ବାଲେଶ୍ବରରେ ୫୭୦ ଡେଙ୍ଗୁରୋଗୀ

ବାଲେଶ୍ୱର,୧୬ା୯(ଏସଏସନିଉଜ) ବାଲେଶ୍ବର ଜିଲ୍ଲାର ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ବର ବ୍ଲକରେ ଅଧରକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।ଡେଙ୍ଗୁ ପ୍ରବଣ ଜିଲ୍ଲା ଭାବେ ବାଲେଶ୍ବର ଏବେ ରାଜ୍ୟ ତାଲିକାରେ ୪ ନମ୍ବର ସ୍ଥାନରେ ରହିଛି। ପ୍ରତିଦିନ ଡାକ୍ତରଖାନାକୁ ରୋଗୀଙ୍କ ଧାଡ଼ି ଲମ୍ବିଛି।ଏବେସୁଦ୍ଧା ମୋଟ ୫୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଏବଂ ବାକି ୪୭୬ ଜଣ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଥିବାର ଜଣାପଡିଛି ।

Comments (0)
Add Comment