ଖସିଲା ବିରାଟ ପଥର
କେନ୍ଦୁଝର,୩୧/୭(ଏସଏସନିୟୁଜ) ଶୁକ୍ରବାର ଅପରାହ୍ଣରେ କେନ୍ଦୁଝର ସହର ଉପକଣ୍ଠ ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟିରେ ପାହାଡ଼ରୁ ଏକ ବିରାଟ ପଥର ଖସି ଟ୍ରକ୍ରେ ପିଟି ହେବାରୁ ଟ୍ରକ୍ଟି ଭାଙ୍ଗିଯାଇଛି। ଡବ୍ଲୁବି-୨୩-ଡି-୮୦୨୧ ନଂଏକ ଦଶଚକିଆ ଟ୍ରକ୍ ମହାରାଷ୍ଟ୍ର ଅଭିମୁଖେ ଯାଉଥିବାବେଳେ ଜୁଡ଼ିଆଘାଟି ପାର୍ ହେଉଥିବା ବେଳେ ଏକ ବିରାଟ ପଥର ପାହାଡ଼ରୁ ଖସି ଆସି ଟ୍ରକ୍ରେ ପିଟି ହୋଇଥିଲା। ଫଳରେ ଟ୍ରକ୍ ଡାଲା କ୍ଷତିଗ୍ରସ୍ତ ହେବାସହ ଭାରସାମ୍ୟ ହରାଇ ଟ୍ରକ୍ଟି ରୋଡ୍ ଡିଭାଇଡର ଉପରେ ଚଢ଼ି ଯାଇଥିଲା। ତେବେ […]