Browsing author

SATYA SANDHANA DESK

ବିଦ୍ୟୁତ୍ ଆଘାତରେ ଗାଈ ମୃତ୍ୟୁକୁନେଇ ଥାନାରେ ଅଭିଯୋଗ

ବାରଙ୍ଗ,୮/୧୨(ଏସଏସନିୟୁଜ) ବିଦ୍ୟୁତଆଘାତରେ ଗାଇର ମୃତ୍ୟୁ ହୋଇଥିବାବେଳେ ଗାଈ ଜଗୁଆଳି ମାଲିକ ଆହତ ହୋଇଥିବା ନେଇ ବୁଧବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି ।ବୁଧବାର ସକାଳେ ଏହିଥାନା ଅର୍ନ୍ତଗତ ବଛିପୁର ଗ୍ରାମର ସନାତନ ବେହେରା ନାମକ ଯୁବକ ଗାଈ ଚରାଇବା ପାଇଁ ନିକଟସ୍ଥ ପଡିଆକୁ ଗାଇକୁ ନେଇ ଯାଉଥିଲେ ।ସେହିପଡିଆକୁ ଜଣେ ଜମିବ୍ୟବସାୟୀ ନେଇଥିବାବେଳେ ପଡିଆରେ ପୋତାଯାଇଥିବା ବିଦ୍ୟୁତ୍ ଖୁଂଟରୁ ଆଥିଂଙ୍ଗ ତାର ଉପରୁ ତଳକୁ ଆସି ମାଟିରେ ପୋତା ଯାଇଥିଲା ।ପଡିଆରେ ପାଣିଥିବାରୁ ଗୋଟିଏ ଗାଇ ପଡିଆରେ […]

ସୁପରଭାଇଜରଙ୍କର ଆମ୍‌ହତ୍ୟା

ମେଣ୍ଢାଶାଳ,୮/୧୨(ଏସଏସନିୟୁଜ)ମେଣ୍ଢାଶାଳ କୁକୁଡାମୁଣ୍ଡିଠାରେ ଥିବା ଓପିଟିସିଏଲର ବିଦ୍ୟୁତଗ୍ରିଡ ଷ୍ଟେସନ ପରିସରରେ କାର୍ଯ୍ୟକରୁଥିବା ଜଣେ ଯୁବକ ରଶିଲଗାଇ ବୁଧବାର ସକାଳେ ଆମ୍‌ହତ୍ୟା କରିଛି ।ଆମ୍‌ହତ୍ୟା କରିଥିବା ଯୁବକର ନାମ ବାପୁନିନାୟକ(୨୧) ।ସେ ବିଦ୍ୟୁତଗ୍ରିଡ ଷ୍ଟେସନରେ ନିର୍ମାଣ ହେଉଥିବା କାର୍ଯ୍ୟରେ ଜଣେ ଠିକାଦାରପାଖରେ ସୁପରଭାଇଜରଭାବେ କାର୍ଯ୍ୟକରୁଥିଲେ ।ହଠାତ ବୁଧବାରସକାଳେ ସାଢେ୮ଟା ପାଖାପାଖି ସେ ବେକରେ ରଶିଲଗାଇ ଆମ୍‌ହତ୍ୟା କରିଥିବାର ଦେଖିବାକୁ ମିଳିଥିଲା ।ଯୁବକଟିର ଘର ମୟୁରଭଞଜିଲ୍ଲା କରଞିଆ ଥାନାର କୋଦମାଲତାଗ୍ରାମରେ ।ମେଣ୍ଢାଶାଳ ଫାଣ୍ଡିରେ ଠିକଦାର ଏବିଷୟରେ ଜଣାଇବାପରେ ଫାଣ୍ଡିଅଧିକାରୀ ଶବକୁ ଜବତ […]

୧୦ରୁ ଡେରାସରେ ବଣଭୋଜି

ବାରଙ୍ଗ,୮/୧୨(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ବଣଭୋଜି ପର୍ଯ୍ୟଟକମାନଙ୍କ ପାଇଁ ବେଶ ଆକର୍ଷିତ ଥିବା ଡେରାସରେ ବଣଭୋଜି ପାଇଁ ମିଳିଛି ଅନୁମତି ।ଆସନ୍ତା ୧୦ତାରିଖରୁ ଡେରାସରେ ବଣଭୋଜିର ମଜ୍ଜା ଉଠାଇବେ ପର୍ଯ୍ୟଟକ ।ଏଥିପାଇଁ ପିସିସିଏଫଙ୍କ କାର୍ଯ୍ୟାଳୟରୁ ୧୨୫୧୪/୨୦୨୧ମେମୋନଂରେ ଏକ ନିର୍ଦ୍ଦେନାମା ଚନ୍ଦକା ଡିଓଫଓ ପାଖକୁ ଆସିଛି ।ଏହିଆଧାରରେ ଆସନ୍ତା ୧୦ତାରିଖରେ ଡେରାସ ଫାଟକ ପାଶ୍ୱର୍ରେ ରହିଥିବା ବଣଭୋଜି ସ୍ଥଳରେ ରହିଥିବା ୧୮ଟି ପିଣ୍ଡିରେ ବଣଭୋଜି ପର୍ଯ୍ୟଟକମାନେ କରିପାରିବେ ।ବଡପିଣ୍ଡିପାଇଁ ୫ଶହ ଓ ସାନପିଣ୍ଡିପାଇଁ ୩ଶହ ଟଙ୍କା ଦେବାକୁ ପଡିବ ।ସମସ୍ତ ପର୍ଯ୍ୟଟକମାନେ […]

ଜବତହେଲା ଟଙ୍କା ଭର୍ତ୍ତି ବ୍ୟାଗ୍

କଟକ, ୮/୧୨(ଏସଏସନିୟୁଜ)କଟକ ରେଳ ଷ୍ଟେସନରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଆରପିଏଫ୍ ।ଜବତ ହୋଇଥରବା ୪ଟିବ୍ୟାଗରେ କେବଳ ୧୦ ଓ ୨୦ ଟଙ୍କିଆ ନୋଟ୍ ଭର୍ତ୍ତି ହୋଇ ରହିଛି । ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯାଉଥିବା ଏ.କେ. ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହାକୁ ଜବତ କରିଛି ଆରପିଏଫ୍ ।  

ଚାଲିଗଲା ମାଇହାତୀର ଜୀବନ

କେନ୍ଦୁଝର, ୮/୧୨(ଏସଏସନିୟୁଜ) ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ବିଦ୍ୟୁତ ସଂମ୍ପର୍ସରେ ଆସି ଏକ ମାଇହାତୀର ମୃତ୍ୟୁ ଘଟିଛି । ୧୮ ଟିକିଆ ହାତୀପଲ ବୁଧବାର ଭୋର ସମୟରେ ନେକଡ଼ାଘର ଜଙ୍ଗଲରେ ଯାଉଥିବାବେଳେ ନରଣପୁର ପାୱାରଗ୍ରୀଡ଼ରୁ ଜଂଘିରା ଆଡ଼କୁ ଯାଇଥିବା ୩୩ ଜେଭି ଲାଇନ ର ଏକ ଖୁଣ୍ଟ ସଂମ୍ପର୍ସ ରେ ଗୋଟିଏ ମାଇହାତୀ ଆସିଯାଇଥିଲା । ମାଈ ହାତୀଟି ଉଚ୍ଚଶକ୍ତି ବିଦ୍ୟୁତ ସଂମ୍ପର୍କ ରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ବଂଚିଯାଇଛନ୍ତି । […]

କୁନ୍ନୁର ହେଲିକପ୍ଟର ଦୁର୍ଘଟଣା, ଶୋକପ୍ରକାଶ କଲେ ପ୍ରାଧାନମନ୍ତ୍ରୀ

ଭୁବନେଶ୍ୱର,୮/୧୨(ଏସଏସନିୟୁଜ) ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର ଚପର ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଏଥିରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ମସେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବାର ଜଣାପଡିଛି । ରାୱତଙ୍କ ପରଲୋକରେ ପ୍ରାଧାନମନ୍ତ୍ରୀଙ୍କ ଶୋକପ୍ରକାଶ କରି ରାୱତ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ ବୋଲି ଟ୍ୱିଟ କରି ଶୋକ ଜଣାଇଲେ […]

ଶ୍ୱଶୁରଙ୍କ ଘର ଆଗରେ ସ୍ତ୍ରୀର ଧାରଣା

ତାଳଚେର, ୮/୧୨(ଏସଏସନିୟୁଜ) ସ୍ତ୍ରୀ ମାନ୍ୟତା ଦାବିରେ ଶ୍ୱଶୁରଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି ବୋହୂ ।ଏହିଘଟଣା ତାଳଚେର ଥାନା ଅନ୍ତର୍ଗତ ବନ୍ତୁଲ ପଂଚାୟତର ବଙ୍ଗୁ ଗ୍ରାମରେ ଘଟିଛି । ଅନୁଗୁଳ ହେମସରପଡ଼ାର ମାୟାଧର ସାହୁଙ୍କ ଝିଅ ଡ଼ଲିରାଣୀ ସାହୁ (୩୪) ବୈଦିକ ରୀତିରେ ତାଳଚେର ଅଂଚଳର ବଙ୍ଗୁ ଗ୍ରାମର ଅକ୍ଷୟ କୁମାର ସାହୁଙ୍କୁ (୪୭) ୧ ଡ଼ିସେମ୍ବର ୨୦୧୭ରେ ଅନୁଗୁଳ ସ୍ଥିତ ମା’ବୁଢ଼ୀଠାକୁରାଣୀଙ୍କ ମନ୍ଦିରରେ ବିବାହ କରିଥିଲେ ।କିନ୍ତୁ ବିବାହର ଏକ ବର୍ଷ ପରେ ସ୍ୱାମୀ […]

ମୃତ ବ୍ୟକ୍ତିଙ୍କ ନାମରେ ଜମି ବିକ୍ରି କରି ଧରାପଡିଲେ

ଢେଙ୍କାନାଳ, ୮/୧୨(ଏସଏସନିୟୁଜ) କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ବ୍ୟକ୍ତିମାନଙ୍କୁ ଜୀବିତ ଦେଖାଇ ନକଲି ଆଧାର କାର୍ଡ ଓ ଫଟୋ ଯୋଗାଡ କରି ଜମି ବିକ୍ରି କରିଥିବା ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି ।ମୃତକଙ୍କ ପରିବାରଲୋକ ଏହାଜାଣିବାପରେ ଥାନାରେ ଅଭିଯୋଗ କରିଥିଲେ ।

ଦୋକାନ ଉଚ୍ଛେଦକୁ ବିରୋଧ

ଯୋଡ଼ା, ୮/୧୨(ଏସଏସନିୟୁଜ) ବିନା ନୋଟିସରେ ଦୋକାନ ଘର ଉଚ୍ଛେଦକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ପୌରପାଳିକାରୁ ଅନୁମତି ନେଇ ନିଜସ୍ୱ ଖର୍ଚ୍ଚରେ ଦୋକାନ ଘର ନିର୍ମାଣ କରି ମଧ୍ୟ ମାସିକ ଭଡ଼ା ପୌରପାଳିକାକୁ ପ୍ରଦାନ କରିଚାଲିଛନ୍ତି । ଯୋଡ଼ା ସହରରେ ଫ୍ଲାଏଓଭର ନିର୍ମାଣ ପାଇଁ ବିନା ନୋଟିସରେ ମଙ୍ଗଳବାର ପ୍ରଶାସନ ପୋଷ୍ଟ ଅଫିସ୍ ନିକଟରେ ଦୋକାନ ଗୃହ ଗୁଡ଼ିକୁ ଭାଙ୍ଗିବାକୁ ଉଦ୍ୟମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା। ଯାହାକୁ ବ୍ୟବସାୟୀମାନେ ବିରୋଧ କରିବାସହ ଜିଲ୍ଲାପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି ।

ବଂଚିଗଲେ ସରପଞ୍ଚଙ୍କ ସ୍ବାମୀ

ଆସିକା,୮/୧୨(ଏସଏସନିୟୁଜ)ସୈାଭାଗ୍ୟବଶତ ବଂଚିଯାଇଛନ୍ତି ଖଣ୍ଡଦେଉଳି ସରପଞ୍ଚଙ୍କ ସ୍ବାମୀ ନୀଳାମ୍ବର ସ୍ବାଇଁ । ନୀଳାମ୍ବର ବାଇକ୍‌ରେ ବେଲପଦା ଯାଉଥିବା ସମୟରେ କର୍ଣ୍ଣୋଳି ଗ୍ରାମଠୁ କିଛି ଦୂର‌ରେ ତିନିଜଣ ଅଭିଯୁକ୍ତ ତାଙ୍କୁ ରେକିବା ସହ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ।କିନ୍ତୁ ଟ୍ରିଗର୍ ଦବାଇଲା ବେଳକୁ ବନ୍ଧୁକଟି ଲକ୍ ହୋଇଯିବା କାରଣରୁ ନୀଳାମ୍ବର ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ନୀଳାମ୍ବରର ପାଟିଶୁଣି ସ୍ଥାନୀୟଲୋକମାନେ ପହଚିବାବେଳକୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଆସିକା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ […]