ଆରମ୍ଭ ହେଲା ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ) ଗଣ୍ଡରପୁର ନଦୀପଠାରେ ଥିବା ବିଜୁପଟ୍ଟନାୟକ ମିନିଷ୍ଟାଡିୟମ୍ ଠାରେ୨୩ତମ ସର୍ଵଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣାମେଣ୍ଟ ରବିବାର ଉଦ୍ଘାଟିତ ହୋଇଛି। କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିବା ସହ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ବିଜେପି ନେତା ଗୋଲେଖ ମହାପାତ୍ର,ବିଜେଡି ନେତା ସୁବାଷଚନ୍ଦ୍ର ପାତ୍ର,ଡ଼ ଦୁର୍ଗା ପ୍ରସନ୍ନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରଥମ ଗ୍ରାମାଞ୍ଚଳ ବିଭାଗର ଏ ଡିଭିଜନର ମ୍ୟାଚ୍ ଘାଟିକିଆ ଓ ସିଜିୟୁ ମଧ୍ୟରେ ହୋଇଥିଲା ଏଥିରେ ଘାଟିକିଆ ବିଜୟ ଲାଭ କରିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ଉଷୁମା- ଜୟପୁରକୁ ପରାସ୍ତ କରିଥିଲା।ଗ୍ରାମାଞ୍ଚଳ ବିଭାଗର ବି ଡିଭିଜନରେ ବାରଙ୍ଗ ବାୟା-ନଟିଏଇଟକୁ ଏବଂ ତଣ୍ଡିକଣା-ଗାଡ଼କଣକୁ ପରାସ୍ତ କରିଥିଲା। ଆୟୋଜକ ଜ୍ଞାନରଞ୍ଜନ ରାଉତ(ହିରୋ) ଟୁର୍ଣାମେଣ୍ଟ ସମ୍ପାଦକ ମାନସ ରଞ୍ଜନ ପଢ଼ିହାରି,କାଶୀନାଥ ରାଉତ , ସୁକାନ୍ତ ରାଉତ, ବିଷ୍ଣୁ ପଢ଼ିହାରୀ ,ଅଚ୍ୟୁତ ରାଉତ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିବା ବେଳେ ରଙ୍କନିଧି ରାଉତ ଧାରାବିବରଣୀ ପ୍ରଦାନ କରିଥିଲେ।

Comments (0)
Add Comment