Browsing author

SATYA SANDHANA DESK

ଅଳିଆ ଗଦାରୁ ମିଳିଲା କଟା ହାତ, ଗୋଡ଼

ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ)ରାଜଧାନୀର ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରୁ କଟା ହାତ ଓ ଗୋଡ଼ ମିଳିଛି । ସ୍ଥାନୀୟ ଲୋକ ଏହାକୁ ଦେଖି ଖାରବେଳ ନଗର ଥାନା ପୋଲିସକୁ ଖବରଦେବାପରେ ପୋଲିସ ପହଁଚି ତଦନ୍ତ କରିବା ସହ ଫରେନ୍ସନିକ ଯାଞ୍ଚ ପାଇଁ ଏମ୍ସ ପଠାଯିବାନେଇ ପୋଲିସ କହିଛି । ଏହି କଟା ହାତ, ଗୋଡ଼ କାହାରତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ ।

ଇସ୍ତଫା ଦେଲେ ନବୀନ ନନ୍ଦ

ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ) ପୂର୍ବତନଚ ବିଧାୟକ ତଥା ଢ଼େଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ନିଜ ଇଚ୍ଛାରେ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବାସହ ତାଙ୍କ ଇସ୍ତଫା ପତ୍ର ମେଲ ଯୋଗେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇଛନ୍ତି ।ଏନେଇ ନବୀନ ନନ୍ଦ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ବର, ୧୪/୧୦(ଏସଏସନିୟୁଜ) ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବାସହ ଏହା ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏହାସହ ଉପକୂଳରେ ଅଧିକ ପରିମାଣର ବର୍ଷା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଅପରପକ୍ଷେ ଘୁର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଛି ।

ମନୀଷ ଅନୁରାଗ ମୃତ୍ୟୁ ଘଟଣା- ଗୁମର ଖୋଲୁଛି ପୁଲିସ

ଭୁବନେଶ୍ବର, ୧୪/୧୦(ଏସଏସନିୟୁଜ) ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ସହ ଗୁମର ଖୋଲୁଛି ପୁଲିସ । ମୃତଦେହ ଉଦ୍ଧାର ସ୍ଥାନପାଖରେ ଥିବା ସିସିଟିଭି ଯାଂଚ କରୁଛି ପୋଲିସ । ସାଙ୍ଗମାନଙ୍କ ସହ ବାରରେ ଖାଇସାରିବାପରେ ବିଲ ହୋଇଥିବା ୩୫ହଜାରେ ଟଙ୍କାକୁ ଦେବାକୁ ନେଇ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି।ଫଳରେ ଉକ୍ତ ଟଙ୍କା ପରିଷୋଧ କରିବାନିମନ୍ତେ ବାର କର୍ମଚାରୀ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ।ଏହାପରେ ଘରୁ […]

ମିଳିଲାନି ଜାମିନ

ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ) ଆରୟନ୍ କୁ ମିଳିପାରିଲାନି ଜାମିନ । ବିଚାରପତି ଭିଭି ପାଟିଲ ଅକ୍ଟୋବର ୨୦ପର‌୍ୟ୍ୟନ୍ତ ରାୟ ସଂରକ୍ଷିତ ରଖିବାସହ ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ।ଯାହାଫଳରେ ପୁଣିତାଙ୍କୁ ୫ଦିନ ଜେଲରେ ରହିବାକୁ ପଡିବ । ସେ କେବଳ ଜେଲ୍‌ରେ ଦିଆଯାଉଥିବା ମିଳୁଥିବା ଖାଦ୍ୟ ଖାଇବେ ବୋଲି କୁହାଯାଇଛି। ଜେଲ୍ ନିୟମ ଅନୁସାରେ କ୍ୟାଣ୍ଟିନ୍ କୁପନ୍ ବ୍ୟବହାର କରି ସ୍ନାକ୍ସ୍‍, ବିସ୍କୁଟ୍‌, ପାଣି ବୋତଲ ଆଣିବାସହ କମନ୍ ସେଲ୍‌କୁ ତାଙ୍କୁ ସ୍ଥାନାନ୍ତରଣ କରାଯାଇଛି।

ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ

କେନ୍ଦୁଝର,୧୪/୧୦(ଏସଏସନିୟୁଜ)ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ଗତ ରବିବାର ଦିନ କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟ ଅରଡେଇ ବ୍ରିଜ ନିକଟରେ ହେଇଥିବା ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ କରିଛି କେନ୍ଦୁଝର ପୋଲିସ । ସେମାନେ ହେଲେ ପ୍ରତାପ ରାଉତ,ବିଦ୍ୟାଧର ପରିଡ଼ା, ମୋନମୋହନ ଦାସ, ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖ । ଏମାନଙ୍କ ଠାରୁ ୪ ଟି ମୋବାଇଲଫୋନ, ଗୋଟିଏ ବାଇକ .ଦୁଇଟି ଅଫୁଟା ବୋମା […]

ପୂଜାମଣ୍ଡପ ବୁଲିଲେ ବିଧାୟକ

ବାରଙ୍ଗ,୧୪/୧୦(ଏସ ଏସ ନିୟୁଜ) କୋଭିଡ କଟକଣା ମଧ୍ୟରେ ଚାଲିଛି ମା ଜଗତ ଜନନୀଙ୍କ ପୂଜା ।ଆଡ଼ମ୍ବର ନାହିଁ କିନ୍ତୁ ରୀତିନୀତିରେ ହେଉଛି ପୂଜା।ଯୁବକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଗ୍ରାମବାସୀମାନେ କେବଳ ପରର୍ମ୍ପରାକୁ ବଞ୍ଚାଇ ରଖିଛନ୍ତି।ମାଙ୍କ ପୂଜା ରାଜଧାନୀ ଉପକଣ୍ଠ ବିଭିନ୍ନ ଗ୍ରାମରେ ମହାସମା ରୋହର ସହ ପାଳିତ ହେଉଥିବାର ଦେଖିବାକୁ ମିଳିଛି।ନାହିଁ ସଉଚ୍ଚ ତୋରଣ ,ନାହିଁ ଅଲୋକମାଳା କେବଳ ରୀତିନୀତିରେ ହୋମ ଓ ପୂଜାର୍ଜ୍ଜନ ଚାଲିଛି।ତେବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ତାଙ୍କ ନିର୍ବାଚନ […]

ବାଲିଘାଟରୁ ମିଳିଲା ମୃତଦେହ

ବାରଙ୍ଗ,୧୪/୧୦(ଏସ ଏସ ନିୟୁଜ) ନରଣପୁର ବାଲିଘାଟ କୁଆଖାଇରୁ ଗୁରୁବାର ସକାଳେ ବାଦଲ ସାମଲ ନାମକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି।ମୃତ ବ୍ୟକ୍ତି ହେଉଛନ୍ତିକୃଷ୍ଣଚନ୍ଦ୍ରପୁର ଗ୍ରାମର ବାଦଲ ସାମଲ(୬୫)। ସେ ମଙ୍ଗଳବାରଠାରୁ ନିଖୋଜ ଥିବାର ପରିବାର ଲୋକ ଗୋଡିସାହି ଫାଣ୍ଡିରେ ଅଭିଯୋଗ କରିଥିଲେ।ଗୁରୁବାର ସକାଳେ ସ୍ଥାନୀୟ ଲୋକ କୁଆଖାଇର ନରଣପୁର ବାଲିଘାଟ ପାଖରେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।ପୋଲିସ ଆସି ଏକ ଅପମୃତୁ ମାମଲା ରୁଜୁକରି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ଅକ୍ଟୋବର ମାସ ୧୪ ତାରିଖ ୨୦୨୧ ମସିହା(ଗୁରୁବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ.ତିଥି- ନବମୀ,ପିଠେ ବିଶ୍ରାମ ଓ ମୃଣ୍ମୟୀ ଦେବୀଙ୍କ ମହାନବମୀ ପୂଜା,ତୁଳା ଓ କୁମ୍ଭ ରାଶିର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ନବମୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ, ଲାଉ, କଳମଶ।ଗ ଭକ୍ଷଣ ନିଷେଧ। ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା […]

ଅସୁସ୍ଥ ହେଲେ ପୂବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ଭୁବନେଶ୍ୱର,୧୩/୧୦(ଏସ ଏସ ନିୟୁଜ)ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ ହେବା ପରେ ତାଙ୍କୁ ବୁଧବାର ସନ୍ଧ୍ୟାରେଏମ୍ସରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ଧରି ସେ ହାଲୁକା ଜ୍ୱରରେ ପୀଡିତ ଥିବାବେଳେ ହଠାତ୍ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।