Browsing author

SATYA SANDHANA DESK

ଆଜିର ରାଶିଫଳ

ଜୁଲାଇ ମାସ ୧୭ ତାରିଖ ୨୦୨୧ ମସିହା(ଶନିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ,ବୃଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଭକ୍ଷଣ ନିଷେଧ । ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, […]

ଆବେଦନ କଲେ କିନ୍ନର

ଭୁବନେଶ୍ୱର,୧୬/୭(ଏସଏସନିୟୁଜ)ଓଡ଼ିଶା ପୋଲିସ ପକ୍ଷରୁ ପୋଲିସ ସବ ଇନ୍ସପେକ୍ଟର ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ସମୁଦାୟ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଛନ୍ତି ।ସେମାନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ରାଜ୍ୟରେ ୨୬ ଜଣ କିନ୍ନର ପୋଲିସ ଏସଆଇ ପଦବୀ ପାଇଁ ଆବେଦନ କରିଥିବାର ଜଣାପଡିଛି ।ଏଥିନିମନ୍ତେ ୧୫ ତାରିଖରେ ଫର୍ମ ଦାଖଲର ଅନ୍ତିମ ତାରିଖ ରହିଥିଲା ।

ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ

ଭୁବନେଶ୍ବର,୧୬/୭(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି (Revolving Fund) […]

ମାଟି ଘୋଡା ଲୋକାର୍ପିତ

ଭୁବନେଶ୍ବର,୧୬/୭(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ଶ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ର ଲୋକାର୍ପଣ କରିଛନ୍ତି। ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ବତର ସନ୍ଧାନ କରିଛନ୍ତି। ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ମାଟିର ଘୋଡା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର […]

ଆଜିର ଅନୁଚିନ୍ତା

ସତ୍ୟକୁ ଆଶ୍ରୟ କରିଥିବା ବ୍ୟକ୍ତି ନିମିତ୍ତକ ପାଇଁ ଦୁଃଖ କଷ୍ଟ ଅନୁଭବ କରିଥାଏ କିନ୍ତୁ ମିଥ୍ୟାବାଦୀ ଉପରକୁ ସୁଖର ଦୃଶ୍ୟମାନ ହୁଏ ସିନା ମନ ତା’ର ସବୁବେଳେ ଆନ୍ଦୋଳିତ ହେଉଥାଏ, ତେଣୁ ଆମେ ଚେଷ୍ଟା କରିବା ମିଥ୍ୟା ଠାରୁ ଦୁରେଇ ରହିବାକୁ। ଏ ଜୀବ ଜଗତର ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ,ଆଉ ସେହି ମନୁଷ୍ୟକୁ ଈଶ୍ୱର ସୁନ୍ଦର ହସ୍ତ ଦେଇଛନ୍ତି ଏମିତି କିଛି ଲେଖିବାକୁ ଯେମିତି ତାକୁ ପଢି, ଶତ୍ରୁ ବି ଆମକୁ ପ୍ରେମ କରିବ […]

ଯିବ ଦିଦିଙ୍କ ଚୌକି

୧-ଆଜିଠୁ ଓଡ଼ିଶାରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକ୍‌ଡାଉନ୍‌: ଗଡ଼ିବ ବସ୍, ଖୋଲିବ ପାର୍ଲର, ସ୍ପା ଓ ଜିମ୍‌, ପୂର୍ବ ଭଳି କାଟାଗୋରୀ-ବି’ରେ ଜାରି ରହିବ ସପ୍ତାହନ୍ତ ସଟ୍‌ଟାଉନ୍‌ . ୨–ଅଗଷ୍ଟ ୧ ଯାଏଁ ବଢ଼ିଲା ଆଂଶିକ ତାଲାବନ୍ଦ; ରାଜ୍ୟ ପାଇଁ ନୂଆ ଗାଇଡଲାଇନ। ସମଗ୍ର ରାଜ୍ୟରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ୩– ୪୦ ଲକ୍ଷ […]

ଆଜିର ରାଶିଫଳ

ଜୁଲାଇ ମାସ ୧୬ ତାରିଖ ୨୦୨୧ ମସିହା(ଶୁକ୍ରବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଷଷ୍ଠୀ,ବୃଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ତାଳ ଭକ୍ଷଣ ନିଷେଧ । ମେଷ:=ଆଜି କୌଣସି କାରଣ ରୁ ଆପଣ ଖୁସି ରେ ମାତ୍ରାଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ :=ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା […]

ପହଞ୍ଚିଲା ବନ୍ୟାଜଳ

ବାରଙ୍ଗ,୧୫/୭(ଏସ ଏସ ନିୟୁଜ)ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ମହାନଦୀର ପ୍ରଥମ ବନ୍ୟାଜଳ।ବୁଧବାର ସକାଳ ସମୟରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବା ପରେ ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇଛି।ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ସାଠିଏ ହଜାର ଚାରିଶହ କ୍ୟୁସେକ ଜଳ ପ୍ରବାହିତ ହେଉଛି।ଅନ୍ୟପଟେ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ସ୍ଥିତି ନଥିବା ସୂଚନା ଦିଆଯାଇଛି।ଗତ ୧୧ ତାରିଖରେ ହୀରାକୁଦ ଡ୍ୟାମରୁ ଦୁଇଟି ଗେଟ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।ହୀରାକୁଦର ତଳ ମୁଣ୍ଡ ନଦୀରେ ଜଳସ୍ଥର […]

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବାରଙ୍ଗ,୧୫/୭(ଏସ ଏସ ନିୟୁଜ)କେନ୍ଦ୍ର ସରକାରଙ୍କ ଲଗାତାର ପେଟ୍ରୋଲ,ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଏବଂ ଚାଷୀ ମାରଣନୀତି ପ୍ରତିବାଦରେ ବାରଙ୍ଗ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଗୁରୁବାର ପୂର୍ବାହ୍ନରେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବାରଙ୍ଗ କଂଗ୍ରେସ ସଭାପତି ରିତାଞ୍ଜଳି ସାମଲଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବାରଙ୍ଗ ବ୍ଲକ୍ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାରଙ୍ଗ […]

ଭାଲୁ ସାମ୍ନାରେ ମା ଓ ଝିଅ

ମାଲକାନଗିରି,୧୫/୭(ଏସ ଏସ ନିୟୁଜ)ଜଙ୍ଗଲରେ ଭାଲୁ ସହ କଲେ ଯୁଧ୍ୟ।ନିଜକୁ ଓ ଛୋଟ ପିଲାକୁ ଭାଲୁ କବଳରୁ ରକ୍ଷା କରିବାକୁ ମହିଳା ଜଣଙ୍କ ନିଜ ଜୀବନକୁ ବାଜି ଲଗାଇ କରିଥିଲେ ପ୍ରାଣମୂର୍ଚ୍ଛ। ସଂଘର୍ଷ।ଶେଷରେ ଭାଲୁ ମୁହଁରୁ ନିଜ ପିଲାକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।କିନ୍ତୁ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।ଏହିଭଳି ଘଟଣା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଘଟିଛି। ଆଜି ସକାଳେ ବଣ୍ଡାଘାଟିର କିରସାନି ପଡା ଗ୍ରାମର ସମାରି ଶିଶା ଏବଂ ତାଂକ ଝିଅ ଜଂଗଲକୁ କୌଣସି କାମ […]