Browsing author

SATYA SANDHANA DESK

ମା ଦକ୍ଷିଣ କାଳୀଙ୍କ ପୀଠରେ ୧୪୪

ସାକ୍ଷୀଗୋପାଳ,୩/୧୧(ଏସଏସନିୟୁଜ) ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁରସ୍ଥିତ ପ୍ରସିଦ୍ଧ ମା ଦକ୍ଷିଣ କାଳୀଙ୍କ ପୀଠରେ ଅନୁଷ୍ଠିତ ହେବାକୁ ଥିବା କାଳୀପୂଜା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି ।ଫଳରେ ଚଳିତବର୍ଷ ଭକ୍ତମାନେ ମାଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । ବର୍ଷସାରା ପୀଠରେ ମାଙ୍କ ପଟ୍ଟି ପୂଜା ପାଉଥିବାବେଳେ ବର୍ଷକରେ ଏହି ପବିତ୍ର କାଳୀପୁଜାରେ ମାଙ୍କ ପୀଠରେ ମା ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୁଏ । କୋଭିଡ କଟକଣାକୁ ଦୃଷ୍ଟିରୁ […]

ଗଂଜେଇ ଜବତ,୨ ଗିରଫ

  ମାଲକାନଗିରି,୩/୧(ଏସ ଏସ ନିୟୁଜ)ମୁଦୁଲିପ଼ଡା ଥାନା ପୋଲିସ ଚଢ଼ଉ କରି ୫୦ କିଲୋ ଓଜନର ଗଞ୍ଜେଇ ସହ ୨ ଜଣକୁ ଗିରଫ କରିଛି।ବାଲିମେଳା ଏବଂ ଜୟପୁର ରାଜ୍ୟ ରାଜପଥରେ ମୁଦୁଲିପ଼ଡା ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏମପି- ୨୨-ସିଏ-୩୫୭୩ ନମ୍ବର କାର ଟି ଦ୍ରୁତଗତିରେ ଆସୁଥିବାବେଳେ ରୋକିଥିଲେ।କାରକୁ ଯାଞ୍ଚ କରିବାବେଳେ ସେଥିରୁ ୫୦ କିଲୋ ଓଜନର ଗଞ୍ଜେଇ ଜବତ କରିବା ସହ ସୌରଭ ଭସଲେ ଏବଂ ବ୍ରଜେସ ତିୱାରୀକୁ ଗିରଫ କରିଥିଲେ। ଗଂଜେଇ ବୋଝେଇ କାର […]

ବାଣ ଭିଡୁଥିବା ବେଳେ ବିସ୍ଫୋରଣ

  ତିଗିରିଆ,୩/୧୧(ଏସ ଏସ ନିୟୁଜ)ଦୀପାବଳି ପାଇଁ ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟିଜଣେ ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ସେମାନେ ହେଲେ ବୀର ସ୍ବାଇଁ, ତାଙ୍କର ବୋହୂ ଓ ଦେଢ ବର୍ଷରନାତି। ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ୱର ପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଲେଖ ସ୍ବାଇଁଙ୍କ ପୁଅ ବୀର ସ୍ୱାଇଁ ତାଙ୍କ ଘରେ ବାଣ ଭିଡୁଥିବାବେଳେ ବାଣ ହଠାତ ବିସ୍ଫୋରଣ ହୋଇଥିଲା ।

ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ,୩/୧(ଏସ ଏସ ନିଉଜ)୮ ଜଣ ଆଇନଜୀବୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଲିଫ୍ଟରେ ଫସିଥିଲେ।୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଥିବା ଜଣାପଡିଛି ।ଲିପ୍ଟ ଅଚଳ ହେବା ଯୋଗୁଁ ଏହି ଅଘଟଣ ଘଟିଥିଲା । ପରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲିପ୍ଟରୁ ଆଇନଜୀବୀଙ୍କୁ ଉଦ୍ଧାର କରିଥିଲେ ।ପୁରୀବାସୀଙ୍କ ପାଇଁ ଚାରିଦ୍ୱାର ଖୋଲିବା ଦାବି ଆଇନଜୀବୀମାନେ ଜିଲ୍ଲାପାଳଙ୍କ ସ୍ମାରକପତ୍ର ଦେଇ ଫେରିବା ସମୟରେ ଅଘଟଣ ଘଟିଥିଲା।

କଟକରୁ ୫ ଲକ୍ଷ ଟଙ୍କାର ବାଣ ଜବତ

କଟକ,୩/୧୧(ଏସ ଏସ ନିୟୁଜ)କଟକଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୁଲିସ  ବେଆଇନ ବାଣ ଜବତ କରିଛି ।ଜବତ ବାଣର ମୂଲ୍ୟ ଆନୁମାନିକ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ।ଏହି ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖିଛି।

ପୁରୀଜିଲ୍ଲା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ଭୁବନେଶ୍ୱର,୩/୧୧(ଏସ ଏସ ନିୟୁଜ)୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ 33.03କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର […]

୫ଘଣ୍ଟା ପରେ ମୁକୁଳିଲେ ମନ୍ତ୍ରୀ

ଭୁବନେଶ୍ୱର,୩/୧୧(ଏସ ଏସ ନିୟୁଜ)୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଗତକାଲି ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡ଼ି କର୍ମୀମାନେ ଆକ୍ରମଣ କରିବା ପ୍ରତିବାଦରେ କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ କରିଛନ୍ତି ବିଜେପି ଓ କଂଗ୍ରେସ ।ଏହିଅଵସରରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଥିବା ବେଳେ ଏହି ଦୁଇଟି […]

ଜୁଆ ଆଡା ଉପରେ ଚଢଉ

ନୂଆପଡ଼ା,୩/୧୧(ଏସ ଏସ ନିଉଜ)ଦୁଇଟି ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୫ହଜାର ୪୪୦ ଟଙ୍କା ଜବତ କରିଛି ପୋଲିସ ।ନୂଆପଡ଼ା ଜିଲ୍ଲା ସଦର ଏନଏସି ୧୩ ନଂ ୱାର୍ଡ ମହୁଆଭଟା ଗ୍ରାମର ଏକ ଜମିରେ ଓ ନୂଆପଡ଼ା ବ୍ଳକ ଲାଞ୍ଜିମାଲଠାରେ ଜୁଆଆଡ୍ଡା ଉପରେ ଚଢଉ କରିଥିଲା।ଦୀପାବଳି ଉପଲକ୍ଷେ ଜୁଆଆଡ଼ା ଚାଳୁଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା।ମହୁଆଭଟାରୁ ୪ଜଣଙ୍କୁ ଗିରଫ କରିବା ସହ ୨୮ ହଜାର ୬୮୦ ଟଙ୍କା ଓ ଲାଞ୍ଜିମାଲଠାରୁ […]

ବେଆଇନ ବାଣ ଗୋଦାମରେ ଚଢଉ

ଡେଲାଙ୍ଗ,୩/୧୧(ଏସ ଏସ ନିୟୁଜ)ହରିରାଜପୁର ଫାଣ୍ଡି ଅର୍ନ୍ତଗତ ଗୋଡି ପୁଟମାଟିଆପଡା ପଂଚାୟତର ମାନପୁର ଗ୍ରାମରେ ଥିବା ଏକ କଲ୍ୟାଣ ମଣ୍ଡପ ଉପରେ ପୁଲିସ ଅଚାନକ ଚଢଉ କରି ଗଛିତ ରଖାଯାଇଥିବା ବିପୁଳ ପରିମାଣ ବାଣ ଜବତ କରିଛି।ଏହାସହ ଜଣଙ୍କୁ ଗିରଫ କରିଛି । ଦିପାବଳି ପାଇଁ ବିକ୍ରି ଉଦ୍ଦେଶ୍ୟରେ ଗଛିତ ରହିଥିଲା ବାଣ।ତେବେ ୨ଟି ମିନିଟ୍ରକ ଭର୍ତ୍ତି ବାଣ ସାମଗ୍ରୀକୁ ପୁଲିସ ଜବତ କରିଥିବାବେଳେ ଆନୁମାନିକ ମୂଲ୍ୟ ୬ଲକ୍ଷ ହେବ ବୋଲି ଜଣାପଡିଛି।

ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଖୋଲିବ

ଭୁବନେଶ୍ବର,୩/୧୧(ଏସ ଏସ ନିୟୁଜ)ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।ହେଲେ କେବେ ଖୋଲିବ ସେ ନେଇ ବିଚାରବିମର୍ଶ ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।