କାର ନେଲା ଜୀବନ

ବାରଙ୍ଗ,୮।୩(ଏସଏସନିଉଜ)ଶନିବାର ରାତିରେ ବାରଙ୍ଗ ମେଡିକାଲ ଛକ ନିକଟରେ ଏକ ନାଲିରଙ୍ଗର କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ଦାଢ଼ାପାଟଣା ଗ୍ରାମର
ସୁଶାନ୍ତ ମହାରଣା।
ପ୍ରକାଶ ଯେ,ଦାଢ଼ାପାଟଣା ଗ୍ରାମର ଗୋବିନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁଶାନ୍ତ ମହାରଣା ଚନ୍ଦକା ବନ ବିଭାଗରେ ଚାକିରି କରନ୍ତି ।ସେ ଶନିବାର ରାତିରେ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ନନ୍ଦନକାନନ – ବାରଙ୍ଗ ରାସ୍ତାର ମେଡିକାଲ ଛକ ନିକଟରେ ଏକ ନାଲି ରଙ୍ଗର କାର ତାଙ୍କୁ ଧକ୍କା ଦେଇ ଦୃତଗତିରେ ପଳାଇ ଯାଇଥିଲା।ପୋଲିସ ତାଙ୍କୁ ଚିକିତ୍ସା ପାଇ କଟକ ମେଡିକାଲକୁ ନେଇଥିବା ବେଳେ ବିଳମ୍ବିତ ରାତିରେ ଡାକ୍ତର ମୃତ ଘୋଷଣା କରିଥିଲେ।କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗ୍ରସ୍ତ ପାଇ ରାସ୍ତାରୁ ହମ୍ପସ ହଟାଯିବା ପରେ ଗାଡ଼ିଗୁଡ଼ିକ ଦୃତ ଗତିରେ ଯାତାୟାତ କରିବାରୁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି।

Comments (0)
Add Comment