Browsing author

SATYA SANDHANA DESK

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଛକାପଞ୍ଝା ତୀବ୍ର ହେବାରେ ଲାଗିଛି। ଗୁରୁବାର ଠାରୁ ଦିଲ୍ଲୀରେ ଡେରା ପକାଇ ବସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି।.ଗତକାଲି ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ବୈଠକ କରିଥିଲେ। ଆଜି ମଧ୍ୟାହ୍ନରେ ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ପହଞ୍ଚଥିଲେ। ଏହାପରେ ଉଭୟ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ […]

ରାସ୍ତାର ବସିଲେ ଚାଷୀ , ପ୍ରତିଶୃତି ପରେ ଉଠିଲେ

ଡେଲାଙ୍ଗ ୧୦/୬(ଏସଏସନିୟୁଜ) ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଯୋଗାଣ ବିଭାଗର ଅପରାଗତ, ମିଲରଙ୍କ ମନମୁଖି, ସମବାୟ ସମିତି ଅଧିକାରୀଙ୍କ ମିଳିତ ସହଯୋଗରେ ଚାଷୀଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ କରି ବେରବୋଇ ଜାଡମଲ୍ଲ ସମବାୟ ସମିତି ଅଧିନରେ ଥିବା ଧାନ ମଣ୍ଡିରେ ଶତାଧିକ ଚାଷୀ ମାନେ ଧାନ ବସ୍ତା ଥୋଇ ବସିରହିଥିଲେ । ପରେ ତହସିଲଦାର ଆସି ପ୍ରତିଶୃତି ଦେବାପରେ ଧାରଣାରୁ ଉଠିଥିଲେ ଚାଷୀ । ସୁଚନା ଯୋଗ୍ୟଯେ ମିଲର ଧାନମଣ୍ଡିରେ ନ କିଣି ନିଜ ମିଲରେ ଧାନ […]

ମା ହେବ ରାକ୍ଷୀ

ବାରଙ୍ଗ,୧୦/୬(ଏସଏସନିୟୁଜ) ମା ହେବ ରାକ୍ଷୀ ।ରାକ୍ଷୀ ହେଉଛି ନନ୍ଦନକାନନର ସିମ୍ପାଜି ପରିବାରର ଅନ୍ୟତମ ଆକର୍ଷକ ସିମ୍ପାଜି । କରୋନା ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସିମ୍ପାଜି ସଂଖ୍ୟା ବଢିବ । ସିମ୍ପାଜି ରାକ୍ଷୀ ଏବେ ଗର୍ଭବତି । ଜନ୍ମ ଦେବାକୁ ଯାଉଛି ତାର ପ୍ରଥମ ଗର୍ଭସ୍ଥ ଶାବକ, ଏନେଇ ପ୍ରାଣୀଉଦ୍ୟାନ କର୍ତ୍ତୁପକ୍ଷ ସଜାଗ ହୋଇପଡିଥିବାବେଳେ ନୂଆ ସଦସ୍ୟ ଆଗମନକୁ ସମସ୍ତେ ଅପେକ୍ଷା କରିରହିଛନ୍ତି। ପ୍ରସବ ସମୟ ଆଉ କିଛିଦିନ ଥିବାରୁ ଏବେଠାରୁ ନନ୍ଦନକାନନ ଜନ୍ତୁ ବିଭାଗ ପକ୍ଷରୁ ରାକ୍ଷୀ […]

ବାପା ଯିବାର ୧୫ଦିନପରେ ପୁଅ ଚାଲିଗଲେ

ବାରଙ୍ଗ୧୦/୬(ଏସଏସନିୟୁଜ) ନନ୍ଦନକାନନ ଥାନା ଅଧିନସ୍ଥ କେନ୍ଦୁପାଟଣା ଗ୍ରାମରେ ବୃଦ୍ଧ ବାପାଙ୍କ ମୃତ୍ୟୁର ୧୫ ଦିନରେ ୪୬ବର୍ଷବୟସ୍କ ପୁଅ କୈଳାସ ବେଉରାଙ୍କ ଗୁରୁବାର ହୃଦଘାତରେ ପରଲୋକ ଘଟିଛି।ସେ ସକାଳୁ କେନାଲରୁ ଶୈଚହୋଇ ଘରକୁ ଆସିଥିଲା।ଘରେ ଛିଡାହେବା ଅବସ୍ଥାରେ ହଠାତ୍ ପଡିଯିବାରୁ ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ୬ନମ୍ବର ଡାକ୍ତରଖାନାକୁ ନେଇଥିଲେ।ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ମୃତ କୈଳାସ ବଟାନୀକାଲ ଗାର୍ଡେରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ବଟାନୀକାଲ ଗାର୍ଡେନ ଓ ସ୍ଥାନୀୟ […]

ଆଜିର ରାଶିଫଳ

ଜୁନ ମାସ ୧୧ ତାରିଖ ୨୦୨୧ ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ପ୍ରତିପଦ, ନକ୍ଷତ୍ର- ମୃଗଶିରା ,ମିଥୁନ,,କନ୍ୟା ରାଶିର ଘାତଚନ୍ଦ୍ର,ବିଛା,,ଧନୁ ଓ ମୀନ ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପାଣିକଖାରୁ , ବୋଇତି କଖାରୁ ଭକ୍ଷଣ ନିଷେଧ ।  ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। […]

ଆଜିର ଅନୁଚିନ୍ତା

➡️ବୟସରେ କିଏ ବଡ ହୋଇପାରେ କିଏ ସାନ କିନ୍ତୁ ପ୍ରକୃତରେ ବଡ ସେଇ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ । ➡️ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ ମଣିଷ କୁ ବିଶ୍ୱାସ କରିବା ଉଚିତ କିନ୍ତୁ ତା ପୂର୍ବରୁ ଭଲ ଭାବରେ ବୁଝି ନେବା ଜରୁରୀ ସେ ପ୍ରକୃତରେ ମଣିଷ କି ନୁହେଁ। ➡️ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ […]

ରାବଣ ଚରିତ୍ରରେ ନଜର ଆସିବେ ହ୍ରିତିକ ରୋଶନ

➡️୧-ଏଥର ମଧ୍ୟ ଭକ୍ତଶୁନ୍ୟ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି । ଅନ୍ୟ ମନ୍ଦିର ର ସେବାୟତ ଆଣିଲେ ଆପତ୍ତି । ➡️୨-ମୌସୁମୀ ବର୍ଷା ଓ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା। ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା […]

ଗାଁ ମୁହାଁ ଜଙ୍ଗଲୀ ଜୀବଜନ୍ତୁ,ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ

ବାଙ୍କୀ,୧୦/୬(ଏସ ଏସ ନିୟୁଜ)ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗ୍ରାମରୁ ଏକ ହରିଣକୁ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।ଖରା ହେଉ କିମ୍ବା ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଥିବା ବହୁବାର ଦେଖିବାକୁ ମିଳିଛି।ସୂଚନାନୁସାରେ ଗୁରୁବାର ଅପରାହ୍ନ ୪ ସମୟରେ ଗୋଟିଏ ୨ ବର୍ଷର ଅଣ୍ଡିରା ହରିଣଟି ଖାଦ୍ୟ ଅନ୍ୱେଷଣରେ ବାଟବଣା ହୋଇ ଭଗିପୁର ଗ୍ରାମ ମଧ୍ୟରେ ଫସି ଯାଇଥିଲା।ଏହା ଦେଖି ଗ୍ରାମର କିଛି ଲୋକ ହରିଣ ଟିକୁ ଉଦ୍ଧାର କରି ବନବିଭାଗ […]

ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର,୧୦/୬(ଏସଏସନିୟୁଜ)ଭେଣ୍ଟିଲେଟର ରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଏପ୍ରିଲ୍ ୨୦ରେ କୋଭିଡ୍ ଦ୍ୱାରା ଆକାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ପ୍ରଦୀପ୍ତ ନାଏକ ଭେଣ୍ଟିଲେଟରରୁ ବାହାରି ଆଇସିୟୁରେ ଅଛନ୍ତି । ଆସନ୍ତା ୨ରୁ ୩ ଦିନ ଭିତରେ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତରଣ ହେବେ । ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହେଉଥିବାର ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ। ପ୍ରଥମ ଇକ୍‌ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନଟି କାର‌୍ୟ୍ୟକ୍ଷମ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଇକ୍‌ମୋ ପରିଚାଳନା ପାଇଁ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି। ଏବେ କେତେକ ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି ବୋଲି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ତେବେ ଇକମୋ ମେସିନ୍ ଲାଗିଲେ […]