Browsing author

SATYA SANDHANA DESK

ଶିଶୁ ବଦଳରେ କେଁ

ଭୁବନେଶ୍ୱର,୨୭।୯(ଏସଏସନିଉଜ)କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଆସିଛି।ଏହି ଘଟଣାରେ ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ।ଦାୟିତ୍ୱରେ ଅବହେଳାପାଇଁ ସସ୍‌ପେଣ୍ଡ କରିଥିବାର ସୂଚନା ମିଳିଛି।ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ।

ଟଙ୍କା ଖାଇଦେଲେ ପୋଷ୍ଟମାଷ୍ଟର !

ଚାନ୍ଦବାଲି,୨୭।୯(ଏସଏସନିଉଜ)ପୋଷ୍ଟମାଷ୍ଟରଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ ଆସିଛି।ଏହାକୁନେଇ ଉତ୍ତେଜନା ଦେଖାଦେଇଛି।ଉଗ୍ରତାରା ପୋଷ୍ଟ ଅଫିସ ଆଗରେ ଉତେଜିତ ଲୋକ ହୋହଲ୍ଲା ଆରମ୍ଭ କରିଛନ୍ତି।ପୋଷ୍ଟ ଅଫିସରେ ଲୋକଙ୍କ ଲକ୍ଷାଧିକ ଜମା ଟଙ୍କା ହଡ଼ପ ହୋଇଥିବା ନେଇ ଉତ୍ୟକ୍ତ ଲୋକମାନେ ଅଭିଯୋଗ କରିଛନ୍ତି।

ଘାଟିରୁ ଓଲଟିଲା ସ୍କୁଲ୍‌ବସ୍‌

ଭୁବନେଶ୍ୱର,୨୭।୯(ଏସଏସ ନିଉଜ)ଘାଟିରୁ ସ୍କୁଲ ବାସ ଓଲଟିପଡିବା ଯୋଗୁ ପିଇଟି ଶିକ୍ଷକଙ୍କ ମୃତ୍ୟୁ ଘଟିଛି।ଏଥିରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିପଡିଛି ବସ୍‌। ମୃତକ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ ହୋଇଥିବା ବେଳେ ଚନ୍ଦାହାଣ୍ଡି କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ।ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବସ ଟି ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।

ଦୁର୍ଗାପୂଜାପାଇଁ ମାଟିଅନୁକୂଳ ପର୍ବ

ରଙ୍ଗ,୨୬।୯(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅଧୁନସ୍ତ ଦାରୁଠେଙ୍ଗ କିସ ରୋଡ଼ ମଧ୍ୟ ଭାଗରେ କଳିଙ୍ଗ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମକରି ଦୁର୍ଗାପୂଜା ପାଳନ କରାଯିବାକୁ ଯାଉଛି। ସେଥିପାଇଁ ମଙ୍ଗଳବାର ଦିନ କମିଟିର କର୍ମକର୍ତାମାନଙ୍କ ସହ ଆଖପାଖ ଗାଁ ପଥରଗାଡିଆ. ଚନ୍ଦକା. ଦାରୁଠେଙ୍ଗ. ଅଳସୁଆ. ମହିମାନଗର ଆଦି ଅଂଚଳର ବହୁଭକ୍ତ ମାଟି ଅନୁକୂଳ ପର୍ବରେ ସାମିଲ ହୋଇଥିଲେ l ବାଜା. ମହୁରୀ. ଶଙ୍ଖ. କାହାଳୀଦ୍ୱାରା ରୋଶନି କରି ନିକଟତମ ବୁଡୁ ନଈ କୂଳେ ପୂଜା ଅର୍ଚନା କରି ମାଟି ସଂଗ୍ରହକରି ଶୋଭାଯାତ୍ରା […]

ଗ୍ୟାସସିଲିଣ୍ଡର ନିଆଁଲାଗି ମହିଳାଗୁରୁତର

ବାରଙ୍ଗ,୨୬|୯ (ଏସଏସନିଉଜ)ବାରଙ୍ଗବ୍ଲକ ଅର୍ନ୍ତଗତ ବଛିପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ଲିକରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଆହତ ହୋଇଥିବା ବେଳେ ରୋଷେଇ ଘରେ ଥିବା ସମସ୍ତ ସାମଗ୍ରୀ ପୋଡ଼ିଯାଇଛି।ଖବର ପାଇ ବାରଙ୍ଗରୁ ଏକ ଦମକଳ ଆସି ନିଆଁ କୁ ଆୟତ୍ତ କରିଛି। ପ୍ରକାଶଯେ, ମଙ୍ଗଳାବର ସନ୍ଧ୍ୟା ସମୟରେ ବଛିପୁରଗ୍ରାମର ରଜେନ୍ଦ୍ର ବେହେରାଙ୍କ ସ୍ତ୍ରୀ ପୁଷ୍ପଲତା ରୋଷେଇଘରେ ରୋଷେଇ କରୁଥିଲେ।ଏହିସମୟରେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ଲିକହୋଇ ହାଠାଇ ନିଆଁ ଜଳିବାକୁ ଲାଗିଥିଲା।ନିଆଁକୁ ଲିଭାଇବାକୁ ଯାଇ ତାଙ୍କ ପତ୍ନୀ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବର ମାସ ୨୭ତାରିଖ ବୁଧବାର । ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ ଦେବଙ୍କର ବଳିବାମନ ବେଶ, ବିଶ୍ବପର୍ଯ୍ୟଟନଦିବସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୯/୫୮,ସୂର୍ଯ୍ୟାସ୍ତ- ଘ୫/୩୫/୪୬,ଭାଦ୍ରବମାସ, ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/ ୩୭ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଦକ୍ଷିଣଦିଗରେ, ରାତ୍ରି ଘ୧୦/ ୩୭ମି ପରେ ପଶ୍ଚିମ ଦିଗରେ। ରିକ୍ତାତିଥି, ଶନିଯୁକ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବାଇଗଣ ରାତ୍ରି ଘ୧୦/୩୭ମିପରେ ବିରିଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବାଘ୮/୩୯ମି ରୁ ଘ୧୦ /୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୯ମି […]

ପେଣ୍ଡାଲରୁ ଗାୟବହେଲା ଗଣେଶମୂର୍ତ୍ତି

କଣ୍ଟାବାଞ୍ଜି,୨୬ା୯(ଏସଏସନିଉଜ)ରାତାରାତି ପୂଜାମଣ୍ଡପରୁ ଗଣେଷଙ୍କ ମୂର୍ତ୍ତି ଗାୟାବ ହୋଇଯାଇଥିବାଭଳି ଘଟଣା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦା ଗାଁରେ ଘଟିଛି ।ଭଷାଣି ପୁର୍ବରୁ ମୁର୍ତି ଗାଏବ ହୋଇଯାଇଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି ପୂଜାକମିଟି ।ପୂଜାକମିଟିର କର୍ମକର୍ତାମାନଙ୍କ ଅଭିଯୋଗ ହେଲାଯେ,ସେମାନେ ଗଣେଶପୂଜାରେ ଅନ୍ୟଏକ ଜାଗାରେ ହେଉଥିବା ସାଂସ୍କୃତିକ କାର‌୍ୟ୍ୟକ୍ରମ ଦେଖିବାକୁ ଯାଇ ଫେରିବାବେଳକୁ ତାଙ୍କର ଗଣେଶଙ୍କ ମୂର୍ତ୍ତି ପେଣ୍ଡାଲରେ ନଥିଲା ।ତେବେ ମୂର୍ତ୍ତି ପେଣ୍ଡାଲରୁ ଗାୟାବ ନୁହେଁ ଚୋରି ହୋଇଯାଇଥିବାର ଜଣାପଡିଛି ।  

ଚାଲିଗଲା କଳାହଂସର ଜୀବନ

ବାରଙ୍ଗ,୨୫।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୭୫ନମ୍ବର(ବି) ଏନକ୍ଲୋଜରରେ ରହୁଥିବା ଏକ ଅଣ୍ଡିରା କଳାହଂସର ରବିବାରଦିନ ମୃତ୍ୟୁ ଘଟିଛି।ତେବେ ହଂସଟି ଏନକ୍ଲୋଜରରେ ଠିକ ଭାବେ ବିଚରଣ କରୁଥିବାବେଳେ ହଠାତ୍ କିପରି ମୃତ୍ୟୁ ଘଟିଲା ତାକୁନେଇ କର୍ତ୍ତୁପକ୍ଷ ଖୋଳତାଡ ଆରମ୍ଭ କରିଥିବାର ଜଣାପଡିଛି।ଶବବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚିକିତ୍ସକଙ୍କଠାରୁ ଶୁଣିବାକୁ ମିଳିଛି।ଏହି ହଂସର ମୃତ୍ୟୁପରେ ସେମାନଙ୍କ ସଂଖ୍ୟା ହ୍ରାସପାଇ ୪ରେ ପହଂଚିଛି। ଅଷ୍ଟେଲିଆ ଓ ତାସମାନିଆର ଆର୍ଦ୍ରଭୂମିରେ ଏହି ପ୍ରଜାତିର କଳାହଂସଙ୍କ ନିବାସସ୍ଥଳୀ।ମାଈ କଳାହଂସମାନେ ଗଭୀର ହ୍ରଦ ମଧ୍ୟରେ […]

ଆଉ ୭ଟି ଫ୍ଲାଏଓଭର

ଭୁବନେଶ୍ୱର,୧୬ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରେ ରାଜଭବନ ଛକଠାରୁ ବାରଙ୍ଗ ମଧ୍ୟରେ ଆଉ ୭ଟି ଫ୍ଲାଏଓଭର ନିର୍ମାଣ କରାଯିବ । ନିକୋପାର୍କ ଛକ, ଜୟଦେବବିହାରଛକ, ଜନତାମଇଦାନ ଛକ, ଜାଭିୟରଛକ, କଳିଙ୍ଗହସ୍ପିଟାଲ ଛକ, ପାୱାରହାଉସ ଛକ ଓ ନନ୍ଦନକାନନଛକ ନିକଟରେ ଫ୍ଲାଏଓଭର ନିର୍ମାଣ କରାଯିବ ।ରାଜଭବନ ଛକଠାରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର‌୍ୟ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର‌୍ୟ୍ୟ କରାଯିବା ସହିତ ଫ୍ଲାଏଓଭର ନିର୍ମାଣ କରାଯିବ ।ଏହାସହ ଭବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, ଭବାନିପାଟଣା ଓ ଭଦ୍ରକ ଆଦି ସହରମାନଙ୍କରେ […]

ପ୍ଲାଣ୍ଟକୁ ଯିବାବେଳେ ଦନ୍ତାହାତୀନେଲା ଜୀବନ

ଅନୁଗୁଳ,୨୬ା୯(ଏସଏସନିଉଜ) ହାତୀ-ମଣିଷ ଲଢ଼େଇ କମିନି, ବରଂ ଅଧିକ ତୀବ୍ର ହୋଇଛି ।ଯାହାର ଉଦାହରଣ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଚଳିତବର୍ଷ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି ଆଜି ସକାଳେ ଗଡ଼ାସନ୍ତ୍ରୀପଞ୍ଚାୟତ ଅନ୍ତର୍ଗତ ବାଇଝାଲିଆ ସହିରେ ହାତୀ ଆକ୍ରମଣରେ ପ୍ରଫୁଲ୍ଲଭୋଇ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଆହତ ହୋଇଛନ୍ତି। ଆଜିସକାଳେ ଟାଟାପ୍ଲାଣ୍ଟକୁ କାମ କରିବାକୁ ପ୍ରଫୁଲ୍ଲ ଯାଇଥିଲାବେଳେ ନଳଚନ୍ଦ୍ରପୁର ଶ୍ମଶାନପାଖରେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ପ୍ରଫୁଲଙ୍କୁ ଧରି କଚାଡ଼ି ଦେବାରୁ […]