Browsing author

SATYA SANDHANA DESK

ପାଣି ପାଇଁ ବିଡିଓ କାର୍ଯ୍ୟାଳୟକୁ ବନ୍ଦ କଲେ ଗ୍ରାମବାସୀ

ସାକ୍ଷୀଗୋପାଳ,୨୭/୭(ଏସଏସନିୟୁଜ)ପାଣି ପାଇଁ ଗ୍ରାମବାସୀମାନେ ବିଡିଓଙ୍କ କାର‌୍ୟ୍ୟାଳୟ ବନ୍ଦ କରି ଧାରଣାରେ ବସିଲେ ।ଏହାକୁ ନେଇ ଉତେଜନା ଦେଖାଯିବାରୁ ସତ୍ୟବାଦୀ ଥାନା ପୋଲିସ ପହଁଚି ଗ୍ରାମବାସୀମାନଙ୍କୁ ବୁଝାସୁଜାକରି କାର୍ଯ୍ୟାଳୟ ଖୋଲିଥିଲ । ପ୍ରକାସ ଯେ,ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦୁଗଲ ଗ୍ରାମ ପଞ୍ଚାୟତର ବୁଢ଼ୀମରା ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ବୀରଗୋବିନ୍ଦପୁର ଗ୍ରାମ ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚୁକେରା ଗ୍ରାମ ମୁଣ୍ଡରେ ଏକ ପାଣି ଟାଙ୍କି କରିଛନ୍ତି । ଏଥିରୁ ବୀରଗୋବିନ୍ଦପୁର […]

ଝିଅର ଦାମ ୩୦ ହଜାର

୧-ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ ୪ଦିନ ବର୍ଷା । ୨-–ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ବେଙ୍ଗାଲୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର। ୬୧ ବର୍ଷିୟ ବୋମାଇଙ୍କ ନାମରେ ବାଜିଲା ମୋହର । ୩–କରୋନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା-ଦେଶରେ ଆରୋଗ୍ୟ ହାର ୯୭.୪ ପ୍ରତିଶତକୁ ବୃଦ୍ଧି। ଦେଶରେ ୫୪ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ୪–ଦ୍ବିତୀୟ ଲହରରେ ଅମ୍ଳଜାନ ଅଭାବରୁ କେତେ ଜଣଙ୍କ ମୃତ୍ୟୁ […]

ଆଜିର ଅନୁଚିନ୍ତା

🔔”ଆଶା” ଏବଂ “ବିଶ୍ୱାସ” କଦାପି ଭୁଲ୍ ହୋଇନଥାଏ, ଏହା କେବଳ ଆମ ଉପରେ ନିର୍ଭର କରେ ଯେ ……. ଆମେ କାହାକୁ ଆଶା କରିଥିଲେ ଏବଂ କାହା ଉପରେ ବିଶ୍ୱାସ କରିଥିଲେ !!” 🔔”କର୍ମ ଉପରେ ବିଶ୍ୱାସ ରଖ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖ, ସମୟ ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ନିଶ୍ଚିତ ଭାବରେ ଏକ ବାଟ ବାହାର ହେବ ! 🔔”ତୁମର ମନର ପୁସ୍ତକ ଏମିତି ବ୍ୟକ୍ତି ପାଖରେ ଖୋଲ, ଯିଏ ଏହାକୁ ପଢ଼ିବା […]

ଆଜିର ରାଶିଫଳ

ଜୁଲାଇ ମାସ ୨୮ ତାରିଖ ୨୦୨୧ ମସିହା(ବୁଧବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ପଞ୍ଚମୀ ,ନକ୍ଷତ୍ର- ପୂର୍ବଭାଦ୍ର,ଧନୁ ରାଶିର ଘାତ ଚନ୍ଦ୍ର,କର୍କଟ ରାଶିର ଘାତବାର,ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବେଲ ନିମ୍ବ ଭକ୍ଷଣ ନିଷେଧ । ମେଷ:- ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ବୃଷ:- ଆଜି […]

ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ଡ଼େଙ୍ଗୁ ଯୋଗୁଁ ରାଜଧାନୀରେ ଗଲା ପ୍ରଥମ ଜୀବନ ।ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଛି । ଶୈଳଶ୍ରୀ ବିହାରର ଜଣେ ୧୫ ବର୍ଷିୟା ନାବାଳିକା ଗତ କିଛିଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ନାବାଳିକା ଜଣକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ନା ଅନ୍ୟ କୌଣସି କାରଣ ଅଛି, ସେନେଇ ତନାଘନା ଜାରି ରହିଛି ବୋଲି ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅନ୍ତର‌୍ୟ୍ୟାମୀ ମିଶ୍ର କହିଛନ୍ତି ।

ହଟିବନି ଐତିହାସିକ ଘୋଡ଼ା

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଐତିହାସିକ ଘୋଡ଼ା ସ୍ଥାନାନ୍ତର ହେବନି ବୋଲି ଆଜି ବିଏମସି କମିସନର ସୂଚନା ଦେବା ସହ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି । ଘୋଡା ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ଘୋଡା ସେଠାରୁ ହଟିବ ନାହିଁ ବୋଲି କହିଛନ୍ତି । ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଘୋଡ଼ା ଟିକୁ ହଟାଇ ରାଜ୍ୟପାଳ ଭବନ ଛକ ଠାରେ ରଖାଯିବ […]

ମହମ୍ମଦ ସିକନ୍ଦର ଆଲାମଙ୍କ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ପାଳିତ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ)ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ଵର୍ଗତ ସିକନ୍ଦର ଆଲାମଙ୍କ ୮୨ତମ ଜୟନ୍ତୀ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ସ୍ୱର୍ଗତ ସିକନ୍ଦର ଆଲାମଙ୍କ ଧର୍ମପତ୍ନୀ ନଇମା ଆଲାମ୍ ତଥା ତାଙ୍କ କନ୍ୟା ଜଣାଶୁଣା ଗାୟିକା ନାଜିଆ ଆଲାମ୍ ଓ ବିଜେଡିର ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ଉପସ୍ଥିତ ଥିଲେ । ସ୍ୱର୍ଗତ ଆଲାମ୍‌ଙ୍କ […]

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମମତା ବାନାର୍ଜୀ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ଭେଟିଛନ୍ତି । ଜନସଂଖ୍ୟା ଅଧାରରେ ପଶ୍ଚିମବଙ୍ଗକୁ କମ ଟୀକା ମିଳୁଥିବା ବେଳେ ଟୀକା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମମତା ।ଏହାସହ ରାଜ୍ୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ମମତା ।ପ୍ରଧାନମନ୍ତ୍ରୀ ଏହା ଉପରେ ଚିନ୍ତା କରିବେ ବୋଲି କହିଥିବା କହିଛନ୍ତି ମମତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରେ ମୋଦୀଙ୍କ ସହ ମମତାଙ୍କର ଏହା […]

ଘୁଞ୍ଚିଲା ଦ୍ୱିତୀୟ ଟି-୨୦

ଭୁବନେଶ୍ୱର,୨୭/୭(ଏସ ଏସ ନିୟୁଜ)ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି ।ପାଣ୍ଡ୍ୟା ପଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ମ୍ୟାଚ୍ ଘୁଞ୍ଚିବାକୁ ପଡିଛି ।ଫଳରେ ଆଜି ହେବାକୁ ଥିବା ଦ୍ୱିତୀୟ ଟି-୨୦ ଘୁଞ୍ଚିଛି।

ଭିଜିଲାନ୍ସ ଜାଲରେ ଫସିଲେ କିରାଣି

ସମ୍ବଲପୁର, ୨୭/୭(ଏସଏସନିୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧନକଉଡ଼ା ବିଇଓ ଅଫିସ ମୁଖ୍ୟ କିରାଣିଙ୍କୁ ଧରିଛି ଭିଜିଲାନ୍ସ । ଏକକାଳିନ ତାଙ୍କ କାର୍ଯ୍ୟାଳୟ ସମେତ ସାକ୍ଷୀପଡ଼ା ସ୍ଥିତ ଦିଲ୍ଲୀପଙ୍କ ୩ ମହଲା ବିଶିଷ୍ଟ ବାସଭବନ ସମେତ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି ।