Browsing author

SATYA SANDHANA DESK

କୋଭିଡ୍ ମୃତ୍ୟୁ ପଛର ସତ କଣ ?

୧–ରାଜଧାନୀରେ ଚାଞ୍ଚଲ୍ୟ, ଭୀମଟାଙ୍ଗିରେ ମହିଳାଙ୍କୁ ବିଭତ୍ସ ହତ୍ୟା। ହତ୍ୟା ପରେ ଆତ୍ମହତ୍ୟା କରି ଅଭିଯୁକ୍ତ ଗୁରୁତର, କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି।ଡିସିପି ଉମାଶଙ୍କର ମିଶ୍ର କହିଲେ ମାଆ ଓ ପୁଅଙ୍କୁ ମାରି ଆତ୍ମହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ। ସୌଭାଗ୍ୟ ବଶତଃ ବଞ୍ଚିଗଲା ୩ ବର୍ଷର ପୁଅ ୨-କୋଭିଡ୍ ମୃତ୍ୟୁ ପଛର ସତ କଣ ? କେମିତି ପ୍ରକାଶ ପାଉଛି ଦୈନିକ ମୃତ୍ୟୁ ସଂଖ୍ୟା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଜିଲ୍ଲାସ୍ତରରେ ଅଡିଟ୍ ହେବାପରେ ଦିଆଯାଉଛି ହିସାବ ୩-ଦ୍ୱିତୀୟ ଲହର […]

ଆଜିର ଅନୁଚିନ୍ତା

?ଯିଏ ଶୀଘ୍ର କ୍ଷମା ମାଗିନିଏ ସେ ସବୁଠାରୁ ବଡ଼ ସାହସୀ, ଯିଏ ଶୀଘ୍ର କ୍ଷମା କରିଦିଏ ସେ ସବୁଠାରୁ ଅଧିକ ବଳବାନ;ଆଉ ଯିଏ ଶୀଘ୍ର ପଛକଥା ଭୁଲିଯାଏ,ସେ ହିଁ ସବୁଠାରୁ ବଡ଼ ସୁଖୀ । ? ସମୟ_ କଥା କହିପାରିନଥାଏ ନାହିଁ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହିଦେଇଥାଏ । ?ବେଶି ଭଲପାଉଥିବା ଲୋକୋଠାରୁ ଟିକେ ଆଘାତ ପାଇଲେ, କେବଳ ଆଖିରୁ ନୁହେଁ ହୃଦୟରୁ ବି ଲୁହ ଝରିପଡ଼େ । […]

ନିଲମ୍ବିତ ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ

ପୁରୀ,୫/୭(ଏସଏସନିୟୁଜ) ଅନିୟମିତତା ଓ ଅବହେଳା ଅଭିଯୋଗରେ ନିମାପଡ଼ାଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ମିଶ୍ର ନିଲମ୍ବିତ ହୋଇଛନ୍ତି । ମିଶନ ଶକ୍ତିର ମୁକ୍ତା ଯୋଜନା କାର୍ଯ୍ୟକାରିତାରେ ଶଶିଭୂଷଣ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ଏହାସହ ନିମାପଡ଼ା ଏନଏସିର ସହକାରୀ ଯନ୍ତ୍ରୀ ସୁଧାକର ଦାଶଙ୍କୁ ପ୍ରାଶାସନିକ କାରଣରୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଗଞ୍ଜାମ କୋଦଳା ଏସଏସିର ଜେଇ ଯତୀନ୍ଦ୍ର ବେହେରା ନିମାପଡ଼ାରେ ନିଯୁକ୍ତ ହୋଇଥିବାର ସୂଚନା ମିଳିଛି ।

ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ

ଭୁବନେଶ୍ୱର,୫/୭(ଏସଏସନିୟୁଜ) କରୋନାପରେ ଭୁବନେଶ୍ୱରରେ ଏବେ ଡେଙ୍ଗୁ ଭୟ ଦେଖିବାକୁ ମିଳିଛି । ରାଜଧାନୀର ବିଭିନ୍ନ ୱାର୍ଡରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହେଲଣି । ଶୈଳଶ୍ରୀବିହାର ଓ କଳ୍ପନା ଅଞ୍ଚଳରୁ ଆଉ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ବର୍ଷା ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱାର୍ଡରେ ଡେଙ୍ଗୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କ ଚିନ୍ତା ବଢିବାରେ ଲାଗିଛି । ବର୍ତ୍ତମାନ ମଶାଙ୍କ ବଂଶବୃଦ୍ଧିର ଋତୁ, ଏହି ସମୟରେ ଡେଙ୍ଗୁ ବଢ଼େ । ଗତକାଲି ସୁଦ୍ଧା […]

କୂଅରୁ ଜୀବନ୍ତ ଉଦ୍ଧାର ହେଲା ଯୁବକ

ଭୁବନେଶ୍ୱର,୫/୭(ଏସଏସନିୟୁଜ)  ଭୁବନେଶ୍ୱରର ଶିଶୁପାଳଗଡ ସ୍ଥିତ କୂଅରେ ଜଣେ ଯୁବକ ପଡିଯାଇଥିଲେ ଯୁବକ ।ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚିଥିଲେ ।କିଛିସମୟର ପ୍ରଚେଷ୍ଠାପରେ ଅଗ୍ନିଶମବାହିନୀ ୪୦ ଫୁଟର କୂଅରେ ପଡି ଯାଇଥିବା ଶିଶୁପାଳଗଡର ସୁନୀଲ କୁମାର ବେହେରା ନାମକ ଯୁବକକୁ ଜୀବନ୍ତ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

ଟିଏମସିରେ ସାମିଲ ହେଲେ ଅଭିଜିତ୍

ଭୁବନେଶ୍ୱର ୫/୭(ଏସଏସନିୟୁଜ) ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଙ୍ଗତ ପ୍ରଣବ ମୁଖାର୍ଜୀଙ୍କ ବଡପୁଅ ଅଭିଜିତ୍ ମୁଖାର୍ଜୀ ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କଂଗ୍ରେସ ଛାଡି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି । ଅଭିଜିତ୍ କଂଗ୍ରେସ ଛାଡିବା ପରେ ଦଳକୁ ବଡ ଝଟକା ଲାଗିଛି ।ସେ ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି। ଟିଏମସିରେ ମିଶିଥିବାରୁ ଦଳ ତାଙ୍କୁ ଜଙ୍ଗିପୁର […]

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବାଲିପାଟଣା,୫/୭(ଏସଏସନିୟୁଜ) ବାରମ୍ବାର ମରାମତି ପରେ ମଧ୍ୟ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଟ୍ରାନ୍ସଫର୍ମରରେ ତ୍ରୁଟି ଦେଖାଯାଉଥିବାରୁ ଉପଭୋକ୍ତାମାନେ ହଇରାଣ ହେଉଥିଲେ ।ନୁଆ ଟ୍ରାନ୍ସଫର୍ମର ବସିବାକୁ କୁହାଯାଇଥିଲେ ମଧ୍ୟ ସମୟାନୁସାରେ ନବସିବାରୁ ଉପଭୋକ୍ତାମାନେ ଉତ୍ୟକ୍ତ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ ।ଏହିଭଳି ଚିତ୍ର ଆଜି ବାଲିପାଟଣା ବିଦ୍ୟୁତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ଗୁଆପୁର ସାତ ବିଶୁଆ ଗ୍ରାମରେ ୮ ଦିନ ହେବ ବସିଥିବା ୨୫ କେଭି ଟ୍ରାନ୍ସଫର୍ମରରେ ତ୍ରୁଟି ଦେଖା ଯାଇଥିଲା […]

ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୫/୭(ଏସଏସନିୟୁଜ) ଭୀମଟାଙ୍କୀ ଫେଜ୍-୧ରେ ଏକ ହତ୍ୟାକାଣ୍ଡ ଘଟିଛି। ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ କୁ ଉଦ୍ଧାର କଲା ଏୟାଫିଲ୍ଡ ଥାନା ପୋଲିସ ।ଏହାସହ ଘରେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି । ମୃତକଙ୍କ ନାମ ହେଉଛି ପ୍ରିୟଦର୍ଶିନୀ ସାହୁ ଓ ତାଙ୍କର ୩ବର୍ଷ ପୁଅଟି ରହିଛି । ମହିଳାଜଣଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଏପର‌୍ୟ୍ୟନ୍ତ ଜଣାପଡ଼ିନାହିଁ । ତେବେ ପୁଲିସ […]

କଲେଜ ଆସିବେ ସବୁ ଷ୍ଟାଫ୍

ଭୁବନେଶ୍ୱର,୫/୭(ଏସଏସନିୟୁଜ) ଏଣିକି କଲେଜ ଆସିବେ ସବୁ ଷ୍ଟାଫ୍ । ଜୁଲାଇ ୬ ତାରିଖରୁ ସମସ୍ତେ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ କୋଭିଡ ପାଇଁ ଜାରି ହୋଇଥିବା ୫୦% ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର ହୋଇଛି । ଆଗକୁ ଟଏ/ଚଏ ପରୀକ୍ଷା ଥିବାରୁ ସମସ୍ତ ଷ୍ଟାଫ କଲେଜ ଆସିବା ଦରକାର। ଏନେଇ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ ।

ଜଟଣୀ ତିରିମଲ ମୁଖ୍ୟ ରାସ୍ତା କାର୍ଯ୍ୟ ଶୁଭାରମ୍ଭ

ଜଟଣୀ,୫/୭(ଏସଏସନିୟୁଜ) ଜଟଣୀ ଥାନା ପାଖ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ଏହି ଜଟଣୀ ତିରିମଲ ମୁଖ୍ୟ ରାସ୍ତାଟି ଦୀର୍ଘଦିନଧରି ଖାଲଖମାରେ ପରିଣତ ହୋଇରହିଥିଲା ।ଆଜି ଏହିରାସ୍ତାକାର୍ଯ୍ୟ ନିମନ୍ତେ ଜଟଣୀବିଧାୟକ ସୁର ରାଉତରାୟ ଭିତ୍ତିପ୍ରସ୍ତର ସ୍ଥାପନ ସହିତ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।ଦୀର୍ଘଦିନଧରି ଅବହେଳିତଭାବେ ରହି ପଥଚାରୀମାନଙ୍କ ମାନଙ୍କ ପାଇଁ ଅନୁପଯୁକ୍ତ ପାଲଟିଥିଲା ଏହି ରାସ୍ତା । ରାସ୍ତାର ପୁଃନଉଦ୍ଧାର ପାଇଁ ବିଧାୟକ ଉଦ୍ୟମ କରିଥିବାରୁ ଅଂଚଳବାସିଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମରେ […]