଡା ନାମକ ବ୍ୟକ୍ତିଙ୍କ ଘରେ ରାତିରେ ମୁଖାପିନ୍ଧା ୮ରୁ ୧୦ ଡକାୟତ ପଶି ଛୁରୀ ଦେଖାଇ ମାରିଦେବାକୁ ଧମକ ଦେଇ ଆଲମିରାରୁ ୧ ଲକ୍ଷ ଟଙ୍କା […]

ଦୋକାନୀଙ୍କୁ ଗୁଳିମାଡ଼

କେନ୍ଦୁଝର, ୨୭/୪(ଏସଏସନିଉଜ)ହରିଚନ୍ଦନପୁର ଥାନା ଖଡିବାହାଲି ଛକ ନିକଟରେ ଜଗବନ୍ଧୁ ମହାପାତ୍ର ନାମକ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘସିପୁରା ଥାନା ଅନ୍ତର୍ଗତ ବରୀପାଲ ଗ୍ରାମର ଜଣେ ଯୁବକ ଓ ତାର ସହଯୋଗୀ ମାତାଲ ଅବସ୍ଥାରେ ଆସି ଗତକାଲି ରାତି ପ୍ରାୟ ସାଢେ ନଅଟା ସମୟରେ ଜଗବନ୍ଧୁଙ୍କୁ ସିଗାରେଟ୍ ମାଗିଥିଲେ। ଦୋକାନ ବନ୍ଦ ହୋଇଥିବାରୁ ଜଗବନ୍ଧୁ ସିଗାରେଟ୍ ଦେବାକୁ ମନା କରିବାପରେ ବଚସା ହୋଇଥିଲା। […]

ନାବାଳକକୁ ଅପହରଣ ପରେ ହତ୍ୟା

ଟିଟିଲାଗଡ଼, ୨୭/୪(ଏସଏସନିଉଜ) ଶନିବାରଠାରୁ ନିଖୋଜ ଥିବା ଦିଲୀପ କୁମାରଙ୍କ ୧୩ ବର୍ଷର ପୁଅ ମୋହନ କୁମାରଙ୍କର ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି।ଏହୁ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।ଗତଶନିବାରଦିନ ସିରଭଟାସ୍ଥିତ ନବମ ଶ୍ରେଣୀରେ ପଢୁଥିବା ମୋହନ କୁମାର ଘରୁ ଝାଙ୍କର ପଡାକୁ ଟ୍ୟୁସନ ପାଇଁ ଆସିଥିବା ବେଳେ ଘରକୁ ନଫେରିବାରୁ ଟିଟିଲାଗଡ଼ ଥାନାରେ ପରିବର ପକ୍ଷରୁ ଅଭିଯୋଗ ହୋଇଥିଲା ।

ଶୀତଳ ଷଷ୍ଠୀ ଯାତ୍ରା ଲାଗି ଲଗ୍ନ ଧାର୍ଯ୍ୟ

ବରଗଡ, ୨୭/୪(ଏସଏସନିଉଜ) ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି । ଏଥିନିମନ୍ତେ ଆସନ୍ତା ମେ ୩ରେ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ହେବାକୁ ନିଷ୍ପତି ହୋଇଛି । ଏହାସ ମେ ୩୧ରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତି କ୍ରମେ ସ୍ଥିର ହୋଇଛି । ଚଳିତ ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣ ଓ ଲୋକାଭିମୁଖୀ କରିବା ସହ ଚଳିତ ବର୍ଷ […]