ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ପରିବାର ଲୋକେ

ମାଲକାନଗିରି,୨୯/୯(ଏସଏସନିୟୁଜ)ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ନେବାପାଇଁ ରାସ୍ତା ସାଜିଥିଲା ବାଧକ ।ଆସିପାରିନଥିଲା ଆମ୍ବୁଲାନ୍ସ ।ବାଧ୍ୟହୋଇ ପରିବାର ଲୋକ ୧୦ କିଲୋମିଟର ବାଟ ଖଟିଆରେ ଗର୍ଭବତୀ ମହିଳାଙ୍କୁ ବୋହିନେଇଯାଇଥିଲେ ।କିନ୍ତୁ ଆମ୍ବୁାଲନ୍ସ ପାଖକୁ ଯିବାପୁର୍ବରୁ ମହିଳାଙ୍କ ପ୍ରସବ ବେଦନା ହେବା ପରେ ସେଠାରେ ହିଁ ଖଟିଆ ରଖି ପରିବାରଲୋକଙ୍କ ସହାୟତାରେ ତାଂକର ଡେଲିଭେରି କରାଯାଇଥିଲା ।ପରେ ନବଜାତ ମା’ ଓ ଶିଶୁଙ୍କୁ ଆମ୍ବୁଲାନ୍ସସ ପର‌୍ୟ୍ୟନ୍ତ ନେବା ପରେ ମେଡିକାଲକୁ ନିଆଯାଇଥିଲା ।ଏହିଭଳିଚିତ୍ର ମାଲକାନଗିରି ସ୍ବାଭିମାନ ଅଂଚଳର ସୀମାନ୍ତ ଆନ୍ଧ୍ର ପ୍ରଦେଶକୁ ଲାଗି ରହିଥିବା ରାଲଗେଡା ପଞ୍ଚାୟତର ଖଜୁରିଗୁଡା ଗ୍ରାମରେ ଦେଖିବାକୁ ମିଳିଛି । ଖଜୁରିଗୁଡା ଗ୍ରାମର କତେ ପାଙ୍ଗିଙ୍କ ପତ୍ନୀ ସବେନା ପାଙ୍ଗି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରଖାନାନେବାପାଇଁ ଆମ୍ବୁଲାନ୍ସକୁ ଖବରଦେଇଥିଲେ ।କିନ୍ତୁ ରାସ୍ତା ଖରାପଥିବାରୁ ଆମ୍ବୁଲାନ୍ସ ଗ୍ରାମଠାରୁ ୧୦କମି ଦୁରରେ ରହିଥିଲା ।ପରିବାରଲୋକ ଏକ ଖଟିଆରେ ସବେନାଙ୍କୁ ଶୋଆଇ ଦେଇ ବୋହି ଆନ୍ଧ୍ର ପ୍ରଦେଶର ପେଦାଵାୟାଲୁ ପଞ୍ଚାୟତର ଜାମଗୁଡା ଗ୍ରାମ ଦେଇ କାନିଗୁଡାରେ ପହଞ୍ଚିଥିଲେ।ଦୀର୍ଘବାଟ ଖଟିଆରେ ଗର୍ଭବତୀ ସବେନାଙ୍କୁ ବୋହି ଆଣୁଥିବା ବେଳେ ରାସ୍ତାରେ ସବେନାଙ୍କର ପ୍ରସବ ବେଦନା ହେବାରୁ ଖଟିଆ ରଖି ତାଂକର ଡେଲିଭେରି କରାଯାଇଥିଲା ।

Comments (0)
Add Comment