ପ୍ରତିରକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ବର,୨୬/୬୯ଏସଏସନିୟୁଜ) ପ୍ରତିରକ୍ଷାମନ୍ତ୍ରୀ ରାଜନାଥସିଂଙ୍କୁ ଆଜି ଦିଲ୍ଲୀଠାରେ ଭେଟିଲେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ନୟାପଲ୍ଲୀ ଏବଂ ରାଜଧାନୀ ବାସୀଙ୍କ ତରଫରୁ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଏହିଅବସରରେ ସାଂସଦ ଦ୍ୱିତୀୟ ବର୍ଷର ବାର୍ଷିକ ରିପୋର୍ଟ ପୁସ୍ତକ ଅର୍ପଣ କରିଛନ୍ତି ।

Comments (0)
Add Comment