ଗଛରେ ଲାଖିଛି ହାତୀ

ମୟୂରଭଞ୍ଜ, ୨୮/୧୧(ଏସଏସନିୟୁଜ) ଏକ ବିରାଟ ଗଛରେ ଲାଖିଛି ହାତୀର ମୃତଦେହ ।ଶିମିଳିପାଳ ନଅଣା ରେଞ୍ଜ ଅନ୍ତର୍ଗତ କୋର୍ ଏରିଆରେ ଏହି ଘଟଣା ଘଟିଛି । ଆଜି ବାଘ ଗଣନା କରିବାକୁ ଯିବାବେଳେ ବନ ବିଭାଗ କର୍ମଚାରୀମାନେ ଏହି ଦୃଶ୍ୟ ଦେଖିବାକୁ ପାଇଛନ୍ତି। ମୃତ ହାତୀର ବୟସ ପାଖାପାଖି ୪୦ ବର୍ଷ ଓ ମାଈହାତୀ ବୋଲି ଜଣାପଡିଛି । ହାତୀଟି ପାହାଡ଼ ଉପରୁ ଖସିପଡ଼ି ପ୍ରାଣ ହରାଇବା ପରେ ୩୦ ଫୁଟ୍ ତଳେ ଥିବା ଗଛରେ ଲାଗିଥିବା ଜଣାପଡ଼ିଛି।

Comments (0)
Add Comment