ରାସ୍ତାର ବସିଲେ ଚାଷୀ , ପ୍ରତିଶୃତି ପରେ ଉଠିଲେ

ଡେଲାଙ୍ଗ ୧୦/୬(ଏସଏସନିୟୁଜ) ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଯୋଗାଣ ବିଭାଗର ଅପରାଗତ, ମିଲରଙ୍କ ମନମୁଖି, ସମବାୟ ସମିତି ଅଧିକାରୀଙ୍କ ମିଳିତ ସହଯୋଗରେ ଚାଷୀଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ କରି ବେରବୋଇ ଜାଡମଲ୍ଲ ସମବାୟ ସମିତି ଅଧିନରେ ଥିବା ଧାନ ମଣ୍ଡିରେ ଶତାଧିକ ଚାଷୀ ମାନେ ଧାନ ବସ୍ତା ଥୋଇ ବସିରହିଥିଲେ । ପରେ ତହସିଲଦାର ଆସି ପ୍ରତିଶୃତି ଦେବାପରେ ଧାରଣାରୁ ଉଠିଥିଲେ ଚାଷୀ ।
ସୁଚନା ଯୋଗ୍ୟଯେ ମିଲର ଧାନମଣ୍ଡିରେ ନ କିଣି ନିଜ ମିଲରେ ଧାନ କିଣୁଛି । ଧାନ ବିକିବା ସମୟରେ ଚାଷୀଙ୍କ ଠାରୁ ମନଇଛା କାଟ ନିଆଯାଉଛି । ମଣ୍ଡିରୁ ଧାନ ନ ଉଠିବା ଯୋଗୁ ଚାଷୀ ମାନଙ୍କର ଟୋକନ ସମୟ ସୀମା ଶେଷ ହୋଇଯାଇଛି ଆଦି ଦାବିରେ ଚାଷୀ ମାନେ ରାସ୍ତା ଉପରେ ଧାନବସ୍ତା ଥୋଇ ଧାରଣାରେ ବସିଥିଲେ । ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ନେତା ରାଜ କିଶୋର ଆଳୁକ ନେତୃତ୍ୱରେ ପଟ୍ଟନାୟିକିଆ -ଡେଲାଙ୍ଗ ରାସ୍ତାର ବେରବୋଇ ଛକ ଠାରେ ଧାନ ବସ୍ତା ଥୋଇ ରାସ୍ତା ଉପରେ ଚାଷୀ ମାନେ ଧାରଣା ଦେଇଥିଲେ ।ଏଥିରେ ସ୍ଥାନୀୟ କିଛି ଲୋକପ୍ରତିନିଧିମାନେ ମଧ୍ୟ ଆସି ଆନ୍ଦୋଳନରେ ସାମିଲ ହୋଇଥିଲେ । ଖବର ପାଇ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢ଼େଇ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହିତ ଆଲେଚନା କରିବା ସହିତ ଚାଷୀ ମାନଙ୍କର ଦାବି ଗୁଡିକ ଯର୍ଥାଥ ଓ ତୁରନ୍ତ ଏହା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଚାଷୀ ମାନେ ଓହରି ଥିଲେ ।

Comments (0)
Add Comment