Browsing author

SATYA SANDHANA DESK

ଗଛରେ ଲାଖିଛି ହାତୀ

ମୟୂରଭଞ୍ଜ, ୨୮/୧୧(ଏସଏସନିୟୁଜ) ଏକ ବିରାଟ ଗଛରେ ଲାଖିଛି ହାତୀର ମୃତଦେହ ।ଶିମିଳିପାଳ ନଅଣା ରେଞ୍ଜ ଅନ୍ତର୍ଗତ କୋର୍ ଏରିଆରେ ଏହି ଘଟଣା ଘଟିଛି । ଆଜି ବାଘ ଗଣନା କରିବାକୁ ଯିବାବେଳେ ବନ ବିଭାଗ କର୍ମଚାରୀମାନେ ଏହି ଦୃଶ୍ୟ ଦେଖିବାକୁ ପାଇଛନ୍ତି। ମୃତ ହାତୀର ବୟସ ପାଖାପାଖି ୪୦ ବର୍ଷ ଓ ମାଈହାତୀ ବୋଲି ଜଣାପଡିଛି । ହାତୀଟି ପାହାଡ଼ ଉପରୁ ଖସିପଡ଼ି ପ୍ରାଣ ହରାଇବା ପରେ ୩୦ ଫୁଟ୍ ତଳେ ଥିବା ଗଛରେ ଲାଗିଥିବା ଜଣାପଡ଼ିଛି।

ଦମ୍ପତିଙ୍କୁ ହାଣିଦେଲେ ଦୁର୍ବୁତ

ରାଇରଙ୍ଗପୁର, ୨୮/୧୧(ଏସଏସନିୟୁଜ) ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଗମ୍ଭାରିଆ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ସ୍ବାମୀ,ସ୍ତ୍ରୀଙ୍କୁ ଶୋଇଥିବାବେଳେ ଦୁର୍ବୁୟମାନେ ଟାଙ୍ଗିଆରେ ହାଣିଛନ୍ତି ।ଯାହାଫଳରେ ମାନସିଂ ସୋରେନ୍ ମୃତ୍ୟୁବରଣ କରିଥିବାବେଳେ ସ୍ତ୍ରୀ ସାଲହୋମଣିଙ୍କୁ ସଂକଟାପନ୍ନ ଅବସ୍ଥାରେ ବାରିପଦା ପିଆରଏମ୍ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରକୁ ପଶି ଆସି ବାପା, ମାଙ୍କୁ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ […]

ପୋଖରୀରୁ ମିଳିଲା ମୃତଦେହ

ଭଦ୍ରକ,୨୮/୧୧(ଏସଏସନିୟୁଜ) ଆଜି ସକାଳୁ ଭଦ୍ରକର ରାହଞ୍ଜ ମଠ ପୋଖରୀରୁ ଶିବ ବେହେରାଙ୍କର ମୃତଦେହକୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଉଦ୍ଧାର କରିଛି ।ମୃତଦେହଟି ସକାଳୁ ଭାସୁଥିବାର ଲୋକ ଦେଖିବାକୁ ପାଇଥିଲେ ।ଲୋକମାନଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହକୁ ଜବତ କରିଥିଲା ।ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଭିତରେ ରହିଥିବାବେଳେ ବ୍ୟବଛେଦ ପରେ ପକୃତ କାରଣ ଜଣାପଡିବ ବେଲି ଜଣାପଡିଛି ।

ଶୋଇବା ବେଡ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ

ପର୍ସ;- ପଇସା ପତ୍ର,ଜରୁରୀ କାଗଜ ପତ୍ର ଏବଂ ପର୍ସ ଏଗୁଡିକ କୁ କେବେ ହେଲେ ନିଜ ବିଛଣା ରେ ରଖି ଶୋଇବା ଉଚିତ ନୁହେଁ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଦ୍ୱାରା ଧନ ହାନି ଘଟିଥାଏ। ଘଣ୍ଟା;- ବସ୍ତୁଶାସ୍ତ୍ର ଅନୁଯାୟୀ ସମୟ ଗଣନା ରେ ବ୍ୟବହୃତ ଜିନିଷ ଏବଂ ଶବ୍ଦ ନିୟମିତ କରୁଥିବା ଜିନିଷ କୁ କେବେ ହେଲେ ନିଜ ପାଖରେ ରଖିବା ଉଚିତ ନୁହେଁ। ଏହା ମାନସିକ ଅଶାନ୍ତି ଦେଇଥାଏ। ବହି;- ବହି ଆଦି ଜିନିଷ ପାଠ୍ୟକ୍ରମ […]

ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮/୧୧(ଏସଏସନିୟୁଜ)କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଥିଲେ ଯେ […]

ସୁପାରୀ କିଲର ଗିରଫ

ଭୁବନେଶ୍ୱର, ୨୮/୧୧(ଏସଏସନିୟୁଜ) ଜଣେ ଖଣି ବ୍ୟୟସାୟୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବାବେଳେ ନୟାପଲ୍ଲୀ ଅଞ୍ଚଳରୁ ସୁପାରି କିଲର ସହିତ ୨ ପିସ୍ତଲ ଗୁଳି ଜତବ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ଜଗତସିଂହୁପର, କଟକ ଓ କେନ୍ଦ୍ରାପଡ଼ାରେ ଅଭିଯୁକ୍ତ ବିରୋଧରେ ଏକାଧିକ ମାମଲା ଥିବା ଜଣାପଡିଛି ।ତେବେ ପୋଲିସ ଧରିଲାବେଳେ ସେ ପୋଲିସକୁ ବନ୍ଧୁକ ଦେଖାଇଥିଲା ।

ସର୍ଟସର୍କିଟରେ ଜଳିଗଲା ୬ବଖରା ଚାଳଘର

ମେଣ୍ଢାଶାଳ,୨୭/୧୧(ଏସଏସନିୟୁଜ)ଶୁକ୍ରବାରବିଳମ୍ବିତ ରତିରେ ଚନ୍ଦକାଥାନା ଅର୍ନ୍ତଗତ ଗିରିଙ୍ଗାପୁଟ ଆଦିବାସୀସାହିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୬ବଖରା ଘର ପୋଡିଯାଇଛି ।ଗ୍ରାମର ଲକ୍ଷ୍ମୀମାଝୀ ଓ ଗଣେଶ ମାଝୀଙ୍କ ଚାଳଘରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଘରମଧ୍ୟରେ ଥିବା ଆସବାସ ପତ୍ର ସହ ଧାନଚାଉଳ,ବାସନକୁସନ,ଲୁଗାପଟା ସବୁ ପୋଡି ପାଉଁଶ ହୋଇଯାଇଛି । ଖବର ମିଲିବାପରେ ମେଣ୍ଢାଶାଳ ରାଜସ୍ୱନିରିକ୍ଷକ ଅମରେନ୍ଦ୍ର ମହାରଥି ଘଟଣାସ୍ଥଳରେ ପହଁଚି କ୍ଷୟକ୍ଷତିର ବିବରଣୀ ସଂଗ୍ରହ କରିବା ସହ ବିପନ୍ନ ପରିବାରକୁ ପଲଥିନ ପ୍ରଦାନ କରିଛନ୍ତି ।ଅନ୍ୟପଟେ ମେଣ୍ଢାଶାଳ ଗ୍ରାମର […]

ଚୋରାଚାଳଣ ବେଳେ ଜଙ୍ଗଲରୁ ଶାଗୁଆନ କାଠ ଜବତ

ଗଂଜାମ , ୨୭/୧୧(ଏସଏସନିୟୁଜ) ଜଙ୍ଗଲରୁ ଶାଗୁଆନ ଗଛ କାଟି ତାକୁ ଚୋରାଚାଳଣ କରିବାକୁ ଉଦ୍ୟମ କରୁଥିବାବେଳେ ଟ୍ରାକ୍ଟର ବୋଝେଇ କାଠକୁ ଜବତ କରିବାରେ ସକ୍ଷମ ହୋଇଛି ବନବିଭାଗ ।କିନ୍ତୁ କୈାଶଳକ୍ରମେ ଚାଳକସହ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତିା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ସୋଲଣ୍ଡି ସଂରକ୍ଷିତ ଜଙ୍ଗଲରେ ଶାଗୁଅନ କାଠ ଚୋରାଚାଳଣ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀମାନେ ଚଢ଼ଉ କରି କାଠବେଝେଇ ଟ୍ରାକ୍ଟରକୁ ଜବତକରିଥିଲେ ।ଜବତ କାଠର ଆନୁମାନିକ ମୁଲ୍ୟ ପ୍ରାୟ ୬୦ […]

ବିଜେଡିର ମିଶ୍ରଣ ପର୍ବ

ଗଞ୍ଜାମ, ୨୭/୧୧(ଏସଏସନିୟୁଜ)ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମପଞ୍ଚାୟତର ଖୋଳଖାଳି ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ର ପାଞ୍ଚଶହ ପରିବାର ବିଜେପି ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ଶୁସାଶନରେ ଅନୁପ୍ରାଣିତ ହୋଇ ଆଜି ଖୋଳଖାଳି ଗ୍ରାମର ପିଜେପି ନେତା କାର୍ତ୍ତିକ ସାହାଣୀ ଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ ବିଜେପି କର୍ମୀ ଆଜି ବିଦ୍ଧିବଦ୍ଧ ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିରେ […]

ବିଡିଓଙ୍କୁ ଦାବୀପତ୍ରଦେଲେ ଓଡିଶା ପାଇପ ଜଳ କର୍ମଚାରୀ ସଂଘ

ଆସିକା , ୨୭/୧୧(ଏସଏସନିୟୁଜ)ଗଞ୍ଜମ ଜିଲ୍ଲା ଆସିକା ବ୍ଲକରେ କାଯ୍ୟରତ ଓଡିଶା ପାଇପ ଜଳ କର୍ମଚାରୀ ମାନେ ବିଭିନ୍ନ ଦାବି ପୂରଣ ପାଇଁ ବିଡିଓଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ତାଙ୍କୁ ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ର ମାନ୍ୟତା ପ୍ରଦାନ କରାଯାଉ,ସେମାନଙ୍କ ଦଶ ବର୍ଷର ବକେୟା ପାରିଶ୍ରମିକ ଦିଆ ଯାଉ,କାଯ୍ୟକରୁଥିବା ସମୟରେ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ,ସମାନ […]