ଭୁବନେଶ୍ୱର,୮/୧୨(ଏସଏସନିୟୁଜ) ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର ଚପର ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଏଥିରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ମସେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବାର ଜଣାପଡିଛି । ରାୱତଙ୍କ ପରଲୋକରେ ପ୍ରାଧାନମନ୍ତ୍ରୀଙ୍କ ଶୋକପ୍ରକାଶ କରି ରାୱତ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ ବୋଲି ଟ୍ୱିଟ କରି ଶୋକ ଜଣାଇଲେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ।