Browsing author

SATYA SANDHANA DESK

ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୭(ଏସ ଏସ ନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା ରଚିତ। ଏଥିରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ସଫଳତା […]

ଜୁଲାଇ ୨୦ରୁ JEE ମେନ୍

ଭୁବନେଶ୍ୱର,୬/୭(ଏସଏସନିୟଜ) JEE ମେନ୍ ପରୀକ୍ଷା ତାରିଖ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶ ।ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ଜେଇଇ ମେନ୍ ସେସନ୍-୩ ଓ ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ମେସନ୍-୪ ପରୀକ୍ଷା ହେବ । ତୃତୀୟ ସେସନ୍ ପାଇଁ ଆବେଦନ ଜୁଲାଇ ୬ରୁ ଜୁଲାଇ ୮ ତାରିଖ ଓ ଚତୁର୍ଥ ସେସନ୍ ପାଇଁ ଜୁଲାଇ ୯ରୁ ୧୨ ତାରିଖ ଭିତରେ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବା ସହ ରେଜିଷ୍ଟ୍ରେସନ୍ […]

କ୍ରେନ୍ ରୁ ଜବତ ହେଲା ଗଞେଇ

ଚିତ୍ରକୋଣ୍ଡା, ୬/୭(ଏସଏସନିୟୁଜ) କ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ୨୫୦ କେଜି ୫୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ। ଗତକାଲି ରାତିରେ ପାପୁଲୁର ବାଲିମେଳା ରାସ୍ତାର ଚିତ୍ରକୋଣ୍ଡା କଂକ୍ରିଟ ଡ୍ୟାମ ଠାରେ ପୋଲିସ ଗାଡ଼ିଗୁଡ଼ିକୁ ଯାଞ୍ଚ କରୁଥିଲା ।ଏହି ସମୟରେ ଏଚ୍ ଆର ୫୫ ଡବ୍ଲୁ ୪୨୩୨ ନଂ ବିଶିଷ୍ଟ ଏହି କ୍ରେନଟି ଆସୁଥରାବବେଳେ ପୋଲିସକୁ ଦେଖି ଗାଡିଛାଡି ପଳାଇଯାଇଥିଲା ଡ୍ରାଇଭର ।ଏହାପରେ ଗାଡିକୁ ଯାଂଚ କରିବାପରେ ଗାଡ଼ି ତଳେ ଥିବା […]

ବ୍ଲାକ୍ ଫଙ୍ଗସ୍ ରେ ଗଲାଣି ୧୮ଜଣଙ୍କ ଜୀବନ

ଭୁବନେଶ୍ୱର,୬/୭(ଏସଏସନିୟୁଜ) ମହାମାରୀ କରୋନା ପରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ । ବ୍ଲାକ ଫଙ୍ଗସରେ ୧୮ ଜଣଙ୍କ ଜୀବନ ଗଲାଣି ।ରାଜ୍ୟରେ ୧୨୯ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୨ଜଣ ବ୍ଲାକ ଫଙ୍ଗସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସର୍ବାଧିକ ଏମ୍ସରେ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ଟିକା ବ୍ୟବସ୍ଥା

କଟକ୬/୭(ଏସଏସନିୟୁଜ)ସିଏମସି ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତି ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଟିକା ଓ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ କରିଛି ସିଏମସି । ଦିବ୍ୟାଙ୍ଗ ଓ ୭୦ ବର୍ଷରୁ ଅଧିକ ବୟସ୍କ ଙ୍କୁ ଟିକାକରଣ କେନ୍ଦ୍ରକୁ ଆଣି ଟିକା ଦେବାର ବ୍ୟବସ୍ଥା ପୁଣି ଆରମ୍ଭ କରାଯାଇଛି।ଏହାସହ ଘରେ ମଧ୍ୟ କୋଭିଡ ପରୀକ୍ଷା ମଧ୍ୟ କରାଯିବ ବୋଲି କୁହାଯାଇଛି । କୋଭିଡ୍ ଟିକା ପାଇଁ ୯୭୭୭୦୬୭୨୯୭ ଓ କରୋନା ପରୀକ୍ଷା ପାଇଁ ୭୨୦୫୩୩୭୨୧୭ ନମ୍ବରକୁ ଦିବ୍ୟାଙ୍ଗ ବ୍ୟକ୍ତି ଓ […]

ଏସ୍‌ସିବିରେ ଡାକ୍ତରଙ୍କୁ ଡେଙ୍ଗୁ

କଟକ,୬/୭୯ଏସଏସନିୟୁଜ)ରାଜଧାନୀ ଭୁବନେଶ୍ୱର ପରେ କଟକରେ ଡେଙ୍ଗୁର ଆକ୍ରାନ୍ତ ଆରମ୍ଭ ହେବାରଦେଖିବାକୁ ମିଳିଲାଣି । ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।ଏହାସହ ମାଲଗୋଦାମ ଅଞ୍ଚଳରୁ ଦୁଇ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଆଜି ସିଏମ୍‌ସି ପକ୍ଷରୁ ସହରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଏହାସହ ସହରର ଜଗତପୁର ଶିଳ୍ପାଞ୍ଚଳ, ଯୋବ୍ରା ଟିଣପିଟାସାହି, ରାଉସାପାଟଣା, ଏସ୍‌ସିବି କ୍ୟାମ୍ପସ, ମଙ୍ଗଳାବାଗ ବେହେରା କଲୋନି, ଖପୁରିଆ ଶିଳ୍ପାଞ୍ଚଳ, ଶିଳ୍ପୀ କୁମ୍ଭାରସାହି ଆଦି୭ଟି […]

ଗଜପତି କରିବେ ଛେରାପହଁରା

ପୁରୀ,୬/୭୯ଏସଏସନିୟୁଜ) ୧୦୮ ଗରା ପାଣିରେ ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ଗାଧୋଇବା ପରେ ଜ୍ୱରରେ ପଡିଥିଲେ । ଏହାପରେ ବିଗ୍ରହଙ୍କୁ ଅଣସର ଘର ରଖି ଉପଚାର ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି । ଆରପଟେ କୋଭିଡ୍ କଟକଣା ଭିତରେ ଧାରା ୧୪୪ ଲାଗୁ କରାଯାଇ ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜିତ ହେବ । ରଥଯାତ୍ରାରେ ଗଜପତି ମାହାରାଜ ଦିବ୍ୟସିଂହ […]

ଏମ୍ ସ୍ ପରିସରରେ ଅଗ୍ନିଶମ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ମଞୁରୀ

ଭୁବନେଶ୍ୱର,୬/୭(ଏସ ଏସ ନିୟୁଜ)ଭୁବନେଶ୍ୱର AIIMS ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞୁର କରିଛନ୍ତି । ଏହି କେନ୍ଦ୍ର ରେ ଜଣେ ଷ୍ଟେସନ ଅଫିସର ଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ ।ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି ।ଏମ୍ସ ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନ ର ଅଗ୍ନି ନିରାପତ୍ତା କୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି […]

୮ଟି ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ,୬/୭(ସତ୍ୟ ସନ୍ଧାନ) ଦେଶର ୮ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କିଛି ରାଜ୍ୟର ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରାଯାଇଥିବା ବେଳେ ଆଉ କେତେକଙ୍କୁ ନୂତନ ଭାବରେ ନିଯୁକ୍ତି ଦିଆଯାଇଛି । ମିଜୋରାମ ରାଜ୍ୟପାଳ ଥିବା ପି ଏସ ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ, ହରିଆଣା ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ , ତ୍ରିପୁରା ରାଜ୍ୟପାଳ ଥିବା ରମେଶ ବୈଶଙ୍କୁ ଝାଡଖଣ୍ଡର ରାଜ୍ୟପାଳ, ଥାୱରଚାନ୍ଦ […]

ଆଜିର ରାଶିଫଳ

ଜୁଲାଇ ମାସ ୦୬ ତାରିଖ ୨୦୨୧ ମସିହା(ମଙ୍ଗଳବାର) ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ଦ୍ଵାଦଶୀ,ବିଛା ରାଶିର ଘାତଚନ୍ଦ୍ର, ମକର ରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ବାଇଗଣ ଭକ୍ଷଣ ନିଷେଧ । ମେଷ : =ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:=ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ […]