Browsing author

SATYA SANDHANA DESK

ପ୍ରତ୍ୟାବର୍ତ୍ତନ କରୁଛି ମୌସୁମି

ଭୁବନେଶ୍ୱର,୨୫।୯(ଏସଏସନିଉଜ)ଆଜିଠୁ ଆରମ୍ଭ ହୋଇଛି ମୌସୁମି ଅପସାରଣପ୍ରକ୍ରିୟା।ଦକ୍ଷିଣ-ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ହେବାରେ ଲାଗିଛି।ବାୟୁମଣ୍ଡଳରେ ୧.୫ କିମିଉଚ୍ଚରେ ଗୁରୁଚାପ ବଳୟ ଅଛି। ୫ଦିନରେ ରାଜ୍ୟରେ ହେବ ଶୁଖିଲାପାଗ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୨୫ତାରିଖ ସୋମବାର ।ଶ୍ରୀମନ୍ଦିରରେ ଓ ସ୍ମାର୍ତ୍ତସମ୍ମତ ଶ୍ରୀବିଷ୍ଣୁ ପାର୍ଶ୍ବପରିବର୍ତ୍ତନ(ବଡ଼) ଏକାଦଶୀ, କରମାପୂଜା, ତ୍ର୍ୟହସ୍ପର୍ଶତିଥି ହେତୁ ଗ୍ରହପୂଜା, ହୋମ, ଦାନାଦି ।ବିବିଧ- ହଳ ନିଷେଧ,ଶରଣଂ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୯/୨୯,ସୂର୍ଯ୍ୟାସ୍ତ- ଘ୫/୩୭/୩୭,ଭାଦ୍ରବମାସ, ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ଦଶମୀ ଦିବା ଘ୮/୦ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ କ୍ଷୟ ନିଶାନ୍ତ ଘ୫/୧୩ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ୮/୦ମିପରେ ଆଗ୍ନେୟ କୋଣରେ, ନିଶାନ୍ତଘ୫/୧୩ମିପରେନୈର୍ଋତକୋଣରେ ।ତ୍ର୍ୟହସ୍ପର୍ଶତିଥି,ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହ ରାଶିରଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତ ବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-କଳମଶାଗ ଦିବା […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ ଜାତୀୟ ସେବାଯୋଜନାର ପ୍ରତିଷ୍ଠାଦିବସ

ଆସିକା, ୨୪।୯(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡାଙ୍କ ପୌରହିତ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିରୂପେ ଅବସର ପ୍ରାପ୍ତ ପ୍ରଫେସର କେଦାରନାଥ ପଣ୍ଡା,ମୁଖ୍ୟବକ୍ତା ଡ. ସସ୍ମିତାପାତ୍ର ତଥା ଯୁବ ରେଡକ୍ରସର ଉପଦେଷ୍ଟା ରାଜେଶକୁମାର ସାହୁ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ। ଯୁକ୍ତତିନି ଏନ୍ଏସ୍ଏସ୍ ୟୁନିଟର ପ୍ରୋଗ୍ରାମ ଅଫିସର ଚ଼ନ୍ଦନ ମାରାଣ୍ଡି ଅତିଥିପରିଚ଼ୟ ପ୍ରଦାନ, ଅଧ୍ୟକ୍ଷା ଡ. ପଣ୍ଡା ସଭାକାର୍ଯ୍ୟ ସଂପାଦନା କରିଥିଲେ। ମୁଖ୍ୟ […]

କୁଆଖାଇରୁ ମୃତଦେହ ଉଦ୍ଧାର

ବାରଙ୍ଗ,୨୪ା୯(ଏସଏସନିଉଜ)ମଂଚେଶ୍ୱରଥାନା ଅଧିନସ୍ଥ ଜରିପାଟଣା ଗାଁମୁଣ୍ଡ କୁଆଖାଇରୁ ଭାସୁଥିବା ବେଳେ ବରିମୁଣ୍ଡ ଗ୍ରାମ ଭୁୟାଁସାହିର ନିବାସ ଭୁୟାଁନାମକ ୧୭ବର୍ଷର ବାଳକର ମୃତଦେହକୁ ପୋଲିସ ରବିବାରଦିନ ଉଦ୍ଧାର କରିଛି ।ନିବାସ ଶନିବାର ସନ୍ଧ୍ୟାସମୟରେ ଶୈାଚପାଇ ଗାଁମୁଣ୍ଡ କୁଆଖାଇକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ ।ରବିବାରଦିନ ଜରିପାଟଣାପାଖରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି ।ପୋଲିସ ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।  

ଜଳେଶ୍ଵରରେ ଚାଞ୍ଚଲ୍ୟ

ବାଲେଶ୍ବର ,୨୪ା୯(ଏସଏସନିଉଜ) ଗତରାତିରେ ଜଳେଶ୍ଵରଥାନା ଅଧୀନସ୍ଥ ଗୋପିମୋହନପୁର ପଞ୍ଚାୟତର ସରସିଦା ଗାଁରେ ହରପ୍ରିୟାଦାସ ନାମକ ମହିଳାଙ୍କୁ ହତ୍ୟା କରି ତାଙ୍କ ଘରୁ ଲୁଟ କରାଯାଇଥିବାର ଅଭିଯୋଗ ହୋଇଛି ।ହରପ୍ରିୟାଙ୍କ ସ୍ୱାମୀ ଅଦ୍ଵୈତଙ୍କର ସରସିଦାଛକରେ ଏକ ଦୋକାନ ରହିଛି। ଅଦ୍ଵୈତ ଦୋକାନକୁ ଯିବା ପରେ ତାଙ୍କ ପତ୍ନୀ ଘରେ ଏକାକୀ ରହିଥିଲେ । ରାତିରେ ଅଦ୍ଵୈତ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେଥିବାର ଦେଖିବାକୁ ପାଇଥିଲେ। ସେ କ୍ଷତାକ୍ତ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଜଳେଶ୍ବର […]

ପାହାଡ଼ରୁ ଧସିଲା ମାଟି

କୋରାପୁଟ ,୨୪ା୯(ଏସଏସନିଉଜ) କୋରାପୁଟ ଜରଟି ଷ୍ଟେସନ ନିକଟ ପାହାଡରୁ ମାଟିଧସି ଜୟପୁର ରେଳଯୋଗାଯୋଗ ଭିଛିନ୍ନ ହୋଇଯାଇଛି ।ଯାହାଫଳରେ ମାଟି ଓ ବଡ଼ ପଥର ପଡ଼ିଥିବାରୁ କେତେକ ଟ୍ରେନ୍ ଅଟକିଥିବା ଜଣାଯାଇଛି।କୋରାପୁଟ ଷ୍ଟେସନରେ ଜଗଦଳପୁର-ବିଶାଖାପାଟଣା ଏକ୍ସପ୍ରେସ ଅଟକିରହିଥିବାର ସୁଚନା ମିଳିଛି ।ଅନ୍ୟପଟେ ୧୦ଟିଟ୍ରେନକୁ ବାତିଲ କରାଯାଇଥିବାର ଜଣାପଡିଛି ।  

ବମିଖାଲ ଓଭରବ୍ରିଜରୁ ତଳକୁଖସିଲା କାର୍

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ବମିଖାଲ ଓଭରବ୍ରିଜରୁ ତଳକୁ ଏକ କାର୍ ଖସିପଡିଛି । କାରଟି ଭାଙ୍ଗିରୁଜି ଯାଇଥିବାବେଳେ କାରଟି କିପରି ତଳକୁ ଖସିଲା ତାହା ସ୍ପଷ୍ଟ ହୋଇାରିନାହିଁ ।କାରଟିକୁ ଦେଖିଲେ କେତେ ଭୟଙ୍କର ଏହି ଦୁର୍ଘଟଣା ହୋଇଥିବା ତାହା ସହଜରେ ଅନୁମାନ କରି ହେଉଛି । ଗୁରୁତରଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ବ୍ୟବସାୟୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ମାହାଙ୍ଗା,୨୪ା୯(ଏସଏସନିଉଜ) କେନାଲ ଭିତରୁ ବ୍ୟବସାୟୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି ।ନିଶ୍ଚିନ୍ତକୋଇଲି ଜିଗ୍ନପୁରର ଶାଖାକେନାଲରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ହେଉଛନ୍ତି ମାର୍କତପୁରଗାଁର ବିଶିଷ୍ଟ ବ୍ୟବସାୟୀ ଦୋଳଗୋବିନ୍ଦ ଦାସା ଦୋଳଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ସାଲେପୁରପୋଲିସ ମୃତଦେହ ଜବତକରି ତଦନ୍ତ ଆରମ୍ଭ କରିଛନ୍ତି ।

ନଦୀରେ ବୁଲୁଛି କୁମ୍ଭୀର

କେନ୍ଦ୍ରାପଡା ,୨୪ା୯(ଏସଏସନିଉଜ)ଦୀର୍ଘଦିନର ବ୍ୟବଧାନ ପରେ ପୁଣି କୁମ୍ଭୀରକୁନେଇ ଆତଙ୍କ ଦେଖାଦେଇଛି ।ଆତଙ୍କିତ ହୋଇପଡିଛନ୍ତି ନଦୀକୁଳିଆଲୋକ ।ନଦୀରେ ଲୁଗାସଫା କରିବାବେଳେ ୮ ଫୁଟିଆ ଲମ୍ବର କୁମ୍ଭୀରଟି ଆକ୍ରମଣ କରିଛି ।ସୈାଭାଗ୍ୟବଶତଃ ବର୍ତିଯାଇଛନ୍ତି ଜଣେ ମହିଳା । ପ୍ରଥମଥର ନଦୀରେ କୁମ୍ଭୀରଦେଖି କେନ୍ଦ୍ରାପଡାମାର୍ଶାଘାଇ ଯମପଡାଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି ।  

ରାଜଧାନୀରେ ଅଘଟଣ

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ପୋଖରୀରେ ବୁଡି ଜୀବନ ହରାଇଲେ ୨ ଛାତ୍ର । ସେମାନେ ହେଉଛନ୍ତି ଏୟାରଫିଲ୍ଡ ପୋଖରୀପୁଟ ଅଂଚଳର ଗଣ୍ଡମୁଣ୍ଡା ସ୍କୁଲର ଛାତ୍ର ପ୍ରକାଶମହାରଣା ଓ ଶୁଭମଜେନା ।ଟ୍ୟୁସନସାରି ଘରକୁ ଫେରୁଥିବାବେଳେ ଝାରପୋଖରୀକୁ ଯାଇଥିଲେ ।ଗାଧୋଇବାବେଳେ ବୁଡିଯାଇଥିଲେ ।ଖବରପାଇ ଦମକଳବାହିନୀ ଆସି ମୃତକଦ୍ୱୟଙ୍କୁ ଉଦ୍ଧାର କରିଛି ।