Browsing author

SATYA SANDHANA DESK

ଚୋରୀମାମଲାରେ ଧରାହେଲେ ୩

ଭୁବନେଶ୍ବର,୩୦/୯(ଏସଏସନିୟୁଜ)ଚୋରୀକରି ଧରାପଡିଲେ ତିବିଜଣ ଚୋର ।ସେମାନେ ହେଲ ନୂଆପଲ୍ଲୀ ମୁଣ୍ଡାସାହିର ପିଣ୍ଟନ ନାୟକ, ମଣ୍ଟୁ ନାୟକ ଓ ସାବନ ନାୟକ।ଏମାନେ ଜଳସଂପଦ ବିଭାଗର ମହିଳା ଓଏଏସ୍ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ କ୍ବାର୍ଟର୍ସ ନଂ ଭି-୩ ଘରୁ ୧୦ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି କରିଥିଲେ ।ପୋଲିସ ତଦନ୍ତକରିଏହି ତିବିଜଣଙ୍କୁ ଗିରଫ ଗିରଫକରିବାସହ ଲୁଟେରାଙ୍କ ଠାରୁ ଗୋଟିଏ ଏଲ୍‌ଇଡି ଟିଭି, ସୁନା କାନଫୁଲ ଓ ଲକେଟ୍ ଏବଂ ୨ହଜାର ଟଙ୍କା ଜବତ କରିଛି।

ଆଜିର ଅନୁଚିନ୍ତା

  ☘️ପ୍ରତ୍ୟକ ମନୁଷ୍ୟ ଜୀବନରେ ବେଳେବେଳେ ଏହା ଶୁଣିବାକୁ ମିଳେ ଯେ “ବ୍ୟସ୍ତ ହୁଅନ୍ତୁ ନାହିଁ ଆଉ ସମୟ ଆସିଲେ ସବୁକିଛି ଠିକ୍ ହୋଇଯିବ”, କିନ୍ତୁ ଆମେ ବୁଝିବା ଦରକାର କି ସମୟ ଆସିଲେ ନୁହେଁ, ବରଂ ସମୟ ଆସିବା ପୂର୍ବରୁ ଆମେ ନିଜକୁ ଠିକ୍ କରିବା ଉଚିତ୍, କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦିନେ ନା ଦିନେ ଭଲ ସମୟ ଆସିଥାଏ ସତ, ମାତ୍ର ଆମେ ଠିକ୍ ହେବା ପର୍ଯ୍ୟନ୍ତ ସେ ସମୟ ରହେ ନାହିଁ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୩୦ ତାରିଖ ୨୦୨୧ ମସିହା(ଗୁରୁବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ନବମୀ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତାବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ଲାଉ କଳମଶାଗ ଭକ୍ଷଣ ନିଷେଧ। ମେଷ–ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ […]

ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ

ଭୁବନେଶ୍ୱର, ୨୯/୯(ଏସଏସନିୟୁଜ) ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଜଣେ ସାର ଡିଲର ଦୁର୍ଯ୍ୟୋଧନ  ବାରିକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭିଜିଲାନ୍ସ ଟିମ୍ ଯାଂଚ ସମୟରେ ତାଙ୍କ ପାଖରୁ ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିଲା । ଦୁର‌୍ୟ୍ୟୋଧନ ବାରିକଙ୍କର ସାର ବିକ୍ରି ଲାଇସେନ୍ସ ଥିବାବେଳେ ପିଓଏସ ମେସିନ ନଥିବାରୁ ସେ ସାର ବିକ୍ରି କରିପାରୁନଥିଲେ ।ଏଥିପାଇଁ ସେ ହିମାଂଶୁ ଶେଖର ପାଢ଼ୀଙ୍କ ସହ ଯୋଗାଯୋଗ କରିଥିବାବେଳେ […]

ଗିରଫହେଲେ ୨ଶିକାରୀ,ଜବତହେଲା ଦେଶୀ ବନ୍ଧୁକ

ଭଞ୍ଜନଗର, ୨୯/୯(ଏସଏସନିୟୁଜ) ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଗାୟଗଣ୍ଡା ସେକ୍ସନର ଆମ୍ବଝରା ଜଙ୍ଗଲରୁ ଦୁଇଜଣ ଶିକାରୀଙ୍କୁ ବନବିଭାଗ ଗିରଫକରିବାସହ ସେମାନଙ୍କଠାରୁ ୫ କେଜି ବାରହା ମାଂସ ଗୋଟିଏ ଦେଶୀ ବନ୍ଧୁକ ଓଏକ ମଟର ସାଇକଲ ଜବତକରିଛି । ବାରହା ଶିକାର କରି ବାଇକ ଯୋଗେ କୋକଳବା ଗ୍ରାମର ସୁର୍ନଜୟ ପ୍ରଦାନ ଓ ତ୍ରିଲୋଚନ ପ୍ରଧାନ ଫେରୁଥିବାବେଳେ ବନବିଭାଗ କର୍ମଚାରୀମାନଙ୍କ ହାବୁଡରେ ପଡିଯାଇଥିଲେ । ୧୩୭/୨୧ କେସ୍ ନମ୍ବରରେ ଏକ ମାମଲାରୁଜୁକରି ବନବିଭାଗ ତାଙ୍କୁ […]

ବଳଙ୍ଗାଥାନା ବିସ୍ଫୋରଣ ଘଟଣାରେ ସସପେଣ୍ଡ୍ହେଲେ ମହିଳା ସବ-ଇନ୍ସପେକ୍ଟର

ପୁରୀ, ୨୯/୯(ଏସଏସନିୟୁଜ) ଗତ ୨ ଦିନ ତଳେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ମାଲଖାନା ଦାୟିତ୍ୱରେ ଥିବା ମହିଳା ସବ-ଇନ୍ସପେକ୍ଟର ତଅପୋଇ ନାୟକଙ୍କୁ କାର‌୍ୟ୍ୟରୁ ନିଲମ୍ବିତ କରିଛନ୍ତି ପୁରୀ ଏସପି । ପାହାଡ଼ ଫଟାଇବା ପାଇଁ ଶକ୍ତିଶାଳୀ ‘ଡିନାମାଇଟ୍’ ଜବତ କରାଯାଇ ମାଲଖାନାରେ ରଖାଯାଇଥିଲା । ଡିନାମାଇଟ୍ ବିସ୍ଫୋରଣରେ ଥାନା ଉଡ଼ିଯାଇଥିବା ଅନୁମାନ କରାଯାଉଛି । ଯାହାଫଳରେ ତୀବ୍ର ବିସ୍ଫୋରଣରେ ଆଇଆଇସି ଅଫିସ, ହାଜତ ସହ ଛାତ ଉଡ଼ିଯିବା ସହିତ କାନ୍ଥ […]

ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ପରିବାର ଲୋକେ

ମାଲକାନଗିରି,୨୯/୯(ଏସଏସନିୟୁଜ)ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ନେବାପାଇଁ ରାସ୍ତା ସାଜିଥିଲା ବାଧକ ।ଆସିପାରିନଥିଲା ଆମ୍ବୁଲାନ୍ସ ।ବାଧ୍ୟହୋଇ ପରିବାର ଲୋକ ୧୦ କିଲୋମିଟର ବାଟ ଖଟିଆରେ ଗର୍ଭବତୀ ମହିଳାଙ୍କୁ ବୋହିନେଇଯାଇଥିଲେ ।କିନ୍ତୁ ଆମ୍ବୁାଲନ୍ସ ପାଖକୁ ଯିବାପୁର୍ବରୁ ମହିଳାଙ୍କ ପ୍ରସବ ବେଦନା ହେବା ପରେ ସେଠାରେ ହିଁ ଖଟିଆ ରଖି ପରିବାରଲୋକଙ୍କ ସହାୟତାରେ ତାଂକର ଡେଲିଭେରି କରାଯାଇଥିଲା ।ପରେ ନବଜାତ ମା’ ଓ ଶିଶୁଙ୍କୁ ଆମ୍ବୁଲାନ୍ସସ ପର‌୍ୟ୍ୟନ୍ତ ନେବା ପରେ ମେଡିକାଲକୁ ନିଆଯାଇଥିଲା ।ଏହିଭଳିଚିତ୍ର ମାଲକାନଗିରି ସ୍ବାଭିମାନ ଅଂଚଳର ସୀମାନ୍ତ ଆନ୍ଧ୍ର […]

ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ

ଭଦ୍ରକ,୨୯/୯(ଏସଏସନିୟୁଜ) ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଦକ୍ଷିଣସାହି ଗ୍ରାମର ବିଜୟ ମଲ୍ଲିକଙ୍କ ଘର ପଛପଟେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାସହ ପୋଲିସକୁ ଜଣାଇଥିଲେ । ଖବରପାଇ ପୁଲିସ ସହ ଅଗ୍ନିଶମ ବାହିନୀ ପହଂଚି ପୋଖରୀରୁ ମୃତଦେହକୁ ଉଦ୍ଧାର କରିଥିଲେ ।ତେବେ ଅଚିହ୍ନା ମହିଳାଙ୍କ ମୃତ ଶରୀର ପୋଖରୀ ମଧ୍ୟକୁ ଆସିବାନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପାର୍ବଣ ପାଇଁ କେନ୍ଦ୍ରର ଗାଇଡଲାଇନ

ଭୁବନେଶ୍ୱର, ୨୯/୯(ଏସଏସନିୟୁଜ)ପୁଣି ମାସେ ବଢିଲା କରୋନା କଟକଣା । ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଆଗକୁ ଆସୁଛି ପାର୍ବଣରୁତୁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଗାଇଡଲାଇନ୍ । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ପାର୍ବଣ ସମୟରେ ମେଳା,ମହୋତ୍ସବ କରାଯାଉଥିବାରୁ ଅଧିକ ଜନଗହଳି ହୋଇଥାଏ ।ଯାହାଫଳରେ କରୋନା ସଂକ୍ରମଣ ବଢ଼ାଇବା […]

ପୁଣି ଲଘୁଚାପ

ଭୁବନେଶ୍ୱର, ୨୯/୯(ଏସଏସନିୟୁଜ) ବାତ୍ୟା ଗୁଲାବ୍ ଯାଉ୍‌ଯାଉ ପୁଣି ଆଉ ଗୋଟିଏ ଲଘୁଚାପ ଆସିବାକୁ ଯାଉଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହବାସହ ୨୪ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାର ଆକଳନ କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ […]