Browsing author

SATYA SANDHANA DESK

ଗିରଫ ହେଲେ ନକଲି ଡାକ୍ତର

ମାଲକାନଗିରି,୨୭/୬(ଏସଏସନିୟୁଜ) ଦୁର୍ଗମ ଅଞ୍ଚଳରେ ନକଲି ଡାକ୍ତର କାୟା ବିସ୍ତାର କରିଚାଲିଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଚିତ୍ରକୋଣ୍ଡା ପୁଲିସ ଚଢ଼ଉ କରି ବିଭିନ୍ନ ସ୍ଥାନରେ ଖୋଲିଥିବା ବେଆଇନ କ୍ଲିନିକ୍‌ରେ ଚଢ଼ଉ କରିବା ସହ ହାଟ ବଜାରରେ ଔଷଧ ନେଇ ରୋଗୀଙ୍କ ଚିକିତ୍ସା କରୁଥିବା ୪ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା। ବିପିନ ଚନ୍ଦ୍ର ନାୟକ (୬୦), ବିଶ୍ବଦେବ ସରକାର (୨୭) ସୁଫଳ ବିଶ୍ବାସ (୩୬), ପଳାସ ରାୟ (୪୬)।ଏହି ନକଲି ଡାକ୍ତରମାନେ ବିଶେଷ କରି ସ୍ବାସ୍ଥ୍ୟସେବା […]

ଖୁବଶିଘ୍ର ୧୨ରୁ ୧୮ ବର୍ଷଙ୍କ ପାଇଁ ଆସିବ ଜାଇଡସ କାଡିଲା ଟିକା

ଭୁବନେଶ୍ୱର,୨୭/୬(ଏସଏସନିୟୁଜ)ଖୁବଶିଘ୍ର ମିଳିବ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକା । ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ଡିଏନଏ ଟିକାର କ୍ଲିନିକାଲ ପରୀକ୍ଷଣ ସରିଛି ।କେବଳ ବୈଧାନିକ ଅନୁମୋଦନକୁ ଅପେକ୍ଷା କରାଯାଇଛି । ତାହା ମିଳିବା ପରେ ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ଯୋଗାଇ ଦିଆଯିବା ସହ ପିଲାଙ୍କର ଟିକାକରଣ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ବିଜେପିର ସଜବାଜ

ଭୁବନେଶ୍ୱର,୨୭/୬(ଏସଏସନିୟୁଜ)ବିଜେଡି ପରେ ରାଜ୍ୟ ବିଜେପି ଏବେ ସଜବାଜ ହୋଇଛି । ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ନିଜର ସାଂଗଠନିକସ୍ତରରେ ୩ଟି ନୂଆ କମିଟି ଗଠନ କରି ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ୩ଟି ନୂଆ କମିଟି ଗଠନ କରିଛନ୍ତି। ସହରାଂଚଳ କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କେଭି.ସିଂହଦେଓ , ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର […]

ମୁକ୍ତାକାଶକାରାଶ୍ରମରୁ ଖଲାସ ହେଲେଦୁଇ କଏଦୀ

ମେଣ୍ଢାଶାଳ,୨୬/୬(ଏସଏସନିୟୁଜ)ଯାମୁଝରୀସ୍ଥିତ ମୁକ୍ତାକଶ କାରାଶ୍ରମରୁ ଶୁକ୍ରବାରରାତିରେ ଦୁଇଜଣ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କୁ ଖଲାସ କରିଦିଆଯାଇଛି ।ଏମାନଙ୍କ ଚରିତ୍ର ପରିବର୍ତନ ପରେ ଖଲାସ ପାଇଁ କାରାଶ୍ରମ ପକ୍ଷରୁ ସୁପାରିସ କରାଯାଇଥିଲା । ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଏଠାକୁ ଢେଙ୍କାନାଳ ଜିଲ୍ଲା କାରାଗାରରୁ ୨୦୧୭ସେପ୍ଟେମ୍ବର୭ ତାରିଖରେ ଆସିଥିବା ଶୁସାନ୍ତକୁମାରନାୟକ ଓ ୨୦୧୮ଅଗଷ୍ଟ୨୪ରେ ଆସିଥିବା ପ୍ରଶାନ୍ତକୁମାରପ୍ରଧାନଙ୍କୁ ଖଲାସ କରିଦିଆଯାଇଛି ।ଏମାନଙ୍କୁ ଖଲାସ ପରେ କାରାଶ୍ରମପରିସରରେ ୩୬ଜଣ କଏଦୀ ରହିଥିବାର ଅଧିକ୍ଷକ ସ୍ମିତା ମହାନ୍ତି କହିଛନ୍ତି । (ପଦ୍ମଲୋଚନ ବଡଜେନାଙ୍କ ରିପୋର୍ଟ )

ଆଜିର ରାଶିଫଳ

ମେଷ:-ଆଜି ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, […]

ଯେତିକି ପାସ୍‌ , ସେତିକି ନାହିଁ ସିଟ୍‌

୧-ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ମିଳିଲା ଚାକିରି, E-FIR ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୨-ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ଅନୁଷ୍ଠିତ । ଟୀକାକରଣ ମାତ୍ରାକୁ ଜାରି ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ଗୁରୁତ୍ୱ ଆରୋପ କଲେ ଶ୍ରୀ ମୋଦୀ । ୩-ଏଣିକି ଯେଉଁ ଛାତ୍ର-ଛାତ୍ରୀ ରେଜଲ୍ଟକୁ ଚ୍ୟାଲେଞ୍ଜ୍ କରିବେ, ସବୁ ବିଷୟରେ ଦେବାକୁ ପଡିବ ପରୀକ୍ଷା, ସର୍ତ୍ତାବଳୀ ଲାଗୁ କଲେ ବୋର୍ଡ । ସେପଟେ ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି […]

ଆଜିର ଅନୁଚିନ୍ତା

?ପିଲାଟିର କୌଣସି ସମସ୍ଯା ହେଲେ ମାଆ ଆଗେ ଜାଣିପାରେ କାରଣ ସମ୍ପର୍କଟା ସମସ୍ତଙ୍କ ଠାରୁ ୧୦ ମାସ ୧୦ ଦିନ ବେଶୀ ହୋଇଥାଏ । ?ଆକର୍ଷଣ ଓ ସମର୍ପଣ ଭିତରେ ଗୋଟିଏ ପାର୍ଥକ୍ୟ ଆକର୍ଷଣରେ ଶରୀର ହାରିଥାଏ,,ଓ ସମର୍ପଣର ହୃଦୟ ଜିତିଥାଏ ?ଭଲ ହୃଦୟ ଏବଂ ଭଲ ବ୍ୟବହାର ଦୁନିଆରେ ପୁରା ଅଲଗା ହୋଇଥାଏ , ଗୋଟିଏ ଭଲ ହୃଦୟ ଅନେକ ଅନେକ ସମ୍ପର୍କ କୁ ନିଜର କରିଥାଏ,,,, କିନ୍ତୁ … ଗୋଟିଏ ଭଲ ବ୍ୟବହାର ଅନେକ […]

ପିକଅପ୍ ଭ୍ୟାନ୍ ରୁ ଜବତ ହେଲା ୨୬ ବସ୍ତା ଭାଙ୍ଗ

ଭଞ୍ଜନଗର,୨୬/୬(ଏସଏସନିୟୁଜ) ଗାଙ୍ଗପୁର ଥାନା ପୋଲିସ ପିକଅପ୍ ଭ୍ୟାନରେ ଆସୁଥିବା ୨୬ ବସ୍ତା ଭାଙ୍ଗ ଜବତକରିବାସହ ଚାଳକକୁ ଗିରଫ କରିଛି ।ଚାଳକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଗୁଡିପଡା ଗ୍ରାମର ବନମାଳୀ ସିଂ (୨୫) । ଓ.ଡି – ୨୫ ଜି- ୪୭୦୨ ନମ୍ବର ବୋଲେରୋ ପିକଅପ୍ ଭ୍ୟାନ ଯୋଗେ ଚାଳକ ବନମାଳୀ ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ଗାଁ ନିକଟରୁ ଭାଙ୍ଗବସ୍ତାବୋଝେଇ କରି ନୟାଗଡ଼ ଅଭିମୁଖେ ଆସୁଥିଲେ । ଗାଙ୍ଗପୁର ଥାନା ପୋଲିସ ପେଟ୍ରୋଲିଂ […]

ଋାସ୍ତାକଡ଼ରେ ପଡିଥିଲା ମହିଳାଙ୍କ ମୃତଦେହ,ପାଖରେଥିଲା ୪ବର୍ଷର ଶିଶୁ

କେନ୍ଦ୍ରାପଡ଼ା,୨୬/୬(ଏସଏସନିୟୁଜ) ଆଜି ସକାଳେ ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତା କଡ଼ରେ ପଡିଥିଲା ଜଣେ ମହିଳାଙ୍କ ମୃତଦେହ ଓ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲା ୪ବର୍ଷର ଶିଶୁ ।ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବରଦେଇଥିଲେ । ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ଗୁରୁତରଅବସ୍ଥାରେ ଥିବା ଶିଶୁଟିକୁ ଉଦ୍ଧାର କରି ଚିକିସ୍‌ାପାଇଁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଛନ୍ତି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ କେହି ଗଳାକାଟି ହତ୍ୟା କରି ଫିଙ୍ଗି […]

ପ୍ରତିରକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ବର,୨୬/୬୯ଏସଏସନିୟୁଜ) ପ୍ରତିରକ୍ଷାମନ୍ତ୍ରୀ ରାଜନାଥସିଂଙ୍କୁ ଆଜି ଦିଲ୍ଲୀଠାରେ ଭେଟିଲେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ନୟାପଲ୍ଲୀ ଏବଂ ରାଜଧାନୀ ବାସୀଙ୍କ ତରଫରୁ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଏହିଅବସରରେ ସାଂସଦ ଦ୍ୱିତୀୟ ବର୍ଷର ବାର୍ଷିକ ରିପୋର୍ଟ ପୁସ୍ତକ ଅର୍ପଣ କରିଛନ୍ତି […]