ବାରଙ୍ଗରେ ଗିରିଗୋବର୍ଦ୍ଧନ ପୂଜା

ବାରଙ୍ଗ,୫/୧୧(ଏସଏସନିୟୁଜ)ପ୍ରତି ବର୍ଷ ଭଳି ଚଳିତ ବର୍ଷର ଆଜିର ଦିନରେ ବାରଙ୍ଗ ବ୍ଲକ ନିକଟରେ ଅବସ୍ଥିତ ଶ୍ରୀଶ୍ରୀ ସଚ୍ଚିଦାନନ୍ଦ ସାରସ୍ଵତ ଆଶ୍ରମରେ ଗିରି ଗୋବର୍ଦ୍ଧନ ପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଏହି ପବିତ୍ର କାର‌୍ୟ୍ୟକ୍ରମରେ ନିତାଇ ଗୌରାଙ୍ଗ ମଠ ବଙ୍ଗାଳୀ ସାହି କଟକର ବୈଷ୍ଣବ ଚରଣ ଦାସ, ରାସବିହାରୀ ମଠ ପୁରୀ ଘାଟ କଟକର ନୀଳାଚଳ ଦାସ ବାବାଜୀ, ଖଣ୍ଡଗିରିର ଶିବ ଚିଦାନନ୍ଦ ସ୍ଵାମୀ ଓ ହରିଚରଣ ଦାସ ଆଦି ସନ୍ଥ ସମାଜ ପହଂଚି ପ୍ରଭୁଙ୍କ ନାମ ସଙ୍କୀର୍ତ୍ତନରେ ଭାଗ ନେଇଥିଲେ। ମଠର ମୁଖ୍ୟ ବାବା ସୁବଳ ଦାସଙ୍କ ନେତୃତ୍ୱରେ ପୂଜା ଅର୍ଚ୍ଚନା ସହିତ ନାମ ସଙ୍କୀର୍ତ୍ତନ କାର‌୍ୟ୍ୟକ୍ରମ ହୋଇଥିଲା। ଏଥିରେ ଚଣ୍ଡୀ ପ୍ରସାଦ ଗ୍ରାମର ମହିଳା ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ନାମ ସଙ୍କୀର୍ତ୍ତନ ଅତି ଉଚ୍ଚକୋଟୀର ଥିଲା। ଏହା ସହିତ ଅନ୍ନକୁଟ ମହୋତ୍ସବର କାର‌୍ୟ୍ୟକ୍ରମ ମଧ୍ୟ ସମ୍ପନ୍ନ ହୋଇଥିଲା। ଆଖ ପାଖ ଅଞ୍ଚଳର ବୃଦ୍ଧ, ବୃଦ୍ଧା, ମହିଳା ଓ ପିଲାମାନେ ନାମ ସଙ୍କୀର୍ତ୍ତନରେ ଭାଗନେଇ ପ୍ରସାଦ ସେବନ ପରେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।(ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment