Browsing author

SATYA SANDHANA DESK

କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ

କେନ୍ଦୁଝର,୭।୧୨(ଏସଏସନିଉଜ୍)କେନ୍ଦୁଝରରେ ହେବ ମେଗା ଇସ୍ପାତ କାରଖାନା।ରାଉରକେଲା ଓ କଳିଙ୍ଗ ନଗର ପରି କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ।ସୁନାର କେନ୍ଦୁଝର ଗଢିବାର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ।କେଉଁଝର ମିନି ଷ୍ଟାଡିୟମଠାରେ ମାତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ,୧୮ ମାସ ତଳର ପରିକଳ୍ପନା ଆଜି ସାକାର ହେବାକୁଯାଉଛି।ତାରିଣୀଙ୍କପୀଠକୁ ଏକ ବିଶ୍ଵ ସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢିଉଠିବ।ମନ୍ଦିରର ଦେହୁରୀମାନଙ୍କ ରହିବାପାଇଁ ଗୃହ ନିର୍ମାଣ […]

ଭୁବନେଶ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ବର,୭।୧୨(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର।କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍‌।ହୋଟେଲ ପରିସରରେ ଉଭୟଦଳ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ T-20।

ଆଲୋଚନା ବିଫଳ

ଭୁବନେଶ୍ବର,୭।୧୨(ଏସଏସନିଉଜ)ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଶିକ୍ଷକଙ୍କ ଆଲୋଚନା ବିଫଳ ହୋଇଛି।କାଲି ଆଲୋଚନା କରିଥିଲେ ଶିକ୍ଷକ ସଂଘର ୧୧ଜଣିଆ ଦଳ।ଆଲୋଚନା ବିଫଳ ପରେ ଜାରି ରହିବ ଆନ୍ଦୋଳନ ବୋଲି କୁହାଯାଇଛି।ଆନ୍ଦୋଳନ ଜାରି ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘର ନିଷ୍ପତି ହୋଇଥିବାର ଜଣାପଡିଛି।

ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଆବଶ୍ୟକ -ଅନୁଭବ

ଟିଟିଲାଗଡ଼,୬।୧୨(ଏସଏସନିଉଜ) ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ଅନୁଭବ ମହାନ୍ତି।ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବାକୁ ଆସି ହ୍ୟୁମାନଙ୍କ ମାଙ୍କୁ ଭେଟିଲେ।ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଲେ।ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିବି ବୋଲି କହିଛନ୍ତି ଅନୁଭବ ମହାନ୍ତି।

ଆଜିର ରାଶିଫଳ

ଡିସେମ୍ବରମାସ ୦୭ତାରିଖ ୨୦୨୫ମସିହା (ରବିବାର) ପୌଷ ମାସ- କୃଷ୍ଣପକ୍ଷ,ତିଥି-ତୃତୀୟା ରାତ୍ରି ଘ୦୬/୪୫ ଗତେ ଚତୁର୍ଥୀ,ନକ୍ଷତ୍ର-ଆର୍ଦ୍ରା ଦିବା ଘ୦୭/୦୩ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୪୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୪,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୬/୪୫ ଗତେ ନୈରୁତକୋଣେ,କନ୍ୟା ରାଶି ର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ଓ ଦିବା ଘ୦୭/୦୩ ଗତେ ଦ୍ଵିପାଦ ରାତ୍ରି ଘ୦୫/୦୨ ଗତେ ଏକ ପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୧୫ ଗତେ ଘ୦୧/୦୨ ମଧ୍ୟେ,ବିଶୁଦ୍ଧ ଅମୃତ […]

ଆଜିର ରାଶିଫଳ

ବାଟଓଷା,୬-୧୨-୨୦୨୫(ଶନିବାର)ଅଦ୍ଯ ବିଛା ଦି୨୧ନ,ପୈ।ଷ କୃଷ୍ଣ ଦ୍ଵିତୀୟା ଦ ୩୮।୪୨ ରାଘ୯।୪୦,ମୃଗଶିରା ଦ ୮।୩୧ ଦିଘ୯।୩୫,ମିଥୁନ ଚନ୍ଦ୍ର ଦ୬୦ ନିଶାନ୍ତ।ବିଛା ଦ୩/୪୪/୦ ଇଂଘ୬/ ୧୧/୧୦ ଗତେ ଉଦୟ।ବୃଷ ଦ୩/୨୫/୨୦ ଇଂଘ ୫/୨/୪୧ ଗତେ ଅସ୍ତ ।ଯୋଗିନୀ ଉତ୍ତରେ । ରାତ୍ରି ଘ୯ ।୪୦ ଗତେ ଅଗ୍ନିକୋଣେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ଦିବା ଘ୯।୩୫ ଗତେ ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା […]

ସାବଧାନ ! ମହାନଦୀରେ ବୁଲୁଛି ବିରାଟ କୁମ୍ଭୀର

ବାରଙ୍ଗ, ୫।୧୨(ଏସଏସନିଉଜ)ମୁଣ୍ଡଳୀ ବ୍ୟାରେଜ ନିକଟସ୍ଥ ମହାନଦୀରେ ଏକ ବିରାଟକୁମ୍ଭୀର ପଠାରେ ଶୋଇଥିବାରଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି।ଏହି ଘଟଣା ପ୍ରଚାରିତ ହେବାପରେ ଦେଖଣା ହାରୀଙ୍କ ଭିଡ ଲାଗି ରହିଥିଲା।ଖବର ପାଇ ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀମାନେ ଆସି ପହଂଚିଥିଲେ।ପରେ ବନବିଭାଗ କର୍ମଚାରୀମାନେ ଆସି ନଦୀମଧ୍ଯକୁ ପଶି କୁମ୍ଭୀର ପାଖକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ କୁମ୍ଭୀରଟି ନଦୀମଧ୍ଯକୁ ପଳାଇଯାଇଥିଲା।ଏହି ଘଟଣା ପରେ ନଦୀକୂଳିଆ ଗ୍ରାମବାସୀମାନଙ୍କ ମଧ୍ୟରେ ଛନକା ପଶିଯାଇଛି।

ନନ୍ଦନକାନନକୁ ଆସିଲା ପାଣିଓଧ ସମେତ ୧୯

ଭୁବନେଶ୍ଵର,୫।୧୨(ଏସଏସନିଉଜ)ଶୁକ୍ରବାର ବଢ଼ିଭୋର ସମୟରେନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୧୯ଟି ନୂଆ ଅତିଥି ଆସି ପହଂଚିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଚଳିତ ବର୍ଷ୨୦୨୫-୨୬ ମସିହାର ପ୍ରଥମ ପର୍ଯ୍ୟାୟ ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ,୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ […]

ଧନୁଯାତ୍ରା ପାଇଁ ୧ କୋଟି

ଭୁବନେଶ୍ୱର,୪।୧୨(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏହାସହ ୨୦୦ କଳାକାର ମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର ହୋଇଛି।ଚଳିତ ବର୍ଷ ଡ଼ିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ହେବ।ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ମଧ୍ୟ ସିଧାପ୍ରସାରଣ ହେବ।

ଆଜିର ରାଶିଫଳ

ଡିସେମ୍ବରମାସ୦୫ତାରିଖ୨୦୨୫ମସିହା(ଶୁକ୍ରବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ ,ତିଥି-ପ୍ରତିପଦ ରାତ୍ରି ଘ୦୧/୦୬ ଗତେ ଦ୍ଵିତୀୟା ,ନକ୍ଷତ୍ର-ରୋହିଣୀ ଦିବା ଘ୧୨/ ୨୭ଗତେ ମୃର୍ଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୨୯ ,ଯୋଗିନୀ ପୂର୍ବେ ରାତ୍ରି ଘ୦୧/୦୫ଗତେ ଉତ୍ତରେ ,ବିଛାରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ରାତ୍ରି ଘ୦୧/୦୫ଗତେ ଏକ ପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୫୩ ଗତେ ଘ୧୧/୩୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୦ ମଧ୍ୟେ ଓ ଘ୦୭/୪୭ଗତେ […]