Browsing author

SATYA SANDHANA DESK

ଛାତ୍ରଛାତ୍ରୀଙ୍କ ଖାତାକୁ ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା

ଈୁବନେଶ୍ୱର,୨୯/୫(ଏସଏସନିୟୁଜ) ମହାମାରୀ କରୋନା ସମୟରେ ମଧ୍ୟାହ୍ନ ଭୋଜନ ଟଙ୍କା ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବାନେଇ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।ଏବେ କରୋନାପାଇଁ ସ୍କୁଲ ବନ୍ଦ ରହିଥିବାରୁ ଡିବିଟି ମାଧ୍ୟମରେ ମଧ୍ୟାହ୍ନ ଭୋଜନ ଟଙ୍କା ଦିଆଯିବ । କେନ୍ଦ୍ର ସରକାର ଏଥିନିମନ୍ତେ ଦେଶର ପ୍ରାୟ ୧୧ କୋଟି ୮୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ୧୨୦୦ କୋଟି ଟଙ୍କା ପଠାଇବେ ।କରୋନା କାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଗ ପ୍ରତିରୋଧକ ଶକ୍ତି ରକ୍ଷା କରିବାଦୀଗରେ […]

କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି,ମୃତ୍ୟୁ ସଂଖ୍ୟା ବଢୁଛି

ଈୁବନେଶ୍ୱର,୨୯/୫(ଏସଏସନିୟୁଜ) ଗତ ୩ ଦିନ ହେବ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବାବେଳେ ଆଜି ୭,୧୮୮ ଆକ୍ରାନ୍ତ ନୁଆ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୨୬, ସ୍ଥାନୀୟ ଅଞ୍ଚଳରୁ ୩୧୬୨ ରହିଛି। ଖୋର୍ଦ୍ଧାରୁ ୧୧୩୪ ଜଣ,ଅନୁଗୁଳରୁ ୫୧୫ଜଣ, ବାଲେଶ୍ୱରରୁ ୧୦୩ ଜଣ, ବରଗଡ଼ରୁ ୨୭୧ ଜଣ, ଭଦ୍ରକରୁ ୮୯ଜଣ, ବଲାଙ୍ଗୀରରୁ ୯୩ ଜଣ, ବୌଦ୍ଧରୁ ୨୫୭ଜଣ, କଟକରୁ ୬୯୦ଜଣ, ଦେବଗଡରୁ ୬୧ ଜଣ, ଢେଙ୍କାନାଳରୁ ୨୫୫ଜଣ, ଗଜପତିରୁ ୧୦୬ ଜଣ, ଗଞ୍ଜାମରୁ ୧୬୩ ଜଣ, […]

ଆଜିର ରାଶିଫଳ

ମଇ ମାସ ୨୯ ତାରିଖ ୨୦୨୧ ମସିହା(ଶନିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ତୃତୀୟା ,ସିଂହ ରାଶିର ଘାତଚନ୍ଦ୍ର,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ଭକ୍ଷଣ ନିଷେଧ । ମେଷ:-ଆଶା ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ […]

ମମତାଙ୍କ ନାଟକ

୧-ଟୋକନ୍ ଅବଧି ବଢ଼ାଇବା ଦାବିରେ ଚାଷୀଙ୍କ ହଙ୍ଗାମା । ସମ୍ବଲପୁରରେ ସରକାରୀ ଅଫିସରେ ତାଲା ପକାଇଲେ ଚାଷୀ । ଆଲୋଚନା ପରେ ହଟିଲା ଆନ୍ଦୋଳନ । ୨-ମମତାଙ୍କ ନାଟକ : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇ ଅଧଘଣ୍ଟା ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ ।ପ୍ରଧାନମନ୍ତ୍ରୀ ମୋଦୀ । ।ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ୩-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପେକ୍ଷା କରାଇବା, ପୁଣି ବୈଠକରୁ ଉଠି ଆସିବା […]

ଆଜିର ଅନୁଚିନ୍ତା 

➡️ଅତୀତ ଶିଖାଏ  ବର୍ତ୍ତମାନ କନ୍ଦାଏ ଆଉ ଭବିଷ୍ୟତ ବଞ୍ଚିରହିବାପାଇଁ ସ୍ବପ୍ନ ଦେଖାଏ  ! ➡️କ୍ଷମା ସେମାନଙ୍କୁ ମାଗନ୍ତୁ ଯେଉଁମାନେ ଆପଣଙ୍କୁ ବୁଝି ପାରୁଥିବେ ! ➡️ମଣିଷ ଯଦି ପ୍ରକୃତ ସୁଖ ପାଇବାକୁ ଚାହେଁ, ତେବେ ତାକୁ କଠୋର ହେବାକୁ ହେବ.. କୌଣସି ଜିନିଷ ପ୍ରତି ଆସକ୍ତି ବଢାଇବା ଉଚିତ୍ ନୂହେଁ, ମୋର ମୋର କହି ସବୁ ଜିନିଷକୁ ଆବୋରି ରଖିବା ଉଚିତ ନୂହେଁ.. ତ୍ୟାଗରେ ହିଁ ମଣିଷ ପରମ ସୁଖର ଅଧିକାରୀ ହୋଇଥାଏ.. ➡️ଏହା କହିବା ବୃଥା […]

ସ୍ୱାମୀ ମହିଳାଙ୍କ ସହ ବନ୍ଦ କୋଠରୀରେ ଥିଲେ ,ଧରିଲେ ସ୍ତ୍ରୀ ,ତାପରେ..

ଭୁବନେଶ୍ୱର,୨୮/୫(ଏସଏସନିୟୁଜ) ସ୍ୱା୍ମୀ ଅନ୍ୟଜଣେ ମହିଳାଙ୍କ ସହ ବନ୍ଦ କୋଠରୀରେ ଥିଲେ ,ଖବରପାଇ ଆସି ଧରିଲେ ସ୍ତ୍ରୀ ,ତାପରେ କଣ ହେଲା ଜାଣନ୍ତୁ ।ଏହି ଘଟଣାଟି ମଧ୍ୟପ୍ରଦେଶର ଅଗରମଲୱା ଜିଲ୍କାର ନାଗଡା ଜଙ୍କସନରେ ଏକ ଘର ବାହାରେ ଉତ୍ତେଜନା ଦେଖାଦେଇଥିଲା । ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଦ୍ୱିତୀୟ ମହିଳାଙ୍କ ସହିତ କୋଠରୀରେ ଥିବାବେଳେ ଧରିଥିଲେ । ସ୍ୱାମୀଙ୍କର କାରନାମା ବିଷୟରେ ସ୍ତ୍ରୀ କୈାଣସି ସୁତ୍ରରୁ ଖବରପାଇ ସାମ୍ବାଦିକ ଓ ପୋଲିସକୁ ସାଙ୍ଗରେ ଧରି ଘର ଆଗରେ ପହଁଚି କବାଟ […]

କେତେ ଟଙ୍କା ଦେଲେ ଆପୋଲୋ ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି ଟିକା ?

ଇୁବନେଶ୍ୱର.୨୮/୫(ଏସଏସନିୟୁଜ) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରୁଷର କୋଭିଡ ଟିକା ସ୍ଫୁଟନିକ୍‌-ଭି ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଆପୋଲୋ ଗ୍ରୁପ୍ ଅଫ୍ ହସ୍ପିଟାଲ୍ ଘୋଷଣା କରିଛି ଯେ ଜୁନ୍ ମାସର ଦ୍ୱିତୀୟ ସପ୍ତାହରୁ ଭାରତରେ ଥିବା ସମସ୍ତ ଆପୋଲୋ ହସ୍ପିଟାଲରେ ଲୋକେ ନେଇପାରିବେ ସ୍ପୁଟନିକ-ଭି ଟିକା । ଏହାର ଆନୁମାନିକ ମୂଲ୍ୟ ରହିଛି ୧,୧୯୫ ରହିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆପୋଲୋ ଗ୍ରୁପ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଟିକା ପାଇଁ […]

ୟାସ୍ ପାଇଁ ଓଡ଼ିଶାକୁ ୫୦୦ କୋଟି ସହାୟତା

ଇୁବନେଶ୍ୱର.୨୮/୫(ଏସଏସନିୟୁଜ) ଆକାଶମାର୍ଗରୁ ବାତ୍ୟା ୟାସଦ୍ୱାରା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଓ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ୟାସର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ବାତ୍ୟା ୟାସର ପ୍ରଭାବ ଓଡିଶାରେ ଅଧିକ ପଡିଥିବାରୁ ଓଡ଼ିଶାକୁ ଅଧିକ ସହାୟତା ରାଶି ମିଳିଛି । ସେହିଭଳି ବାକି ୫୦୦ […]

ଉଦଘାଟକୁ ଦୁଇ ବର୍ଷ ପୁରିଲାନାହିଁ, ଭୁଶୁଡି ପଡିଲା ବ୍ରିଜ

ଭୁବନେଶ୍ୱର,୨୮/୫(ଏସ ଏସ ନିୟୁଜ)ଝାଡ଼ଖଣ୍ଡର ରାଞ୍ଚି ନିକଟରେ ବୁନ୍ଦୁ -ତାମର ସହିତ ସଂଯୋଗ କରୁଥିବା କାଞ୍ଚି ନଦୀ ଉପରେ ଏକ ସେତୁ ଗୁରୁବାର ଦିନ ବାତ୍ୟା ୟାସ୍ ର ପ୍ରକୋପରେ ହୋଇଥିବା ପ୍ରବଳ ବର୍ଷା ହେତୁ ଭୁଶୁଡି ପଡିଛି ବୋଲି ଜଣେ ଅଧିକାରୀ କହିଛନ୍ତି।ଏହି ଘଟଣାରେ ଏପର୍ଯ୍ୟନ୍ତ କୋୖଣସି କ୍ଷୟକ୍ଷତି ହୋଇନାହିଁ। କାଞ୍ଚି ନଦୀ ଉପରେ ହୋଇଥିବା ଏହି ବ୍ରିଜ ୧୩ କୋଟି ଟଙ୍କା ବ୍ୟୟବରାଦରେ ତିନି ବର୍ଷ ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିଲା।ଉଦଘାଟନର […]

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

ଭୁବନେଶ୍ୱର,୨୮/୫(ଏସଏସନିୟୁଜ) ବାତ୍ୟା ପରେ ବର୍ତ୍ତମାନ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ରହିଛି । ବିପଦ ସଂକେତ ୪୯.୧୬ ଥିବା ବେଳେ ବର୍ତ୍ତମାନ ୫୦.୮୮ ମିଟର୍ ଦେଇ ଜଳ ପ୍ରବାହିତ ହେଉଛି। ସେହିପରି ବାଲେଶ୍ୱରରେ ବାତ୍ୟା ପରେ ପରିସ୍ଥିତି ଜଟିଳ ରହିଛି । ବିଭିନ୍ନ ଗାଁରେ ପାଣି ପଶିବା ସହିତ ଅନେକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ […]