କଟକ,୩୧।୧(ଏସଏସନିଉଜ) ବାରଂଗ କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଶନିବାର ଉଦ୍ଭିଦ ବିଜ୍ଞାନର ପ୍ରାଧ୍ୟାପିକା ଏବଂ ବିଭାଗୀୟ ମୁଖ୍ୟ ଡକ୍ଟର ଦୀପ୍ତିମୟୀ ସାମଲଙ୍କ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଷ୍ଟାଫ ଆସୋସିଏସନର ସେକ୍ରେଟାରୀ ପ୍ରକାଶ କୁମାର ପରିଡା ଓ କୋଷାଧ୍ୟକ୍ଷ ଦେବପ୍ରକାଶ ପାତ୍ରଙ୍କର ତତ୍ତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନ୍ ପୌରହିତ୍ୟ କରିଥିବା ବେଳେ ପ୍ରାଧ୍ୟାପକ ଅନୀଲ କୁମାର ପାଢୀ ସଂଯୋଜନା କରିଥିଲେ ।
ଡକ୍ଟର ସାମଲଂକ ଦୀର୍ଘ ଏକ ଦଶନ୍ଧି, ଯାହା ସେ ଏହି ମହାବିଦ୍ୟାଳୟରେ କଟେଇଦେଇଛନ୍ତି ପ୍ରାଧ୍ୟାପକ ସୁରେନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ଡକ୍ଟର ଜୟଶ୍ରୀ ନନ୍ଦ, ଡକ୍ଟର ସୁସ୍ମିତା ତ୍ରିପାଠୀ, ପ୍ରଶାନ୍ତ ବିଶ୍ବାଳ, ସୁକାନ୍ତ ରାଉତ, ରୋଜାଲିନ୍ ଦେବୀ ପ୍ରମୁଖ ସେ ବିଷୟରେ ସ୍ମୃତିଚାରଣ କରିଥିଲେ। ଅଧ୍ୟାପକ ମାନସ ପାତ୍ର, ସୁକାନ୍ତ ରାଉତ, ମାନସ ଦାଶମିଶ୍ର, ଶ୍ରୀକାନ୍ତ ସାହୁ ପ୍ରମୁଖ ଉତ୍ସବ ଆୟୋଜନରେ ସହାୟତା ପ୍ରଦାନ କରିଥିଲେ।