Browsing author

SATYA SANDHANA DESK

ମାଙ୍କପୀଠରେ ଆରମ୍ଭ ହେବ ପାର୍ବଣ ପୂଜା

ଜଗତସିଂହପୁର,୨୯/୯(ଏସଏସନିୟୁଜ) ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ପ୍ରସିଦ୍ଧ ମା’ ଶାରଳାଙ୍କ ପୀଠରେ ପବିତ୍ର ମୂଳାଷ୍ଟମୀ ଅବସରରେ ଅର୍ଥାତ ଆଜିଠାରୁ ୧୪ ଦିନ ବ୍ୟାପୀ ପାର୍ବଣ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କପୀଠରେ ପାର୍ବଣ ପୂଜା ହେବ ।ମା ବିଭିର୍ଣ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ସୁସଜିତ ବିମାନରେ ମା’ଙ୍କୁ ବିରାଜମାନ କରାଇ ବେଢ଼ା ପରିକ୍ରମା କରାଯିବ । ଏହାସହ ମା’ ଜଗତ ଜନନୀଙ୍କ ପାଖରେ ଷୋଡଶ […]

ଆଜିର ଅନୁଚିନ୍ତା

🦋ପିଠି ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କର କାହିଁକି ନା ସାବାସ୍ ଆଉ ଧୋକା ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ । 🦋କଷ୍ଟ ସହିବାର ଗୋଟେ ନିର୍ଦ୍ଦିଷ୍ଟ ସୀମା ଥାଏ । ଏହି ସୀମା ଟପିଗଲେ ଗୋଟେ ସରଳ, ନିରୀହ ଏବଂ ଦୁର୍ବଳ ମଣିଷ ବି ଭୟଙ୍କର ହୋଇଯାଏ । 🦋ଜୀବନ ଯୁଦ୍ଧରେ ଜିତିବାର ଏକମାତ୍ର ଚାବି କାଠି ହେଉଛି ନିଜ ଉପରେ ଭରସା ରଖିବା । 🦋କାହା ହୃଦୟ କେବେ ବିନା କାରଣରେ […]

ଆଜିର ରାଶିଫଳ

🦚ମାଁ ପରମେଶ୍ବରୀ ନମଃ🦚ସେପ୍ଟେମ୍ବର ମାସ ୨୯ ତାରିଖ ୨୦୨୧ ମସିହା(ବୁଧବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ,ବିଛା ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତାବାର,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ନଡ଼ିଆ,ଲାଉ ଭକ୍ଷଣ ନିଷେଧ । ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ […]

ଘରକୁ ଫେରିପାରିଲାନି ଚାମିରା

ଚମ୍ପୁଆ, ୨୮/୯(ଏସଏସନିୟୁଜ)ହାତୀ କବଳରୁ ଫସଲକୁ ରକ୍ଷା କରିବାପାଇଁ ରାତିଉଜାଗର ହୋଇ ରହିଥିଲେ ।ସକାଳ ହେବାମାତ୍ରେ ଘରକୁ ଫେରୁଥିଲେ ।କିନ୍ତୁ ଘରକୁ ଫେରିପାରିଲେନାହିଁ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଚିପିଣ୍ଡା ବିଟ୍ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଚାମିରା ମୁଣ୍ଡା ।ପଡିଯାଇଥରଲେ ଦନ୍ତାହାବୁଡରେ । ଆଉ ଦନ୍ତାଟି ଶୁଣ୍ଢରେ ଭିଡିଆଣି କଚାଡି ମାରିଦେଇଥିଲା ।ଖବରପାଇ ସ୍ଥାନୀୟଲୋକମାନେ ଡାକ୍ତରଖାନା ନେବାବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

୪୬ ଘଣ୍ଟା ପରେ ଜଳପ୍ରପାତରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ନୂଆପଡ଼ା, ୨୮/୯(ଏସଏସନିୟୁଜ)ଏବେବି ଜାତିଆଣକୁ ନେଇ ବାଛବିଚାର ରହିଛି ।ଯୁଗ ପରିବର୍ତନ ହେଉଥିବାବେଳେ କେତେକଙ୍କ ମାନସିକତାରେ ପରିବର୍ତନ ହୋଇପାରିନାହିଁ ।ଯାହାଫଳରେ ପ୍ରେମୀଯୁଗଳଙ୍କୁ ଆମ୍‌ହତ୍ୟା କରିବାକୁ ପଡିଛି ।ଏହି ଘଟଣା ଗତତିନିଦିନ ତଳେ ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ ଥିବା ଗୋଧସ ଜଳପ୍ରପାତରେ ଦେଖିବାକୁ ମିଳିଥିଲା । ସ୍ବାମୀ ସ୍ତ୍ରୀର ମାନ୍ୟତା ମିଳିଲାନାହିଁ ।ଜାତି ଅଲଗା ହିଁ ବାଧକ ସାଜିଥିଲା । ପ୍ରେମ ବିବାହ ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ। କିନ୍ତୁ ସ୍ୱୀକୃତି ନ ମିଳିବାରୁ […]

ମାଡିବସିଲା ମାଟିକାନ୍ଥ,ଚାଲିଗଲା ଶାଶୁଙ୍କ ଜୀବନ

କାମାକ୍ଷାନଗର, ୨୮/୯(ଏସଏସନିୟୁଜ) ବିଳମ୍ବିତ ରାତିରେ ମାଟିକାନ୍ଥ ପଡି କାନ୍ଥ ପଡି ଶାଶୁ ମୃତ୍ୟୁ ବରଣ କରିଥିବାବେଳେ ବୋହୂ ଗୁରୁତର ହୋଇଥରବାର ଜଣାପଡିଛି ।ଏହିଭଳି ଘଟଣା ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ତରାଜଙ୍ଗ ଗ୍ରାମରେ ଘଟିଛି । ଚାଳଛପର ଘରେ ଶୋଇଥିବାବେଳେ ଗତକାଲି ବିଳମ୍ବିତରାତିରେ ବର୍ଷା ପାଣିରେ ଦୁର୍ବଳ ହୋଇରହିଥିବା ମାଟିକାନ୍ଥ ଭାଙ୍ଗି ଯାଇଥିଲା ।କାନ୍ଥଟି ମାଡିବସିବାଫଳରେ ଶାଶୁ କଦଳି ସାହୁ ମୃତ୍ୟୁବରଣ କରିଥିବାବେଳେ ବୋହୁ ରିନା ଗୁରୁତର ହୋଇଛନ୍ତି ।ଉଭୟଙ୍କୁ ପରିବାରଲୋକ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତି କରିଥିଲେ […]

କମିଶନରେଟ୍ ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା

ଭୁବନେଶ୍ୱର, ୨୮/୯(ଏସଏସନିୟୁଜ) କମିଶନରେଟ୍ ପୋଲିସ ପଞ୍ଝାରେ ଫସିଛନ୍ତି ୩ ହାଇୱେ ଲୁଟେରା । ସତସଙ୍ଗ ବିହାର ରାସ୍ତାରେ ଲୁଟ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଲୁଟେରାମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।ସେମାନଙ୍କଠାରୁ ଗୋଟିଏ ପିସ୍ତଲ ଓ ବାଇକ୍ ଜବତ କରିଥିବାର ଜଣାପଡିଛି ।

କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭଦ୍ରକ,୨୮/୯(ଏସଏସନିୟୁଜ) ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ଛାତ୍ରୀ ଜଣଙ୍କ ଭଦ୍ରକ ମହିଳା କଲେଜରେ ଯୁକ୍ତ ୨ୟ ବର୍ଷରେ ପଢ଼ୁଥିଲେ । ପୋଲିସ ମୃତହଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବାସହ ତଦନ୍ତ ଆରମ୍ଭ କରିଛି ।ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି ।

ବିସ୍ଫୋରଣରେ ଧରାଶାୟୀ ହୋଇପଡିଛି ବଳଙ୍ଗା ଥାନା

ପିପିଲି,୨୮/୯(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଜବତ ହୋଇଥିବା ବାଣ ଓ ବୋମା ଫୁଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିବାବେଳେ ଥାନାର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡିଛି । ଆଇଆଇସି ଅଫିସ, ହାଜତ ସମେତ ସବୁ ମାଟିରେ ମିଶିଯାଇଛି ।ତେବେ ଡ୍ୟୁଟିରେ ଥିବା ଥାନା କର୍ମଚାରୀ ମାନେଅଳ୍ପକେ ବର୍ତ୍ତିଯାଇଛନ୍ତି । ଥାନାର ଆସବାପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । ଖବରପାଇ […]

କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ

କରଞ୍ଜିଆ,୨୮/୯(ଏସଏସନିୟୁଜ) ଆଜି ଭୋର୍ ସମୟରେ କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ ଘଟିଛି । ଧୂଆଁ ବାହାରିବା ଦେଖି ସେଠାରେ ଥିବା ଗାର୍ଡ ଠାରୁ ସୁଚନାପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ।ତେବେ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ୍ ସହିତ କେତେକ କମ୍ପ୍ୟୁଟର, ପ୍ରିଣ୍ଟର୍ ପୋଡ଼ି ନଷ୍ଟ ହୋଇଯାଇଥିବାର ଜଣାପଡିଛି ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।