Browsing author

SATYA SANDHANA DESK

ସାବିତ୍ରୀରେ ସ୍ୱାମୀଙ୍କୁ ପଥରରେ ଛେଚି ଗୁରୁତର କଲା ସ୍ତ୍ରୀ

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ସ୍ୱାମୀଙ୍କ ଦୀର୍ଘାୟୂ କାମନା କରି ସାବିତ୍ରୀ ବ୍ରତ ପାଳୁଛି ସ୍ତ୍ରୀ। ପୂଜା କରୁଛି ଓ ଉପବାସ ରହୁଛି। ଆଉ ଦୀର୍ଘାୟୂ ପାଇଁ କାମନା କରୁଛି। ହେଲେ ସେହି ସ୍ତ୍ରୀ ଆଜି ଉଗ୍ରରୂପ ଧାରଣ କରିଛି। ସାମାନ୍ୟ କଳିକୁ କେନ୍ଦ୍ର କରି ସାବିତ୍ରୀରେ ସାତ ଜନମର ସାଥୀଙ୍କୁ ଘରୋଇ କଳିରୁ ପଥରରେ ଛେଚି ଦେଇଛି। ଆଜି ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁର ମୋଟୁ ମୁଣ୍ଡା ଆଜି ସକାଳେ ଘରେ […]

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ବର, ୧୦/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତକାର୍ଯ୍ୟକାରୀ  […]

ରଜ ପାଇଁ କଟକଣା

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା। କୋଭିଡ୍ କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଦେଲେ ଚେତାବନୀ। କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ସିଲ୍ ହେବା ସହ ଆବଶ୍ୟକ ସ୍ଥଳେ ଦୋକାନୀ ଗିରଫ ମଧ୍ୟ ହେବ ବୋଲି ଚରମବାଣୀ ଶୁଣାଇଲେ କମିଶନର ।ଏହାସହ କୋଭିଡ ନିୟମ ପାଳନ କରିବାକୁ ଟୁଇନ ସିଟିବାସୀଙ୍କୁ ପୋଲିସ କମିଶନରଙ୍କ ଅପିଲ ମଧ୍ୟ କରିଛନ୍ତି ।

ଓଡ଼ିଶା ଛୁଇଁଲା ମୌସୁମୀ ,୧୪ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବର୍ଷ ଆକଳନ ଅନୁସାରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷା […]

କେବଳ ପୁରୀରେ ହେବ ଭକ୍ତଶୂନ୍ୟ ରଥଯାତ୍ରା

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ପୁରୀରେ ରଥଯାତ୍ରା ଭକ୍ତଶୂନ୍ୟ ହେବ । ବିନା ଭକ୍ତରେ କେବଳ ପୁରୀରେ ଗଡିବ ମହାପ୍ରଭୁଙ୍କ ରଥ । କୋଭିଡସଂକ୍ରମଣ ହାରକୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷା ପାଇଁ ସରକାର ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ କରାଯାଇଥିବାନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଛନ୍ତି । କୋଭିଡ଼ କଟକଣା ଆଧାରସହିତ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ସମୟରେ […]

ଧରିଲେ ଠେଙ୍ଗା,ଭାଙ୍ଗିଲେ ଗାଡି

ବାରଙ୍ଗ,୯/୬(ଏସ ଏସ ନିୟୁଜ)ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତାର ଗୋବିନ୍ଦପୁର ଛକ ନିକଟରେ ବୁଧବାର ସକାଳେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି।ଜଣେ ବ୍ୟକ୍ତି ସକାଳ ୭ ଟା ସମୟରେ ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ଯାତାୟାତ କରୁଥିବା ଗାଡ଼ି ଗୁଡ଼ିକ ଉପରେ କେହି କିଛି ବୁଝିବା ଆଗରୁ ଅଚାନକ ଆକ୍ରମଣ କରିଥିଲା।ବ୍ୟକ୍ତିଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ।ଏଥିସହ ଚାଳକ ଙ୍କୁ ଅଶ୍ରଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।ସେ ହାତରେ ଏକ ଠେଙ୍ଗା […]

ଶଣ୍ଢ ପାଇଁ ତିନି ଗୁରୁତର

ସାକ୍ଷୀଗୋପାଳ,୯/୬(ଏସଏସନିୟୁଜ) ଶଣ୍ଢ ପାଇଁ ଚିନ୍ତା ବଢିଛି ।ଶଣ୍ଢର ଆକ୍ରମଣ ଫଳରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳରାମପୁରଗଡ ପଞ୍ଚାୟତର ନୂଆବୁଢ଼ାକେରା ଗ୍ରାମରେ ତିନିଜଣ ଗୁରୁତର ଆହତ୍ ହୋଇଛନ୍ତି ।ହଠାତ ଶଣ୍ଢଟି ଉପ୍ତାତ କରିବା ସହ ଆକ୍ରମଣ କରିଥିଲା ।ଫଳରେ ଏହି ଗ୍ରାମର ସତ୍ୟନାରାୟଣ ମିଶ୍ର ( ୨୬) , ବଳରାମ ବେହେରା (୨୫) ଓ ମଙ୍ଗୁ ସାହୁ(୪୦) ଶଣ୍ଢ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ଲାକେମାନେ ଶଣ୍ଢଟିର ଉପ୍ତାତ ଯୋଗୁ ତାକୁ କାବୁ କରିବାକୁ ଉଦ୍ୟମ କରିବା […]

ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୯୭.ମୃତ୍ୟୁ ୪୪

ଭୁବନେଶ୍ୱର,୧୦/୬(ଏସଏସନିୟୁଜ)ଗତକାଲି କମଥିବାବେଳେ ଆଜି କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୭୨୨୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୪୬ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ଅଞ୍ଚଳରୁ ୨୬୫୧ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୯୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୯୨ଜଣ, ବରଗଡ଼ ଜିଲ୍ଲାରୁ […]

ଆଜିର ରାଶିଫଳ

ମେଷ:- ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ । ବୃଷ :- ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ […]

ଖବର ଆଜିର

୧-୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନବରଙ୍ଗପୁରରେ RTPCR ପରୀକ୍ଷା ଗାର ଉଦ୍ଘାଟିତ।ରଜ ଓ ସାବିତ୍ରୀରେ ସତର୍କ ରହିବାକୁ ନିବେଦନ। ୨-କ୍ୟାବିନେଟ ନିଷ୍ପତ୍ତି, ୪ ଲେନ୍ ବିଶିଷ୍ଟ ହେବ ନୂଆପଡ଼ା-କଳାହାଣ୍ଡି ରାସ୍ତା ଓ କଟକ ପଟ୍ଟାପୋଲରୁ ମାତୃ ଭବନ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରାଯିବ। ୩-ଆଜିଠାରୁ ୧୪ ଯାଏ ପ୍ରବଳ ବର୍ଷାର ସମ୍ଭାବନା, ସତର୍କ ରହିବାକୁ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC।ଭୁସ୍ଖଳନ ସହ ବନ୍ୟା ଆଶଙ୍କା। […]