ଭୁବନେଶ୍ୱର,୨ା୯(ଏସଏସନିଉଜ)ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ ଦେଖାଦେଇଛି ।ଯାହାଫଳରେ ପ୍ରବଳ ବର୍ଷାରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ବେହାଲ ହୋଇଛି ।ଦୁଇ ଦିନ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହେବାସହ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବାବେଳେ ଯାତାୟାତରେ ବାଧକ ସାଜିଛି ।ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାଘାଟ, ରେଳ ଧାରଣା ଧୋଇ ହୋଇଯାଇଛି । ଯାହାଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଦୁଇ ରାଜ୍ୟରେ ପ୍ରାୟ ୧୪୦ଟି ଟ୍ରେନକୁ ବାତିଲ୍ କରାଯାଇଛି । ବିମାନ ସେବା ମଧ୍ୟ ବନ୍ଦ ରହିଛି । ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାର ୧୧୦ଟି ଗାଁ ପାଣି ଘେରରେ ରହିଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ପ୍ରାକୃତିକ ବିପର୍ୟ୍ୟୟ ଜନିତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ପ୍ରାୟ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି