ଯେତିକି ପାସ୍‌ , ସେତିକି ନାହିଁ ସିଟ୍‌

ସକାଳର ଖବର,୨୭-ଜୁନ-୨୦୨୧,ରବିବାର

୧-ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ମିଳିଲା ଚାକିରି, E-FIR ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
୨-ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ଅନୁଷ୍ଠିତ । ଟୀକାକରଣ ମାତ୍ରାକୁ ଜାରି ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ଗୁରୁତ୍ୱ ଆରୋପ କଲେ ଶ୍ରୀ ମୋଦୀ ।
୩-ଏଣିକି ଯେଉଁ ଛାତ୍ର-ଛାତ୍ରୀ ରେଜଲ୍ଟକୁ ଚ୍ୟାଲେଞ୍ଜ୍ କରିବେ, ସବୁ ବିଷୟରେ ଦେବାକୁ ପଡିବ ପରୀକ୍ଷା, ସର୍ତ୍ତାବଳୀ ଲାଗୁ କଲେ ବୋର୍ଡ । ସେପଟେ ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି ପାସ୍‌ କରିଛନ୍ତି, ସେତିକି +୨ରେ ସିଟ୍‌ ନାହିଁ ।
୪-ଆଜି ଶ୍ରୀ ମୋଦି ପୁର୍ବାହ୍ନ ୧୧ଘ. ସମୟରେ ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ବିଦେଶରେ ଥିବା ଭାରତୀୟଙ୍କ ସହ କଥାବାର୍ତ୍ତା କରିବେ ।
୫-ଖୁବଶୀଘ୍ର ଓଡ଼ିଶା ହେବ ସ୍ପୋର୍ଟ୍ସ ପାୱାର ହାଉସ । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ଦେଶର ସର୍ବବୃହତ ହକି ଷ୍ଟାଡଅମରେ ୧୦୦୦ କୋଟି ଟଙ୍କା ନିବେଶ ହେବ ।
୬-ଆଜି ଲେହ-ଲଦାଖ ଗସ୍ତରେ ଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସୁରକ୍ଷା ବ୍ୟବସ୍ଥାର କରିବେ ଯାଞ୍ଚ ।
୭-ଆଜିଠାରୁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍ରେ ଦେଖିହେବ ପାରମ୍ପରିକ କଳା ଓ ଗଣ୍ଡ ଚିତ୍ରକଳା ।
୮-୩୦ ଜିଲ୍ଲା ପାଇଁ ୬ ନେତାଙ୍କୁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଗୋଟି ଚାଳନା । ଆଗକୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସମ୍ଭାବନା । । ଆଗକୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସମ୍ଭାବନା ।
୯-ଡରାଉଛି ‘ଡେଲଟା ପ୍ଲସ୍’ କରୋନା ଭୂତାଣୁ । କଣ୍ଟେନମେଣ୍ଟ ଜୋନ୍ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ଏପଟେ ରାଜ୍ୟରେ ପ୍ରଥମ ‘ଡେଲଟା ପ୍ଲସ୍’ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗଲା ଟିମ୍ ।
୧୦-ଭାରତରେ ଉତ୍ପାଦନ ହେଲା ଆଉ ଏକ ବିଦେଶୀ ଟିକା ‘ନୋଭାଭାକ୍ସ । ସୂଚନା ଦେଲେ ସିରମ ଇନଷ୍ଟିଚ୍ୟୁଟର ଏମଡି ଅଦର ପୁନାଓ୍ବାଲା ।
୧୧-ଡିସେମ୍ବର ୩୧ ସୁଦ୍ଧା ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଦିଆଯିବ ଟିକା, ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ସୂଚନା ।
୧୨-ଏଣିକି ଟିକା ପ୍ରମାଣପତ୍ରରେ ପାସପୋର୍ଟ ନମ୍ବର ସଂଯୁକ୍ତ କରିହେବ, ଉପକୃତ ହେବେ ବିଦେଶ ଯାତ୍ରୀ ।
୧୩-ଡରାଉଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ: ଗୋଆରେ ଜୁଲାଇ ୫ ପର୍ଯ୍ୟନ୍ତ ବଢିଲା କର୍ଫ୍ୟୁ ।
୧୪-ଜୁଲାଇ ୯ରେ ଜୋରଦାର ହେବ ଚାଷୀଙ୍କ ଆନ୍ଦୋଳନ, ଦିଲ୍ଲୀ ଅଭିମୁଖେ ୪ ଲକ୍ଷ ଟ୍ରାକ୍ଟର ଓ ୨୫ ଲକ୍ଷ ଚାଷୀ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ।
୧୫-ଜୁଲାଇ ୧ ପର୍ଯ୍ୟନ୍ତ ଇଡି ହାଜତକୁ ଗଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବ୍ୟକ୍ତିଗତ ସହାୟକ ।
୧୬-ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା, ଉଚ୍ଚଶିକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।
୧୭-ରାଫେଲର ନୂଆ ରେକର୍ଡ । ଅବିରତ ଭାବେ ୧୨ ଘଂଟା ଉଡି ଯାତ୍ରାକଲା ୧୭ ହଜାର କିଲୋମିଟର ।
୧୮-ଗତ ୩୦ ଇନିଂସରେ ଶତକ ଶୂନ, ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ପ୍ଲେଇଙ୍ଗ ଇଲେଭେନରୁ ବାଦ୍ ପଡି ପାରନ୍ତି ପୂଜାରା ।
୧୯- ପ୍ୟାରିସ୍‌ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିଣିଲେ ଭାରତୀୟ ତୀରନ୍ଦାଜ ଅଭିଶେଖ ବର୍ମା। ସେପଟେ ୧୦୦ ମିଟର ଫାଇନାଲରେ ଚତୁର୍ଥ ହେଲେ ଦ୍ୟୁତି ।
୨୦-ଓଡିଆ ଧାବକ ଅମୀୟ ମଲିକ୍ ୬୦ ତମ ଜାତୀୟ ଆଥଲେଟିକ୍ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ କରିଲେ ହାସଲ ।
ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।ଶୁଭ ସକାଳ,ସୁପ୍ରଭାତ

 

Comments (0)
Add Comment