Browsing author

SATYA SANDHANA DESK

ଆଜିର ରାଶିଫଳ

🙏🏾ମାଁ ପରମେଶ୍ବରୀ ନମଃ🙏🏾 ମାସ- ମାର୍ଗଶୀର,ପକ୍ଷ-ଶୁକ୍ଳ,ତିଥି- ଅଷ୍ଟମୀ ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର ଦିବା ଘ୦୪-୧୭ମି ଗତେ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ଧନୁ ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- […]

ନୂଆବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ,୧୦/୧୨(ଏସ ଏସ ନିଉଜ)ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହେବେ ଭକ୍ତ।ନୂଆବର୍ଷରେ ମହାପ୍ରଭୁଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ ରାତିରୁ ଆଉ ରହିବନି ଲମ୍ବା ଧାଡି।ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସାଧାରଣ ଦର୍ଶନ ପାଇଁ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।ନୂଆବର୍ଷରେ ସମ୍ଭାବ୍ୟ ଭିଡ଼ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ଡିସେମ୍ବର ୩୧ ଓ ଶନିବାର ଜାନୁଆରୀ ୧ ବା ନୂଆବର୍ଷ ପଡୁଥିବାବେଳେ ୨ ତାରିଖ […]

ସ୍ଥଗିତ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା

ବରଗଡ,୧୦/୧୨(ଏସ ଏସ ନିଉଜ)କୋଭିଡ କଟକଣା ପାଇଁ ଫିକା ପଡିଲା ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ।କୋଭିଡ କଟକଣା ପାଇଁ ଧନୁଯାତ୍ରାସ୍ଥଗିତ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ପ୍ରଶାସନ।ତେବେ ଜାନୁଆରୀ ମାସର ଗାଇଡଲାଇନ ଆସିବା ପରେ ପୁନଃବିଚାର କରାଯିବ ବୋଲି ଜିଲ୍ଲା ପାଳ ସୂଚନା ଦେଇଛନ୍ତି ।

ହୋର୍ଡିଂ ଷ୍ଟାଣ୍ଡ ଲଗାଇବା ହେଲା କାଳ

ବାରଙ୍ଗ,୧୦/୧୨(ଏସ ଏସ ନିଉଜ)ବାରଙ୍ଗ ଥାନା ଅଧୀନସ୍ଥ ଆନନ୍ଦ ବଜାର ନିକଟରେ ଏକ ନୂତନ ଭାବେ ନିର୍ମାଣ ଚାଲିଥିବା ହୋର୍ଡିଂରୁ ଖସି ପଡ଼ି ଜଣେ ଶ୍ରମିକ ମୃତ।ମୃତ ଶ୍ରମିକ ଜଣକ ହେଉଛନ୍ତି ଅସ୍ତରଙ୍ଗର ମଣ୍ଟୁଆ ପଢ଼ିଆରୀ।ସୂଚନା ମୁତାବକ ଆନନ୍ଦ ବଜାର ନିକଟରେ ନୂତନ ଭାବେ ନିର୍ମାଣ ହେଉଥିବା ଏକ ହୋର୍ଡିଂ ଷ୍ଟାଣ୍ଡରେ ଯୁବକ ଜଣକ କାର୍ଯ୍ୟ କରୁଥିଲେ।କାମ ନେଇଥିବା ଠିକାଦାର କୌଣସି ସୁରକ୍ଷା ସରଞ୍ଜାମ ବିନା ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ।ତେବେ ଶୁକ୍ରବାର ସକାଳ ପ୍ରାୟ ୮ ଟା […]

ଶଙ୍ଖ ଧରିଲେ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ବର, ୧୦/୧୨(ଏସଏସନିୟୁଜ) କଂଗ୍ରେସର ଟାଣୁଆ ଆଦିବାସୀ ନେତା ତଥା ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ବହୁ ସମର୍ଥକମାନଙ୍କ ସହ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି । ତଳସରା ନିର୍ବାଚନମଣ୍ଡଳୀରୁ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇଥିବାବେଳେ ୨୦୧୯ରେ […]

କଟୁରିରେ ହାଣି ହତ୍ୟା

ଯାଜପୁର, ୧୦/୧୨(ଏସଏସନିୟୁଜ) ବୃନ୍ଦାବନପୁର ଗାଁର ପ୍ରକାଶ କୁମାର ଦାସ ଘରେ ବସିଥିବା ବେଳ ସକାଳେ ସେହିଗ୍ରାମର ଦେବ ମଲିକ ଏକ କଟୁରୀରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା।ଯାହାଫଳରେ ପ୍ରକାଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।ହତ୍ୟାକାଣ୍ଡର ପକୃତ କାରଣ ଜଣାପଡିନଥିବାବେଳେ ହତ୍ୟାକାରୀ ଦେବ ମଲିକକୁ ଯାଜପୁର ଟାଉନ ଥାନା ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଲୋକେ

ଭୁବନେଶ୍ବର, ୧୦/୧୨(ଏସଏସନିୟୁଜ)ଆସିଥିଲେ ଲୁଟିବାକୁ ।ଲୁଟ ଉଦ୍ୟମ ମଧ୍ୟ କରିଥିଲେ ।ଜଣେ ଯୁବକଙ୍କ ବ୍ୟାଗ ଓ ମୋବାଇଲ ଲୁଟିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ । ନିସ୍ତୁକ ମାଡ଼ ଖାଇବାସହ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରି ଖଣ୍ଡଗିରି ଥାନାକୁ ନେଇଥିଲେ । ଏହି ଘଟଣା ଡୁମୁଡୁମା ସତ୍ୟନଗର ଅଞ୍ଚଳରେ ଘଟିଛି । ଜଣେ କଲେଜ ଛାତ୍ର ଘରକୁ ଫେରୁଥିବା ବେଳେ ଲୁଟେରାଦ୍ବୟ ତାଙ୍କ ବ୍ୟାଗ୍ ଓ ମୋବାଇଲ୍ […]

ମାରଣାସ୍ତ୍ର ଦେଖାଇ ବିବାହିତାଙ୍କୁ ଦୁଷ୍କର୍ମ କଲେ ହାବିଲଦାର

ଗଞ୍ଜାମ, ୧୦/୧୨(ଏସଏସନିୟୁଜ)ଜଣେ ବିବାହିତ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଗୋପାଳକୃଷ୍ଣ ବେହେରା ନାମକ ହାବିଲଦାର ଦୁଷ୍କର୍ମ କରିବାର ଅଭିଯୋଗ ରମ୍ଭା ଥାନାରେ ହୋଇଛି । ଗୋପାଳକୃଷ୍ଣ ବେହେରା ଅଷ୍ଟମ ବାଟାଲିଅନ୍‌ରେ ହାବିଲଦାର୍ ଭାବେ କାର୍ଯ୍ୟକରିବା ସହ ରମ୍ଭା ସହର ନିକଟ ଲକ୍ଷ୍ମୀପୁର ଗ୍ରାମରେ ରହୁଛନ୍ତି ।ଗତକାଲିରାତିରେ ଭଡାଘରେ ରହୁଥିବା ବିବାହିତ ମହିଳାଙ୍କ ଘରକୁଯାଇ ତାଙ୍କ ସ୍ୱାମୀଙ୍କ ସାଙ୍ଗ ବୋଲି ପରିଚୟ ଦେଇଥିଲେ ।ଘେ ଏକୁଟିଆ ଥିବାର ଜାଣି ହାବିଲଦାର ଜଣଙ୍କ ପାଖରେ ରଖିଥିବା ମାରଣାସ୍ତ୍ର ଦେଖାଇ ବିବାହିତ ମହିଳାଙ୍କୁ […]

ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ

ପୁରୀ,୧୦/୧୨(ଏସଏସନିୟୁଜ) ପୁଣି ଶ୍ରୀମନ୍ଦିରରେ ଜଣେ ବରିଷ୍ଠ ସେବାୟତ ଏକ ନାବାଳକକୁ ଯୌନ ନିର୍ଯାତନା ଦେଉଥିବାର ସିଂହଦ୍ୱାର ଥାନାରେ ଜଣେ ସେବାୟତ ଅଭିଯୋଗ ହୋଇଛି ।ଅଭିଯୋଗକାରୀ ସେବାୟତ ହେଉଛନ୍ତି ଜଣେ ଦୃଷ୍ଟିହୀନ । ତାଙ୍କର ଅଭିଯୋଗ ମୁତାବକ ସେ ଦୃଷ୍ଟିହିନ ହୋଇଥିବାରୁ ତାଙ୍କର ନାବାଳକ ପୁଅ ଶ୍ରୀମନ୍ଦିରକୁ ନେବା ଆଣିବା କରିଥାନ୍ତି । ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି।କିଛିଦିନତଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡି […]

ଦୁବାଇ ଫେରନ୍ତା ଯୋଗୁ ଘୋଷଣା ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଭଞ୍ଜନଗର,୧୦ /୧୨(ଏସ ଏସ ନିଉଜ)ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେଦୁବାଇ ଫେରନ୍ତା ଙ୍କ କରୋନା ପଜିଟିଭ୍ ଜଣାପଡିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଣ୍ଢେଇସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।ଦୁବାଇରୁ ଜଣେ ବ୍ୟକ୍ତି ଗତ ୩୦ ତାରିଖରେ ରାଉରକେଲା ଆସିଥିଲେ ଏୟାରପୋର୍ଟରେ ତାଙ୍କର ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ ହୋଇଥିଲା । ରାଉରକେଲାରଏହି ବ୍ୟକ୍ତି ଜଣକ କିଛି ଦିନ ତଳେ ଭଞ୍ଜନଗର ନିଜ ସମ୍ପର୍କୀୟଙ୍କ ଘରକୁ ଗତ ୭ ତାରିଖରେ ଆସିଥିଲେ । ତାଙ୍କର […]