କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ

କରଞ୍ଜିଆ,୨୮/୯(ଏସଏସନିୟୁଜ) ଆଜି ଭୋର୍ ସମୟରେ କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ ଘଟିଛି । ଧୂଆଁ ବାହାରିବା ଦେଖି ସେଠାରେ ଥିବା ଗାର୍ଡ ଠାରୁ ସୁଚନାପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ।ତେବେ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ୍ ସହିତ କେତେକ କମ୍ପ୍ୟୁଟର, ପ୍ରିଣ୍ଟର୍ ପୋଡ଼ି ନଷ୍ଟ ହୋଇଯାଇଥିବାର ଜଣାପଡିଛି ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Comments (0)
Add Comment