ବିଦ୍ୟାଳୟରେ ଶିଶୁଦିବସ

ଭୁବନେଶ୍ୱର,୧୪/୧୧- ପଟିଆ କାନନବିହାର ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ଶିଶୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୁର୍ଣାମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଭିନେତ୍ରୀ ପୁଷ୍ପାପଣ୍ଡା,ପ୍ରଧାନଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ଅତିଥିଭାବେ ଯୋଗଦାନ କରି ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାସହ ବିଦ୍ୟା ଅର୍ଜ୍ଜନ କରି ଶୃଂଙ୍ଖଳିତ ହେଲେ ଜୀବନରେ ସଫଳତା ପାଇବାରେ କଷ୍ଟ ହେବନାହିଁ ବୋଲି ପଣ୍ଡା କହିଥିଲେ । ପରେ ପିଲାମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

Comments (0)
Add Comment