Browsing author

SATYA SANDHANA DESK

କେନାଲରାସ୍ତାରେ ପଡିଥିବା ମହିଳାଙ୍କୁ…

  ବାରଙ୍ଗ, ୨୭।୯ (ଏସଏସ ନିଉଜ) ମଙ୍ଗଳବାର ବିଲମ୍ଭିତ ରାତିରେ ଷଣ୍ଢପୁର ଗ୍ରାମ ନିକଟରୁ ଗୁରୁତର ଅବସ୍ଥାରେ ଜଣେ ଆଦିବାସୀ ମହିଳାଙ୍କୁ ପୋଲିସ ଉଦ୍ଧାରକରି ଚିକିତ୍ସା ପାଇଁ କଟକ ବଦମେଡିକାଲକୁ ପଠାଇଛି । ପ୍ରକାଶଯେ ମଙ୍ଗଳବାର ବିଳମ୍ବିତ ରାଟିରେ ଷଣ୍ଢପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡରେ ଗୁରୁତର ଅବସ୍ଥାରେ ଜଣେ ଆଦିବାସୀ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡିଥିଲା।ମହିଳା ପିନ୍ଧିଥିବା ଶାଢୀ କେତେକାଂଶ ରେ ଚିରି ଯାଇଥିବାବଳେ ମୁଣ୍ଡରେ ଗଭୀର ଆଘାତ ଲାଗି […]

ନନ୍ଦନକାନନରୁ ଚାଲିଗଲେ-୨

ବାରଙ୍ଗ,୨୭ା୯(ଏସଏସନିଉଜ)ଗତକିଛିଦିନଧରି ନନ୍ଦନକାନନରେ ଗୋଟିଏ ପରେ ଗୋଟିଏ ପଶୁପକ୍ଷୀ ମାନଙ୍କର ମୃତ୍ୟୁ ଘଟିବାରେ ଲାଗିଛି। କୁଜିହରିଣ,ଚିତ୍ରାହରିଣ,ଦୁଇନୀଳଗାଈ,ବଜ୍ରକାପ୍ତା,କଳାହଂସ ଆଦି ଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ବୁଧବାରଦିନ ଏକ ମାଇନୀଳଗାଈ ଓ ଦେଶୀଭାଲୁ ଚିକିତ୍ସାଧୀନଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରକାସ ଯେ,ନନ୍ଦନକାନନର ୬୫ନମ୍ବର ଏନକ୍ଲୋଜରରେ ରହୁଥିବା ୪/୫ବର୍ଷରଏକ ମାଇନୀଳଗାଈ ଗତକିଛିଦିନ ଧରି ପଛପଟ ଗୋଡଖୋରାରେ କ୍ଷତସୃଷ୍ଟିହୋଇଥିବାରୁ ସେ ଚାଲିବାରେ କଷ୍ଟ ଅନୁଭବ କରୁଥିଲା ।ଯାହାଫଳରେ ଏଠାକାରଡାକ୍ତରମାନେ ତାର ଚିକିସ୍‌।କରୁଥିବାବେଳେ ବୁଧବାର ତାର ମୃତ୍ୟୁଘଟିଛି ।ନୀଲଗାଇଟିର ମୃତ୍ୟୁପରେ ଏମାନଙ୍କ ସଂଖ୍ୟାହ୍ରାସପାଇ ୧୩ରେ ପହଁଚିଛି । ସେହିପରି […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୨୮ତାରିଖ ଗୁରୁବାର ।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ଅଦ୍ୟ ପୂର୍ଣ୍ଣିମାବିହିତ ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟଦାନ, ଶ୍ରୀମନ୍ଦିରେ ଓ ସର୍ବତ୍ର ଅନନ୍ତବ୍ରତ, ଅଘୋରଚତୁର୍ଦ୍ଦଶୀ, ଶ୍ରୀଶିବ ପାର୍ଶ୍ବପରିବର୍ତ୍ତନୋତ୍ସବ, ଶ୍ରୀଦୁର୍ଗା ପାର୍ଶ୍ବପରିବର୍ତ୍ତନ, ଇନ୍ଦ୍ରୋତ୍ସବ।ସୁର୍ଯ୍ୟୋଦୟ- ଘ୫/୪୦/୧୩ ,ସୂର୍ଯ୍ୟାସ୍ତ-ଘ୫/୩୪/୫୧ ,ଭାଦ୍ରବମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୭/୮ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୭/୮ମିପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନିଯୁକ୍ତପରେ ରବି ମଙ୍ଗଳସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଏବଂ ରାତ୍ରି […]

ଅକ୍ଟୋବର ୧୦ରେ ବସ ଧର୍ମଘଟ!

ଭୁବନେଶ୍ୱର,୨୭।୯(ଏସଏସନିଉଜ)ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ ।ରାଜ୍ୟସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ। ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସବନ୍ଦ କରାଯିବ ବୋଲି ମାଲିକସଂଘ ପକ୍ଷରୁ କୁହାଯାଇଛି l

ରାସ୍ତାକଡ଼ରେ ଯାଆଁଳାପିଲା

ବଲାଙ୍ଗିର,୨୭।୯(ଏସଏସନିଉଜ)ବଲାଙ୍ଗିର ଟିଟିଲାଗଡ଼ ରେ ରାସ୍ତା କଡ଼ରେ ପ୍ରସବ କଲେ ଗର୍ଭବତୀ । ରାସ୍ତାକଡ଼ରେ ଯାଆଁଳା ଶିଶୁଙ୍କୁ ଜନ୍ମଦେଲେ ୨୦ ବର୍ଷୀୟା ମାଆ। ଉଭୟ ମାଆ ଓ ଶିଶୁଙ୍କୁ ଉଦ୍ଧାର କରିଛି ଟିଟିଲାଗଡ଼ ପୋଲିସ ।ଉଦ୍ଧାରପରେ ପିଲା ଓ ମାକୁ ଚିକିତ୍ସା ପାଇଁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ସେଠାରେ ଜନ୍ମିତ ପିଲାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାର ଜଣାପଡିଛି।

ଗଣେଶ ଭାଷାଣିରେ ଗୋଷ୍ଠି ସଂଘର୍ଷ

ବାଙ୍କୀ୨୭।୯(ଏସଏସନିଉଜ) କରବରଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗଣେଶମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ କମେଣ୍ଟମରାରୁ ନେଇ ଏହି ସଂଘର୍ଷ ଘଟିଛି।ସଂଘର୍ଷରେ ଉଭୟ ପକ୍ଷର ୮ରୁ ଅଧିକ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଡାକ୍ତରଖାନାକୁ ନିଆଯାଇଥିଲା।ସେଠାରୁ ଗୁରୁତରଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କୁ ନେବାପାଇଁ ମିଳିଲାନି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ନମିଳିବାରୁ ବାଙ୍କୀ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା।

ଆଉ ୬ ସ୍କ୍ରବ୍‌ ଟାଇଫସ

ସୁନ୍ଦରଗଡ଼,୨୭।୯(ଏସଏସନିଉଜ)ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୬ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ଚିହ୍ନଟ* ହୋଇଛି।ଯାହାଫଳରେ ଜିଲ୍ଲାରେ ମୋଟ୍ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ସଂଖ୍ୟା ୨୫୦କୁ ବୃଦ୍ଧି ପାଇଛି।ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ଚିହ୍ନଟ ନେଇ CDMOଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଶିଶୁ ବଦଳରେ କେଁ

ଭୁବନେଶ୍ୱର,୨୭।୯(ଏସଏସନିଉଜ)କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଆସିଛି।ଏହି ଘଟଣାରେ ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ।ଦାୟିତ୍ୱରେ ଅବହେଳାପାଇଁ ସସ୍‌ପେଣ୍ଡ କରିଥିବାର ସୂଚନା ମିଳିଛି।ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ।

ଟଙ୍କା ଖାଇଦେଲେ ପୋଷ୍ଟମାଷ୍ଟର !

ଚାନ୍ଦବାଲି,୨୭।୯(ଏସଏସନିଉଜ)ପୋଷ୍ଟମାଷ୍ଟରଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ ଆସିଛି।ଏହାକୁନେଇ ଉତ୍ତେଜନା ଦେଖାଦେଇଛି।ଉଗ୍ରତାରା ପୋଷ୍ଟ ଅଫିସ ଆଗରେ ଉତେଜିତ ଲୋକ ହୋହଲ୍ଲା ଆରମ୍ଭ କରିଛନ୍ତି।ପୋଷ୍ଟ ଅଫିସରେ ଲୋକଙ୍କ ଲକ୍ଷାଧିକ ଜମା ଟଙ୍କା ହଡ଼ପ ହୋଇଥିବା ନେଇ ଉତ୍ୟକ୍ତ ଲୋକମାନେ ଅଭିଯୋଗ କରିଛନ୍ତି।

ଘାଟିରୁ ଓଲଟିଲା ସ୍କୁଲ୍‌ବସ୍‌

ଭୁବନେଶ୍ୱର,୨୭।୯(ଏସଏସ ନିଉଜ)ଘାଟିରୁ ସ୍କୁଲ ବାସ ଓଲଟିପଡିବା ଯୋଗୁ ପିଇଟି ଶିକ୍ଷକଙ୍କ ମୃତ୍ୟୁ ଘଟିଛି।ଏଥିରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିପଡିଛି ବସ୍‌। ମୃତକ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ ହୋଇଥିବା ବେଳେ ଚନ୍ଦାହାଣ୍ଡି କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ।ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବସ ଟି ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।