Browsing author

SATYA SANDHANA DESK

ଆଜିର ଅନୁଚିନ୍ତା

➡️ଜନ୍ମ ଆଉ ମୃତ୍ୟୁ ମଧ୍ୟରେ ଜୀବନ ହେଉଛି ଏକ ଛୋଟ ବ୍ୟବଧାନ , ତେଣୁ ଏହି ବ୍ୟବଧାନ ମଧ୍ୟରେ ଖୁସି ହେବା , ଅନ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବା , ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା !!” ➡️ବିଶ୍ବାସ ନ ହେଲେ ବି ସତ ଯିଏ ପ୍ରତ୍ୟେକ ପରିସ୍ଥିତିରେ ସତ କୁହେ , ଅନ୍ୟର ଖୁସି ଚାହେଁ ସର୍ବଦା ଅନ୍ୟ ର ସୁଖ ଚିନ୍ତା କରେ ତାକୁ ସର୍ବଦା କଟୁକଥା ଶୁଣିବାକୁ ମିଳେ ଆଉ […]

ନୁଆରୁପରେ ଶୋଭାପାଇବ ନନ୍ଦନକାନନ ବସଷ୍ଟାଣ୍ଡ

ବାରଙ୍ଗ,୯/୧୨(ଏସଏସନିୟୁଜ)ବଦଳିବ ନନ୍ଦନକାନନ ବସଷ୍ଟାଣ୍ଡର ରୁପ ।ନୁଆ ଚେହେରାରେ ଶୋଭାପାଇବ ।ଉନ୍ନତମାନର ସେବା ମିଳିବ ।ଉନ୍ନତମାନର ବସଷ୍ଟାଣ୍ଡରେ ଥାଇଥାନ ହେବେ ବ୍ୟବସାୟୀ ।ପର୍ଯ୍ୟଟକ,ବ୍ୟବସାୟୀ ଓ ଚାଳକମାନଙ୍କ ସୁବିଧାକୁ ବିଶେଷଭାବେ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ଏଥିପାଇଁ ବୁଧବାର ଅପରାହ୍ନରେ ନନ୍ଦନକାନନ କର୍ତୁପକ୍ଷଙ୍କ ଆହ୍‌ାନକ୍ରମେ ନନ୍ଦନକାନନ ବସଷ୍ଟାଣ୍ଡ ବଣିକସଂଘର କମକର୍ତାମାନଙ୍କୁ ନେଇ ଏକ ବୈଠକ କନ୍‌ଫେରନ୍ସ ହଲରେ ହୋଇଯାଇଛି ।ଏଥିରେ ମୁଖ୍ୟତ ଉନ୍ନତମାନର ବସଷ୍ଟାଣ୍ଡକୁ ନେଇ ହୋଇଥିବା ମାଷ୍ଟରପ୍ଲାନ, ବ୍ୟବସାୟୀ ମାନଙ୍କର ଥଇଥାନ ଉପରେ ଆଲୋଚନା ହୋଇଛି ।   […]

କୃଷକ ଆନ୍ଦୋଳନ ପ୍ରତ୍ୟାହୃତ

ଭୁୁବନେଶ୍ୱର,୯/୧୨(ଏସଏସନିୟୁଜ) ପ୍ରତ୍ୟାହୃତ ହୋଇଛି କୃଷକ ଆନ୍ଦୋଳନ । ଆନ୍ଦୋଳନରତ କୃଷକମାନେ ୧୧ରୁ ଘରକୁ ଫେରିବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରେସମିଟରେ ଘୋଷଣା କରିଛି । ପ୍ରାୟ ଏକ ବର୍ଷ ଧରି ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ବସିଥିଲେ ଚାଷୀ । ଶୀତକାଳୀନ ଅଧିବେଶନରେ ତିନି କୃଷି ଆଇନ ପ୍ରତ୍ୟାହୃତ ହେବାପରେ କୃଷକ ଆନ୍ଦୋଳନର ପରିସମାପ୍ତ ଘଟିଛି ।

ସ୍କୁଲରେ ପଶିଲା କରୋନା

ଭୁୁବନେଶ୍ୱର,୯/୧୨(ଏସଏସନିୟୁଜ) ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ମହାମାରୀରେ ସଂକ୍ରମିତ ହୋଇଛି । ସଚିବ ଦାଶରଥୀ ଶତପଥୀ ଓ ତାଙ୍କ ଡ୍ରାଇଭର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ସୁଚନା ମିଳିଛି । ଯାଜପୁର ଜିଲ୍ଲାର ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବାପରେ ସେମାନଙ୍କୁ ଟାଟା କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି । ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । […]

୯୬ କେ.ଜି. ଗଞ୍ଜେଇ ଜବତ

ସୋରଡା, ୯/୧୨(ଏସଏସନିୟୁଜ) ଏନଏଚ୫୯ ପାଟପଲ୍ଲୀ ରାସ୍ତାରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ସୋରଡା ପୋଲିସ ୯୬ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାଞ୍ଚ ସମୟରେ ଦାରିଙ୍ଗବାଡି ପଟୁ ଆସୁଥିବା ଓଡ଼ି ୦୨ବି ବିବି ୩୭୭ନଂ ଟାଟା ଏସି ଗାଡିକୁ ରୋକିବା ପରେ ତାଭିତରୁ ଗଞେଇ ପେଲିସକୁ ମିଳିଥିଲା ।ଏହାସହ ଚାଳକସଞ୍ଜୟ ନାହକକୁ ଗିରଫ କରି ଏକ ମାବୋଇଲଫୋନ ମଧ୍ୟ ଜବତ କରିଛ ।

ଗୁପ୍ତାଙ୍ଗକୁ ଛେଚି ଗିରଫ ହେଲେ ଅଭିଯୁକ୍ତ

ବାଲିପାଟଣା, ୯/୧୨(ଏସଏସନିୟୁଜ)ବୁଧବାର ସଂଧ୍ୟାରେ ଜଣେ ଯୁବକଙ୍କ ଗୁପ୍ତାଙ୍ଗକୁ ପଥରରେ ଛେଚି ଦେଇଥିବା ଅଭିଯୋଗରେ ବିଶ୍ୱନାଥପୁର ଗ୍ରାମର ଜୁବୁଲା ଭୋଇଙ୍କୁ ଗିରଫ କରିଛି ବାଲିପାଟଣା ଥାନାପୋଲିସ । କୌଣସି କାରଣ ବଶତ ସେହି ଗ୍ରାମର ଭାଗ୍ୟଧର ଭୋଇଙ୍କ ସହିତ ଜୁବୁଲାର ପାଟିତୁଣ୍ଡ ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ପଥରରେ ଭାଗ୍ୟଧରଙ୍କ ଗୁପ୍ତାଙ୍ଗ କୁ ଛେଚି ଦେଇଥିଲେ ।ଏବେ ଗୁରୁତର ଅବସ୍ଥାରେ ଭାଗ୍ୟଧର ଚିକିସ୍‌ାଧିନ ଅଛନ୍ତି ।

ପୁଣି ମାତିଲେ ମାଓବାଦୀ

ମାଲକାନଗିରି, ୯/୧୨(ଏସଏସନିୟୁଜ) ମାଓବାଦୀଙ୍କ ସହିଦ ସପ୍ତାହର ଶେଷ ଦିନ ରେମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ପିପଲଖୁଟା ଗାଁ ନିକଟରେ ଜଳସେଚନ ବିଭାଗର କେନାଲ କାମରେ ନିୟଜିତ ୫ ରୁ ଅଧିକ ଗାଡ଼ି ମାଓବାଦୀମାନେ ଜାଳିଦେଇଛନ୍ତି ।ଏହାସହ ସୁପରଭାଇଜରକୁ ମଧ୍ୟ ଅପହରଣ କରିନେଇଛନ୍ତି ।ତେବେ କେନାଲ କାମକୁ ବିରୋଧ କରି ମାଓବାଦୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

କାଠ ଫାଳିଆରେ ପିଟି ହତ୍ୟା

ଭୁବନେଶ୍ୱର,୯/୧୨(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭରତପୁର ଶିବ ମନ୍ଦିର ଲେନ୍‌ରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ଦାସ ନାମକ ଯୁବକକୁ ଅନ୍ୟ ଜଣେ କାଠ ଫାଳିଆରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା ଅଭିଯୁକ୍ତ ଘନଶ୍ୟାମ ମହାରଣା ଓରଫ୍ ରବୀନ୍ଦ୍ରକୁ ସକାଳୁ ଗିରଫ କରିଛି। ଗତକାଲି ରବୀନ୍ଦ୍ର ମଦ ପିଇ ପୂର୍ଣ୍ଣଙ୍କ ଘରକୁ ଆସି ଗାଳି କରିଥିଲା। ପୂର୍ଣ୍ଣ ଘରୁ ବାହାରି ଆସି ପ୍ରତିବାଦ କରିଥିଲେ ।ଏହାପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ପରେ […]

ବୀରପୁଅକୁ ଝୁରୁଛି ଦେଶ…

୧-ମଝି ଆକାଶରେ ଜଳିଗଲା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର । ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ । ୨-ବିଦାୟ ବିପିନ ବିଦାୟ… ଆଉ ନାହାନ୍ତି ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ପରେ ବୀରପୁଅକୁ ଝୁରୁଛି ଦେଶ… ୩-‘ମୁଁ ସୈନିକ ଅଟେ, ମୋତେ ଦିଲ୍ଲୀ-ମୁମ୍ବାଇ ନୁହେଁ, ବର୍ଡରରେ ରହିବା ଉଚିତ୍’- କର୍ମରୁ ନୁହେଁ ମନରୁ ମଧ୍ୟ ଫୌଜୀ ଥିଲେ ଜେନେରାଲ ବିପିନ ରାଓ୍ଵତ । ୪-ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଶୋକ […]

ଆଜିର ରାଶିଫଳ

🙏🏾ମାଁ ପରମେଶ୍ବରୀ ନମଃ🙏🏾ମାସ- ମାର୍ଗଶୀର ,ପକ୍ଷ-ଶୁକ୍ଳ ,ଗୁରୁବାର,ତିଥି- ଷଷ୍ଠୀଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ କନ୍ୟା ବିଛା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ସିଂହ ରାଶିର ଘାତଚନ୍ଦ୍ର ଦିବା ଘ୧୦-୧୨ମି ଗତେ ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର ନିଷିଦ୍ଧ ଖାଦ୍ୟ-ନିମ୍ବ […]