ଛତିଶଗଡ,୨୪।୭(ଏସଏସନିଉଜ)ସରକାର ପିଲାମାନଙ୍କୁ ନିରାପଦ ଏବଂ ସୁଲଭ ଶିକ୍ଷା ଯୋଗାଇଦେଉ ଥିବାର ଦାବି କରିଆସୁଛନ୍ତି।କିନ୍ତୁ ଧର୍ମଜୟଗଡ଼ ବିକାଶବ୍ଲକର କ୍ରୋଣ୍ଡାଗ୍ରାମପଞ୍ଚାୟତରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।ଏଠାରେ ଧର୍ମଜୟଗଡ଼ ଖାରଗାଓଁରେ ସ୍କୁଲରେ ପହଞ୍ଚିବାପାଇଁ ପ୍ରାୟ ୫୦ଜଣ ସ୍କୁଲ ପିଲା ଏବେବି ଏକ ବହିଯାଉଥିବା ନାଳ ପାରହୋଇ ନିଜ ଜୀବନକୁ ବାଜିଲଗାଇ ପାର ହେଉଛନ୍ତି।ବର୍ଷାଋତୁ ଆସିଲେ ପିଲାମାନଙ୍କର ଏହିଭଳି ଅସୁବିଧା ବୃଦ୍ଧିପାଏ।ପିଲାମାନେ ସାଇକେଲରେ ନାଳ ପାଖକୁ ଯାଆନ୍ତି।ସେଠାରେ ସାଇକେଲଛାଡି ଆଣ୍ଠୁଏ ପାଣିରେ ନାଳ ପାରହୁଅନ୍ତି।ଏହାପରେ ସେମାନେ ସ୍କୁଲରେ ପହଞ୍ଚିବାପାଇଁ ପ୍ରାୟ ଦୁଇ କିଲୋମିଟର ଚାଲିଚାଲି ଯାଆନ୍ତି।ଅନେକପିଲା ପାଣିରୁ ସେମାନଙ୍କର ସ୍କୁଲ ୟୁନିଫର୍ମକୁ ରକ୍ଷା କରିବାପାଇଁ ପୃଥକ ପୋଷାକ ସାଙ୍ଗରେ ନେଇଥାନ୍ତି ଏବଂ ନାଳ ପାରହେବା ପରେ ସେମାନେ ସେମାନଙ୍କର ସ୍କୁଲୟୁନିଫର୍ମ ପିନ୍ଧି ଶ୍ରେଣୀରେ ପହଞ୍ଚନ୍ତି।