Browsing author

SATYA SANDHANA DESK

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ ଦୂତୀ ଚାନ୍ଦ

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍‌ରେ ଭାଗ ନେବାକୁ ଦୌଡ଼ରାଣୀ ଦୂତୀ ଚାନ୍ଦ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଲଡ ରାଙ୍କିଙ୍ଗ ଆଧାରରେ ୧୦୦ ମିଟରରେ ୪୦, ୨୦୦ ମିଟରରେ ୫୦ ରାଙ୍କ୍ ଅଛି। ଟୋକିଓ ଅଲିମ୍ପିକ ପାଇଁ ୪ ମାସ ହେଲା ଅଭ୍ୟାସ ଜାରି ରଖିଥିବା ଦୂତୀ ଚାନ୍ଦ ଙ୍କର ୧୦୦ ମିଟରରେ ୪୦, ୨୦୦ ମିଟରରେ ୫୦ ରାଙ୍କ୍ ଅଛି। ନିଶ୍ଚିତ ଭାବରେ ଭଲ ହେବ ବୋଲି ଆଶାବାଦୀ ଅଛନ୍ତି […]

ବଦଳିଲା ନାଇଟ୍ କର୍ଫ୍ୟୁ ସମୟ

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ରାଜ୍ୟରେ ଆଂଶିକ ଲକଡାଉନ ଅବଧିକୁ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକରିଥିବାନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଘୋଷଣା କରିଛନ୍ତି । ଏହାସହ ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ।ଜିଲ୍ଲାଗୁଡିକୁ କାଟେଗୋରୀ ଏ ଓ କାଟେଗୋରୀ ବି ରେ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । କାଟେଗୋରୀ ଏ ଥିବା ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା […]

ଶିଶୁକୁ ପାଳିବେ ପାଇଥିବା ଦମ୍ପତି

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଗତତିନିଦିନ ତଳେ ରାତିରେ ପୁଜାଦୋକାନ ଆଗରୁ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁକୁ ପାଇଥିଲେ ପଟିଆ ଛକ ହନୁମାନ ମନ୍ଦିରର ପୂଜାରୀ ଶତ୍ରୁଘ୍ନ ମିଶ୍ର ଓ ସ୍ତ୍ରୀ ନିରୂପମା ମିଶ୍ର । ଏବିଷୟରେ ପୋଲିସକୁ ଜଣାଇବାପରେ ଶିଶୁ ସହ ଦମ୍ପତ୍ତିଙ୍କୁ ପୋଲିସ ଇନଫୋସିଟି ଥାନାକୁ ନେଇଯାଇଥିଲେ ।ସେଟାରେ ପୋଲିସ ଶିଶୁଟିକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଥିଲେ ।ତେବେ ପାଇଥିବା ଶିଶୁଟିକୁ ଲାଳନପାଳନ କରିବାକୁ ଏହି ଦମ୍ପତି ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଇନଥିଲା । […]

ବଜ୍ରାଘାତରେ ଜଣେ ମୃତ

ବାଲିପାଟଣା,୩୦/୬(ଏସଏସନିୟୁଜ) କଖାରୁ କିଆରିରେ କାମକରୁଥିବାବେଳେ ଗୁଆପୁର ପଞ୍ଚାୟତ କୁଞ୍ଚୁପଦା ଗ୍ରାମର ରଞ୍ଜନ ସେନାପତି ନାମକ ବ୍ୟକ୍ତିଙ୍କର ଆଜି ବଜ୍ରାଘାତରେ ମୃତ୍ୟୁ ହୋଇଛି । ଅପରାହ୍ନ ରେ ହଠାତ ବଜ୍ରପାତରେ ରଞ୍ଜନ ସେହି କିଆରୀରେ ଟଳି ପଡିବାସହ ତାଙ୍କର କାନ ମୁଣ୍ଡାରୁ ରକ୍ତ ବାହାରିଥିଲା । ତାଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଆଜିର ଅନୁଚିନ୍ତା

?ଯଦି କେହି ଆପଣଙ୍କ ଭଲ କାମ ଉପରେ ସନ୍ଦେହ କରୁଛନ୍ତି ତେବେ କରିବାକୁ ଦିଅନ୍ତୁ କାରଣ ସନ୍ଦେହ ସଦା ସର୍ବଦା ସୁନାର ଶୁଦ୍ଧତା ଉପରେ କରାଯାଏ । ?ସମୟର ସହ ଯିଏ ବଦଳି ଯାଆନ୍ତି ନାହିଁ ସେଇମାନେ ହିଁ ଆପଣାର । ?ଉପରକୁ ଉଠିବାକୁ ସାହାର୍ଯ୍ୟ କରିବା ଲୋକ କମ୍ , ପଛରୁ ଟାଣି ଧରିବା ଲୋକ ବହୁତ ବେଶୀ । ?ସ୍ବପ୍ନର ଦୁନିଆରେ ଜିଉଁ ଜିଉଁ ଏମିତି ମୁହୁର୍ତ୍ତ ନ ଆସୁ ଯାହାକୁ ଶେଷ କୁହାଯାଏ, […]

କରୋନା ରୋଗୀଙ୍କ ନୂଆ ଲକ୍ଷଣ

➡️୧-ଜୁଲାଇ ୩୧ ଯାଏଁ କୋଭିଡ୍ ନିୟମ ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ । ➡️୨-ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଗାଇଡଲାଇନ୍ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଟୀକାକରଣ ଓ ଘରକୁ ଘର ସର୍ଭେକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଲେ ନବୀନ । ➡️୩-ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଅଫଲାଇନରେ ଦେବେ ପରୀକ୍ଷା । ଜୁଲାଇ ୫ରୁ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରାଯିବ। […]

ଆଜିର ରାଶିଫଳ

ଜୁନ ମାସ ୩୦ ତାରିଖ ୨୦୨୧ମସିହା(ବୁଧବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ସପ୍ତମୀର ପାର୍ବଣ ଶ୍ରାଦ୍ଧ,ନିମ୍ବ ,ତାଳ ଭକ୍ଷଣ ନିଷେଧ । ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷ-ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ […]

ଅବକାରୀ ଚଢାଉ, ୩ଗିରଫ

ଆଠଗଡ,୨୯/୬(ଏସଏସନିୟୁଜ) କଟକ ଅବକାରୀ ବିଭାଗ ପକ୍ଷରୁ ଆଠଗଡର ବିଭିର୍ଣ ଅଂଚଳରେ ଚଢାଉକରି ୩ ଜଣଙ୍କୁ ଗିରଫ କରିବାସହ ୧୨ହଜାର ଲିଟର ଗୁଚପୋଚ ଓ ୪୫ଲିଟର ଦେଶୀମଦ ଜବତ କରିଛନ୍ତି ।ଗିରଫ ତିନିଜଣ ହେଲେ ବଡମ୍ବା ଶଙ୍ଖାମେରୀର ଭାନୁମତି ବେହେରା, ନୂଆପାଟଣା ଗୋଡିସାହିର ଦେବେନ୍ଦ୍ର କୁମାର ସାହୁ ଓ କୈଳାସ ଜେନା । ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା, ତାଳବସ୍ତ, ବଡମ୍ବାର ଶଙ୍ଖାମେରୀ ଏବଂ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ଗୋଡିସାହି ଅଞ୍ଚଳରେ ଯୋରଦାର ଅବକାରୀ ଚଢାଉ କରିଥିଲେ […]

ନିଆଳି ମାଧବାନନ୍ଦଙ୍କ ପାଖରୁ ଅଣସର ଭାର ଶ୍ରୀମନ୍ଦିର ଗଲା

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ନିଆଳି ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଛି । ମହାସ୍ନାନ ପରେ ଶ୍ରୀଜିଉଙ୍କ ଜ୍ୱର ହେବାପରେ ଗୁପ୍ତସେବା ଚାଲିଛି ।ଏହି ଭାରରେ ବିଭିନ୍ନ ପ୍ରକାର ଫଳ ଓ ମହୋଷଧି, ତୁଳସୀ ଓ ଫୁଲ ଆଦି ଯାଇଥାଏ । ପରମ୍ପରା ଅନୁସାରେ ମାମୁଁ ଘରୁ ନିଆଳି ମାଧବାନନ୍ଦଙ୍କ ପାଖରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଥାଏ ।ଏହି ଭାର ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଲାଗିକରାଯାଇଥାଏ

କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୬୯ଏସଏସନିୟୁଜ) ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବା […]