Browsing author

SATYA SANDHANA DESK

ନାବାଳିକା ଛାତ୍ରୀ ରମ୍ଭାରୁ ଉଦ୍ଧାର

ଗଞ୍ଜାମ, ୯/୧୧(ଏସଏସନିୟୁଜ) ଭୁବନେଶ୍ୱରରୁ ଅପହରଣ ହୋଇଥିବା ନବମ ‌ଶ୍ରେଣୀ ଛାତ୍ରୀଙ୍କୁ ରମ୍ଭାରୁ ଉଦ୍ଧାର କରାଯାଇଛି। ଗତ ୨୭ ତାରିଖରେ ଛାତ୍ରୀ ଜଣଙ୍କ ସ୍କୁଲରୁ ନଫେରିବାରୁ କ୍ୟାପିଟାଲ୍ ଥାନାରେପରିବାରପକ୍ଷରୁ ଏତଲା ଦିଆଯାଇଥିଲା ।ପୋଲିସ ତଦନ୍ତ ବେଳେ ଜଣେ କଳା ଶିକ୍ଷକ ଏହି ଘଟଣାର ମାଷ୍ଟରମାଇଣ୍ଡ୍ ବୋଲି ଜାଣିବାକୁ ପାଇଥିଲେ ।ପରେ ଅଧରକ ପଚରାଉଚରା କରି ଗତକାଲି ରମ୍ଭା ପୁଲିସ ସହାୟତାରେ ରମ୍ଭା ମିଞ୍ଚିଣିପାଟଣା ଅଞ୍ଚଳର ଏକ ବନ୍ଦ ଘରୁ ନାବାଳିକାକୁ ଉଦ୍ଧାର କରିଛନ୍ତି। ଏକତରଫା ପ୍ରେମ ପାଇଁ ଏପରି […]

ମେଣ୍ଢାଶାଳରେ ବିହନ ବିଶୋଧନ ତାଲିମ ଶିବିର

ବାରଙ୍ଗ,୯/୧୧(ଏସଏସନିୟୁଜ)ମଙ୍ଗଳବାରଦିନ ପୁର୍ବାହ୍ନ୨ଟାରେ ମେଣ୍ଢାଶାଳଠାରେ ଭୁବନେଶ୍ୱରବ୍ଲକ କୃଷିବିଭାଗ ପକ୍ଷରୁ ବିହନ ବିଶୋଧନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକକୃଷିଅଧିକାରୀ ତୁଷାରକାନ୍ତିସାମଲ ଯୋଗଦେଇ କିପରି ଚାଷକରିବାପୁର୍ବରୁ ବିହନକୁ ବିଶୋଧନ କରିବାକୁ ପଡିବ ସେଥିନିମନ୍ତେ ଆବଶ୍ୟକତାଥିବା ପ୍ରଣାଳୀ ଉପରେ ଉପସ୍ଥିତଥିବା ମହିଳା ଗୋଷ୍ଠି ସଦସ୍ୟାମାନଙ୍କୁ ବୁଝାଇଥିଲେ ।ପ୍ରତିଭାସ୍ୱୟଂସହାୟକ ଗୋଷ୍ଠିଦ୍ୱାରା ଆୟୋଜନ କରାଯାଇଥିବା ଏହି ଶିବିରରେ ସରପଂଚ ମମତାବେହେରା ସଭାପତିତ୍ୱ କରିଥିଲେ । ବିରକିଶୋର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏଥିରେ ଶତାଧିକ ମହିଳା ସଦସ୍ୟାମାନେ ଯୋଗଦେଇଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ବ୍ୟାଙ୍କମ୍ୟାନେଜର-କ୍ୟାସିୟରଙ୍କୁ ବନ୍ଧୁକ ଦେଖଇ ୧୫ ଲକ୍ଷ ଲୁଟ

ସୁନ୍ଦରଗଡ଼, ୯/୧୧(ଏସଏସନିୟୁଜ)ପୋଲିସ ବନ୍ଧୁକ ଦେଖାଇ ଆଜି ଅପରାହ୍ନ ରେ ଆକ୍ସିସ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ୍ ହୋଇଛି ।ଏହି ଲୁଟ କରି ଖସି ପଳାଉଥିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇ ଶେଷରେଧରାପଡିଛି ଲୁଟେରା ।ଲୁଟେରାଠାରୁ ଟଙ୍କା ସହ ବନ୍ଧୁକ ଜବତ ହୋଇଛି ।ଏହିଘଟଣା ସୁନ୍ଦରଗଡ଼ ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ପୁଲିସ ଏଏସ୍‌ଆଇ ମିତ୍ରଭାନୁ ନାଏକଙ୍କ ପୁଅ ଜୟଦେବ ଏକ ବନ୍ଧୁକ ନେଇ ବାଇକ ଯୋଗେ ସାଙ୍ଗରେ ଏକବ୍ୟାଗ ଆଣି ଆକ୍ସିସ୍ ବ୍ୟାଙ୍କକୁ ଆସିଥିଲେ ।ବ୍ୟାଙ୍କକ୍ୟାସିଅର ଓ […]

ଦୁଇଟି ହାତୀଦାନ୍ତ ଜବତ

କେନ୍ଦୁଝର,୯/୧୧(ଏସଏସନିୟୁଜ) କେନ୍ଦୁଝର ଜିଲ୍ଲାରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି ।ଏହି ଜିଲ୍ଲାର ବିଜେପି ରେଞ୍ଜ ଲୁଣଘର ଗ୍ରାମରୁ ଜବତ ହୋଇଛି ହାତୀଦାନ୍ତ ।ଏହି ଘଟଣାରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବନକାଟି ଗ୍ରାମର ଚିତ୍ତରଂଜନ ବଇଠ ଏବଂ କେନ୍ଦୁଝର ସଦର ଥାନା ଅଞ୍ଜର ଗ୍ରାମର ଡାକ୍ତର ମୁଣ୍ଡାଙ୍କୁ ଗିରଫ କରାଯାଇଛି।

ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼

ଭୁବନେଶ୍ୱର,୯/୧୧(ଏସ ଏସ ନିୟୁଜ)ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ୍‌ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ରେଡ୍ ହୋଇଛି।ଏକକାଳୀନ ଭୁବନେଶ୍ୱର ବାସଭବନ ସମେତ ୧୨ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି ।ଜୟଦେବବିହାରରେ ୬ ତାଲା ବିଶିଷ୍ଟ ଘର, ଖଣ୍ଡଗିରି ସରକନ୍ତରାର ଭଡ଼ା ଘର, ଜୟଦେବବିହାର ନରେନ୍ଦ୍ର ଭିଲ୍ଲାରେ ଥିବା ଘର ସମେତ ଭଦ୍ରକ, ବାସୁଦେବପୁର, ବାଲେଶ୍ୱରର ସିମୁଳିଆରେ ଚଢଉ ଚାଲିଛି।ରାଜଧାନୀ ଉପକଣ୍ଠ […]

ଆଜିର ରାଶିଫଳ

‼️ମାଁ ପରମେଶ୍ବରୀ ନମଃ‼️ନଭେମ୍ବର ମାସ ୦୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ,ମକର ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ ନିମ୍ବ ଭକ୍ଷଣ ନିଷେଧ,👉🏿ମେଷ: ପରୋପକାର👉🏿ବୃଷ: ଦେହକଷ୍ଟ 👉🏿ମିଥୁନ: ବନ୍ଧୁ ମିଳନ👉🏿 କର୍କଟ: ଆତ୍ମଗର୍ବ👉🏿 ସିଂହ: ଚିନ୍ତାଗ୍ରସ୍ତ👉🏿 କନ୍ୟା: କାର୍ଯ୍ୟ ହାନି👉🏿 ତୁଳା: ଘାତ ଚନ୍ଦ୍ର👉🏿 ବିଛା: ପରାଧୀନ👉🏿ଧନୁ:ସୁଖସନ୍ତୋଷ🤙🏿 ମକର : ପଥରୋଧ👉🏿 କୁମ୍ଭ : ଘାତ ଚନ୍ଦ୍ର👉🏿 ମୀନ:ସୁଖସମ୍ମାନ। ମେଷ:-ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ […]

କଲେଜ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ

କଟକ, ୮/୧୧(ଏସଏସନିୟୁଜ) ଅଫଲାଇନ ପରୀକ୍ଷା ବାତିଲ ଦାବିରେ କଟକ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଆଜି କଲେଜ ସମ୍ମୁଖରେ ଧାରଣା ଦେଇଥିଲେ । ଯୁକ୍ତ ତିନି ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ସେମାନଙ୍କ ସେମିଷ୍ଟାର ପରୀକ୍ଷା ବାତିଲ ଏବଂ ମିଡ ସେମ ପରୀକ୍ଷାକୁ ଅନଲାଇନ କରିବା ଦାବିରେ ଛାତ୍ରୀମାନେ କଲେଜ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ ।

ଛୁଇଁଲା ଶୀତ

ରାୟଗଡ଼ା,୮/୧୧(ଏସଏସନିୟୁଜ) ଶୀତର ପହିଲି ସ୍ପର୍ଶ ମାଳଭୂମିକୁ ଛୁଇଁଛି ।ଫଳରେ ରାୟଗଡ଼ାରେ ଭୋରସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବାସହ ଘନ କୁହୁଡ଼ି ଲାଗିରହୁଛି । ଶୀତର ପହିଲି ସ୍ପର୍ଶକୁ ଅନୁଭବ କରିବାପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି ।ଗ୍ରାମାଂଚଳରେ ଶୀତର ପ୍ରକୋପ ଅଧିକ ରହିଥିବାବେଳେ ଶୀତ କବଳରୁ ମୁକ୍ତି ପାଇଁ ଲୋକମାନେ ନିଆଁ ଜାଳୁଛନ୍ତି । ପାହାଡ଼ ଉପରେ ବସବାସ କରୁଥିବା ଆଦିବାସୀ ଓ ଜନଜାତି ସଂପ୍ରଦାୟର ଲୋକମାନେ ଶୀତକୁ ନେଇ ଚିନ୍ତିତ ରହିଥିବାର ଜଣାପଡିଛି । […]

ପେଣ୍ଠ ବେଳାଭୂମିରେ ହେବ ଇକୋ ରିଟ୍ରିଟ୍‌

ରାଜନଗର,୮/୧୧(ଏସଏସନିୟୁଜ) ଚଳିତ ବର୍ଷ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ । ଦୋବନ୍ଧି ଠାରୁ ପେଣ୍ଠ ମଧ୍ୟରେ ପ୍ରାୟ ୧୮ଶହ ମିଟର ଏରିୟାରେ ଇକୋ ରିଟ୍ରିଟ ଆୟୋଜନ ହେବ। ୨୫ଟି ଟେଂଟ ରେ ରହି ପର୍ଯ୍ୟଟକ ମାନେ ସମୁଦ୍ରର ଶୋଭା ଉପଭୋଗ କରିପାରିବେ ।ଇକୋ ରିଟ୍ରିଟରେ ଥିବା ପର୍ଯ୍ୟଟକ ମାନେ ଦିନବେଳା ଭିତରକନିକା ବୁଲିବେ ଓ ରାତିରେ ବେଳାଭୂମିର ମଜା ନେବେ ।ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେବେ ।ତତ୍‌ସହିତ ପର୍ଯ୍ୟଟକମାନଙ୍କ ପାଇଁ ବେଳାଭୂମିରେ […]

ଡିସେମ୍ବର ୧୪ରେ ପୂର୍ଣ୍ଣାଙ୍ଗ ଭୋଟର୍ ତାଲିକା

ଭୁବନେଶ୍ୱର, ୮/୧୧(ଏସଏସନିୟୁଜ) ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର୍ ତାଲିକା ପ୍ରକାଶ ପାଇବ । ପଞ୍ଚାୟତ କାର‌୍ୟ୍ୟକାଳ ୨୦୨୨ ମାର୍ଚ୍ଚ ୨୨ରେ ସରିବ । କାର‌୍ୟ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାରମ୍ଭିକ ପର‌୍ୟ୍ୟାୟରେ ୨୯ ଜିଲ୍ଲାର ଭୋଟର୍ ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଆଜି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।