Browsing author

SATYA SANDHANA DESK

ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟରେ ସ୍ବାଗତୋତ୍ସବ

ଚନ୍ଦ୍ରଶେଖରପୁର,୧୭।୧୦(ଏସଏସନିଉଜ) ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟ ତରଫରୁ ଦୁଇଦିନ ଧରି ଅନୁଷ୍ଟିତ ନୂତନ ବିଦ୍ୟାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ଉତ୍ସବ ବା ଇଣ୍ଡକସନ୍ ସଭା ଶୁକ୍ରବାର ଉଦଯାପିତ ହୋଇଯାଇଛି।ପ୍ରଥମଦିନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ କଳାବିଭାଗର ସ୍ନାତକ ଓ ସ୍ନାତକତ୍ତୋର ଛାତ୍ରଛାତ୍ରୀମାନଙ୍କର ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର ଉପସଚିବ ଅମିତ୍ କୁମାର ନାୟକ ଯୋଗଦେଇ ପ୍ରେରଣାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ। କଳା ବିଭାଗର ନଅଜଣ ବିଭାଗୀୟ ମୁଖ୍ୟମାନେ ସେମାନଙ୍କର […]

ଆଜିର ରାଶିଫଳ

ଅକ୍ଟୋବର ମାସ ୧୭ ତାରିଖ ୨୦୨୫ ମସିହା (ଶୁକ୍ରବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଏକାଦଶୀ ଦିବା ଘ୧୧/୨୭ ଗତେ ଏକାଦଶୀ,ନକ୍ଷତ୍ର- ମଘା ଦିବା ଘ୦୨/୫୪ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୬/ ୩୨, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୪୫, ଯୋଗିନୀ ଅଗ୍ନିକୋଣେ ଦିବା ଘ୧୧/୨୭ ଗତେ ନୈରୁତକୋଣେ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର, ବିଛା,ଧନୁ ଓ ମୀନ ରାଶିର ଘାତବାର, ଦ୍ଵାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ ୧୧/୩୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- […]

୮୦ବର୍ଷରେ ପଦାର୍ପଣ କଲେ ନବୀନ

ଭୁବନେଶ୍ଵର,୧୬।୧୦(ଏସଏସନିଉଜ)ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ।ଜନ୍ମଦିନରେ ପଦଯାତ୍ରା କରିବେ BJD ସଭାପତି।ଭୁବନେଶ୍ବର ଗଙ୍ଗନଗର ପଲ୍ଲୀରୁ ହେବ ଜନସମ୍ପର୍କ ପଦଯାତ୍ରା।୮୦ ବର୍ଷରେ ପଦାର୍ପଣ କଲେ ନବୀନ।

eKYC କରିନଥିଲେ ମିଳିବନି ଚାଉଳ-ମନ୍ତ୍ରୀ

ଭୁବନେଶ୍ଵର,୧୬।୧୦(ଏସଏସନିଉଜ)KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ ହେବ ବୋଲି ସୂଚନା ଦେଲେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର e-KYC କରିନାହାନ୍ତି।e-KYC କରିନଥିବା ଲୋକ ଚାଉଳପାଉଛନ୍ତି, ତାକୁ ବନ୍ଦ କରିଦିଆଯିବ।ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ।କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ।ବାଦ୍‌ ପଡ଼ିଥିବା ହିତାଧିକାରୀ ଲିଖିତଭାବେ ଦେଲେ ବିଚାର କରାଯିବ।

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ୨CM

  ଭୁବନେଶ୍ଵର,୧୬।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି।ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ ରହିଛନ୍ତି।ଏହାସହ ସଭାପତି ମନମୋହନ ସାମଲ, ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ, ଅଶ୍ବିନୀ ବୈଷ୍ଣବ।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୨ ପ୍ରଭାରି ,ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଷ୍ଟାର ପ୍ରଚାରକ,ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଛନ୍ତି।ଅନ୍ୟପଟେ […]

ପୁଲିସ୍ ବୃତ୍ତିଗତ ମିଟ୍ ଆରମ୍ଭ

କଟକ,୧୬।୧୦(ଏସଏସନିଉଜ)କଟକରେ ୭୦ ତମ ପୁଲିସ୍ ବୃତ୍ତିଗତ ପ୍ରତିଯୋଗିତା ଆରମ୍ଭ ହୋଇଛି।ଏହାକୁଶୁଭାରମ୍ଭ କଲେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ।୩୪ଟି ପୋଲିସ ଜିଲ୍ଲାରୁ ୨୭୬ କର୍ମଚାରୀ ସାମିଲ ହୋଇଛନ୍ତି।ବକ୍ସିବଜାର ରିଜର୍ଭପୋଲିସ ପଡିଆଠାରେ ୩ ଦିନ ଚାଲିବ।ପ୍ରତିଯୋଗିତାରେ ୪୩ କୁକୁର ଓ ୪୩ ହ୍ୟାଣ୍ଡଲର ମଧ୍ୟ ସାମିଲ ।ତଦନ୍ତ, ଫରେନସିକ୍, ସାଇବର କ୍ରାଇମ ଓ ଟେକ୍ନିକାଲ୍ ସର୍ଭେଲାନ୍ସ ପାଇଁ ପ୍ରତିଯୋଗିତା ହେଉଛି।ଅପରାଧ ନିୟନ୍ତ୍ରଣ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ।ପୋଲିସର ଦକ୍ଷତା ବଢ଼ାଇବା ପାଇଁ ବୃତ୍ତିଗତ ମିଟ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଡିଜିପି କହିଛନ୍ତି।

ଆଜିର ରାଶିଫଳ

୧୬-୧୦-୨୦୨୫(ଗୁରୁବାର)ଅଦ୍ଯ କନ୍ୟା ଦି୩୦ନ, କାର୍ତ୍ତିକ କୃଷ୍ଣ ଦଶମୀ ଦ୧୩।୯ ଦିଘ ୧୧।୧,ଅଶ୍ଲେଷା ଦ୨୦।୭ ଦିଘ୧।୪୮,କର୍କଟ ଚନ୍ଦ୍ର ଦ୨୦।୭ ଦିଘ୧।୪୮।କନ୍ୟା ଦ୫/୧/୨୦ ଇଂଘ ୫/୪୫/୧୩ ଗତେ ଉଦୟ।ମୀନ ଦ୩/୪୫/୨୦ ଇଂଘ ୫/୧୯/୨୭ ଗତେ ଅସ୍ତ ।ଯୋଗିନୀ ଉତ୍ତରେ । ଦିବା ଘ୧୧।୧ ଗତେ ଅଗ୍ନିକୋଣେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୦।୪୮ ଗତେ ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା […]

ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ବର,୧୫।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା ହୋଇଛି।ଛୁରିଆଙ୍କ ପାର୍ଥିପତ୍ର ଦାଖଲ ତାରିଖ ଘୋଷଣା ହୋଇନଥିବା ବେଳେ ବିଜେିଡି ଆସନ୍ତାକାଲି ନୂଆପଡ଼ାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିବାକୁ ଯାଉଛି। ସେହିପରିକଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜର ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି।ବିଜେପିର ପ୍ରାର୍ଥୀ ଜୟ ‌ଢୋଲକିଆ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ।ଆସନ୍ତା ନଭେମ୍ବର ୧୧ ତାରିଖ ଦିନ ଭୋଟଗ୍ରହଣ ଥିବାବେଳେ ରାଜନୈତିକ ତତ୍ପରତା ତୀବ୍ର ଦେଖାଯାଇଛି। ରାଜ୍ୟର ପ୍ରମୁଖ […]

ଜୟ ‌ଢୋଲକିଆ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର,୧୫।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ବିଜେପିର ପ୍ରାର୍ଥୀ ହୋଇଛନ୍ତି।ବିଜେପି ଆଜି ଜୟ ‌ଢୋଲକିଆଙ୍କ ନାମଘୋଷଣା କରିଛି।ଜୟ ଗତ ୧୧ ତାରିଖରେ ବିଜେପିରେ ମିଶିଥିବାବେଲେ ୧୬ ତାରିଖରେ ନାମାଙ୍କନ ଭରିବେ। ନାମାଙ୍କନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

କାଜୁବାରିରେ ଝୁଲନ୍ତା ମୃତଦେହ

ମେଣ୍ଢାଶାଳ,୧୫।୧୦(ଏସଏସନିଉଜ) ଚନ୍ଦକାଥାନା ଅଧୀନସ୍ଥ ଦାରୁଠେଙ୍ଗ ବନଦୁର୍ଗା କାଜୁବାରିରେ ବୁଧବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି।ଏହା ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହ ଭିତରେ ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)