ଦୁବାଇ ଫେରନ୍ତା ଯୋଗୁ ଘୋଷଣା ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଭଞ୍ଜନଗର,୧୦ /୧୨(ଏସ ଏସ ନିଉଜ)ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେଦୁବାଇ ଫେରନ୍ତା ଙ୍କ କରୋନା ପଜିଟିଭ୍ ଜଣାପଡିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଣ୍ଢେଇସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।ଦୁବାଇରୁ ଜଣେ ବ୍ୟକ୍ତି ଗତ ୩୦ ତାରିଖରେ ରାଉରକେଲା ଆସିଥିଲେ ଏୟାରପୋର୍ଟରେ ତାଙ୍କର ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ ହୋଇଥିଲା । ରାଉରକେଲାରଏହି ବ୍ୟକ୍ତି ଜଣକ କିଛି ଦିନ ତଳେ ଭଞ୍ଜନଗର ନିଜ ସମ୍ପର୍କୀୟଙ୍କ ଘରକୁ ଗତ ୭ ତାରିଖରେ ଆସିଥିଲେ । ତାଙ୍କର ମୋବାଇଲକୁ କରୋନା ପଜିଟିଭ ବୋଲି ମେସେଜ ଆସିଥିଲା । ଲଣ୍ଡେଇସାହିରେ ଯେଉଁ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ତାଙ୍କର ଦୁଇ ପଡୋଶୀଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଇଛି । ଏହାସହିତ ତିନୋଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି । ମାତ୍ର ସେମାନଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିବା ଜାଣିବାକୁ ମିଳିଛି ।

Comments (0)
Add Comment