Browsing category

ମହାନଗର

ସୁଭଦ୍ରା ରଥର ଶୁଭ ଉଦଘାଟନ

ଭୁବନେଶ୍ୱର,୭ା୯(ଏସଏସନିଉଜ) ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ନିଜର ସ୍ବପ୍ନ ପୂରଣ ପାଇଁ […]

ସମାଜସେବୀଙ୍କ ଶ୍ରଦ୍ଧାଞଳି ସଭା

ମେଣ୍ଢାଶାଳ,୭/୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ସମାଜସେବୀ ସ୍ବର୍ଗତ ପ୍ରଭାତ ରାଉତରାୟଙ୍କ ଏକଦଶାହ ଉପଲକ୍ଷେ ତାଙ୍କ ବାସଭବନରେ ତାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।ତାଙ୍କ ସହ ବାୟୁସେନାରେ କାର୍ୟ୍ୟରତ ଯଦୁନାଥ ସାହୁ,ପ୍ରଦୀପ ଭୋଳ,ହେମନ୍ତ ଭାରିମଲ୍,ନିଲମ ମିଶ୍ର,ସତ୍ୟରଞ୍ଜନ ପରିଡ଼ା, ବିନ ନାୟକ,ଅନ୍ତର୍ୟ୍ୟାମୀ ସାହୁ,ରାମ ଚନ୍ଦ୍ର ବିଶ୍ବାଳ,ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ତାଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,କଂଗ୍ରେସ ନେତା ସନ୍ତୋଷ ଜେନାଙ୍କ ସମେତ ବହୁ ଲୋକ ପ୍ରତିନିଧି ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ […]

ବିଜେପିରେ ମିଶିଲେ ସୁଜିତ କୁମାର

ଭୁବନେଶ୍ୱର,୬/୯(ଏସଏସନିଉଜ)ବିଜେଡିରୁ ଆଜି ଆଉ ଜଣେ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ୱିତୀୟ ରାଜ୍ୟସଭା ସାଂସଦ ଯେ କି ବିଜେଡି ଛାଡ଼ିଲେ। ବିଜେପି ଏହିପରି ଜଣଙ୍କ ପରେ ଜଣେ ନିର୍ବାଚିତ ନେତାଙ୍କୁ ନେବାକୁ ଯୋଜନା ରଖିଥିବା ନେଇ ଆଗରୁ ଯେଉଁ ସୂଚନା ମିଳୁଥିଲା ତାହା ପ୍ରମାଣିତ ହେଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଏହିପରି ଗୋଟିଏ ପରେ ଗୋଟିଏ ଝଟକା ବିଜେପି ମୁଖିଆ […]

ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର,୪ା୯(ଏସଏସନିଉଜ)ସୁଭଦ୍ରା ଫର୍ମ ଆବେଦନକାରୀଙ୍କ ପାଇଁ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ । କହିଲେ, ଯିଏ ଟଙ୍କା ମାଗୁଛି ତା ନାଁରେ ଅଭିଯୋଗ କରନ୍ତୁ । ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବାସୁଭଦ୍ରା ଯୋଜନା ସମ୍ପୂର୍ଣ ଦେୟମୁକ୍ତାଜନସେବା ଆଧାର କେନ୍ଦ୍ରରେ ଆବେଦନକାରୀଙ୍କୁ ଟଙ୍କା ମାଗିବା ମନା , ସୁଭଦ୍ରା ଫର୍ମ ଭରିବା ଏକ ମାଗଣା ସେବା ,ସରକାରଙ୍କ ପକ୍ଷରୁ ଆଧାର ଓ ଜନସେବା କେନ୍ଦ୍ରଙ୍କୁ ଟଙ୍କା ଦିଆଯାଇଛି, ଆବେଦନକାରୀଙ୍କୁ ଟଙ୍କା ମାଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ , ଯିଏ […]

ଏଥର କଟକ ବାଲିଯାତ୍ରା ୮ ଦିନ ଚାଲିବ

କଟକ,୪ା୯(ଏସଏସନିଉଜ)ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ୟ୍ୟନ୍ତ ଏହି ଯାତ୍ରା ଚାଲିବ ।ଏଥିନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗଣମାଧ୍ୟମକୁ ବୁଧବାର ସୂଚନା ଦେଇଛନ୍ତିାସେ କହିଛନ୍ତି, ଏଥର ବହୁ ସଂଖ୍ୟାରେ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଯୋଗ ମିଳିବ। ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯିବ।

ନୂଆଖାଇ ପାଇଁ ସୋମବାର ଛୁଟି

ଭୁବନେଶ୍ବର, , ୪ା୯(ଏସଏସନିଉଜ) ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ତିନି ଦିନ ପରେ ପାଳନ ହେବ। ଆଜି ସରକାର ଘୋଷଣା କରିଛନ୍ତି ଯେ, ଆସନ୍ତା ୯ ତାରିଖ ସୋମବାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ସ୍କୁଲ ଛୁଟି ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି

ଭୁବନେଶ୍ୱର,୩ା୯(ଏସଏସନିଉଜ) ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀାବିଜେପି ରାଜ୍ୟ କାର୍ୟ୍ୟାଳୟକୁ ଆସିଥିବା ବେଳେ ଘଉଡ଼ାଇ ଦେଲୋନିଲମ୍ବନ ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବାରୁ ଘଉଡ଼ାଇ ଦେଲୋଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ଘଉଡ଼ାଇଲୋନିକଟରେ ସୁନୀତିଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲାାଭୁବନେଶ୍ୱର ମହାନଗର ବିଜେପି ମେୟର ପ୍ରାର୍ଥୀ ଥିଲେ ସୁନୀତିା

ବର୍ଷା ବିତ୍ପାତ, ଆନ୍ଧ୍ର ଓ ତେଲଙ୍ଗାନାରେ ୧୯ ମୃତ

ଭୁବନେଶ୍ୱର,୨ା୯(ଏସଏସନିଉଜ)ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ ଦେଖାଦେଇଛି ।ଯାହାଫଳରେ ପ୍ରବଳ ବର୍ଷାରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ବେହାଲ ହୋଇଛି ।ଦୁଇ ଦିନ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହେବାସହ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବାବେଳେ ଯାତାୟାତରେ ବାଧକ ସାଜିଛି ।ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାଘାଟ, ରେଳ ଧାରଣା ଧୋଇ ହୋଇଯାଇଛି । ଯାହାଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଦୁଇ ରାଜ୍ୟରେ ପ୍ରାୟ ୧୪୦ଟି ଟ୍ରେନକୁ ବାତିଲ୍ କରାଯାଇଛି […]

ଝାରପଡା ଜେଲ୍‌ରେ ଗଣ୍ଡଗୋଳ ଘଟଣା

ଭୁବନେଶ୍ୱର,୨ା୯(ଏସଏସନିଉଜ)ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଡିଆଇଜି ଅନସୂୟା ଜେନା ସୋମବାର ଝାରପଡା ଜେଲକୁ ଯାଇ ତନାଘନା କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି । ଜେଲରେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା ।

୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨ା୯(ଏସଏସନିଉଜ) ଆସନ୍ତା ୧୭ତାରିଖରେ ଓଡିଶାଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆସିବାନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବେ ।୧୭ ସୁଦ୍ଧା ଚୟନ ଯୋଗ୍ୟ ହତାଧିକାରୀଙ୍କୁ ପ୍ରଥମ ପର୍ୟ୍ୟାୟରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।