Browsing category

ମହାନଗର

ଖୋଲିବ ନାହିଁ ଆଉ ନୂଆ ମଦ ଦୋକାନ

ଭୁବନେଶ୍ବର,୮ା୮(ଏସଏସନିଉଜ) ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି।ରାଜ୍ୟରେ ଆଉ ନୂଆ ମଦଦୋକାନ ଖୋଲାଯିବ ନାହିଁ ଓ ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସୁଚନା ଦେଇଛନ୍ତି ।ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷ ଠୁାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷା ଯେଉଁ […]

ପାର୍କିଂକୁନେଇ ଦୁଇସାଙ୍ଗଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବର,୮ା୮(ଏସଏସନିଉଜ) ରାତି ପ୍ରାୟ ସାଢ଼େ୯ଟା ବେଳେ ପାର୍କିଂଭଳି ସାମାନ୍ୟ ଘଟଣାକୁ ନେଇ ଦୁଇସାଙ୍ଗଙ୍କୁ ଛୁରିଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି। ଏୟାରଫିଲ୍ଡ ଥାନା କଲ୍ୟାଣପ୍ଲାଜା ଆନେକ୍ସରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର ଜୁଲୁ ସେଠୀ (୩୫) ଓ କଣ୍ଟିଲୋ ଅଞ୍ଚଳର ରଶ୍ମିରଂଜନ ସେଠୀ ଓରଫ ଜିତୁ (୨୮)।ଖବର ପାଇ ଡିସିପି ଓ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କଲ୍ୟାଣପ୍ଲାଜାର ପାର୍କିଂକୁ ନେଇ ପ୍ଲାଜା ମେଣ୍ଟେନାନ୍ସ ଦାୟିତ୍ବରେ […]

ପଶ୍ଚିମବଙ୍ଗରୁ ଆସିଲା ୫ ଟ୍ରକ୍

ଭୁବନେଶ୍ବର,୮ା୮(ଏସଏସନିଉଜ)ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପହଞ୍ଚିଲାଣି । ରାଜ୍ୟସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ।ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି।

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ଭୁବନେଶ୍ୱର,୮ା୮(ଏସଏସନିଉଜ) ଦୀର୍ଘ ଦିନର ଅସୁସ୍ଥତା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟଙ୍କ ଗୁରୁବାର ସକାଳେ କୋଲକାତାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଜୁଲାଇ ୨୯ ତାରିଖରେ ଭଟ୍ଟାଚାର୍ୟ୍ୟଙ୍କୁ ଆଲିପୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଏକାଧିକ ରୋଗ ସହ ସେ ନିମୋନିଆରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କୁ ଭେଣ୍ଟିଲେସନରେ ରଖିବାକୁ ପଡିଥିଲା।ବଙ୍ଗଳାରେ ୩୪ ବର୍ଷ ବାମପନ୍ଥୀ ଶାସନ କାଳରେ ଭଟ୍ଟାଚାର୍ୟ୍ୟ ଦ୍ୱିତୀୟ ଏବଂ ଶେଷ ସିପିଏମ […]

ପ୍ରତି ପଞ୍ଚାୟତରେ ଖୋଲିବ ‘ଜନ ଆରୋଗ୍ୟ ମନ୍ଦିର

  ଭୁବନେଶ୍ବର,୭/୮(ଏସଏସନିଉଜ) ପ୍ରତି ପଞ୍ଚାୟତରେ ଖୋଲିବ ଜନ ଆରୋଗ୍ୟ ମନ୍ଦିର। ଏଥିରେ ଜଣେ ଯୋଗ ଶିକ୍ଷକ ଓ ଅନ୍ୟ ଜଣେ ସହକାରୀ ଯୋଗ ଶିକ୍ଷକ ରହିବେ। ଏଠାରେ ସବୁ ପ୍ରକାର ମେଡିସିନ୍ ମହଜୁଦ ରହିବ। ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସେଠାରେ ଉପକୃତ ହେବେ। ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସହାୟତା ମିଳିପାରିବ। ଏହା ଫଳରେ ନିଜ ପଞ୍ଚାୟତ ଛାଡି ରୋଗୀଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ […]

ସରକାରୀ କର୍ମଚାରୀଙ୍କ ଉପରୁ ହଟିବ 5T ଚାର୍ଟର

ଭୁବନେଶ୍ବର,୭/୮(ଏସଏସନିଉଜ)ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବାବୁଙ୍କ ଉପରୁ ହଟିଛି 5T । ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର । 5T ଚାର୍ଟର ସହ ହଟିଲା ମୋ ସରକାର । କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ ହଟିଲା 5T । 5T ଚାର୍ଟର ହଟାଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ପ୍ରଦୀପ କୁମାର ରଥଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ,୬ା୮(ଏସଏସନିଉଜ) ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଭିଜିଲାନ୍ସ ଗିରଫ କରିଛି ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଏକ କେଜିର ସୁନା ଅଳଙ୍କାର, ୩୦୦ ଗ୍ରାମ ରୁପା, ୧ କୋଟି ୩୮ ଲକ୍ଷ ଟଙ୍କାର ଜମା, ୪୨ଟି ପ୍ଲଟ୍ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। କଟକ ଭିଜିଲାନ୍ସ ଟିମ୍ ଭୁବନେଶ୍ବର, କଟକ, ଭଦ୍ରକ, ଯାଜପୁର ଓ ଖୋର୍ଧାର ୧୨ଟି ସ୍ଥାନରେ ସୋମବାର ଚଢ଼ଉ କରିଥିବାବେଳେ […]

ଖୋଲିବ ରଙ୍ଗିଲା ପ୍ରେମିକ କେଳେଙ୍କାରୀ

ଭୁବନେଶ୍ୱର,୬ା୮(ଏସଏସନିଉଜ) ୫ସ୍ତ୍ରୀଙ୍କସ୍ୱାମୀ ରଙ୍ଗିଲା ସତ୍ୟଜିତସାମଲଙ୍କୁ ଆଜିଠୁ ରିମାଣ୍ଡରେ ନେଇ କମିଶନରେଟ ପୋଲିସ ଅଧିକ ପଚରାଉଚରା କରିବାଏହାପରେ ଖୋଲିବାକୁଯାଉଛି ପ୍ରେମିକ କେଳେଙ୍କାରୀର ଗୁମର ।ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା । ଜଣେ ମହିଳା ପୁଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡ଼ିଥିଲା। ଏବେ ପୂରା […]

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର, ୬ା୮(ଏସଏସନିଉଜ) ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ଭିତରେ ନବାନ୍ନ ଲାଗିଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ ନିଷ୍ପତ୍ତି ଅନୁଯାୟୀ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ ବୋଲି ନିଷ୍ପତି ହୋଇଥିବାର ଜଣାପଡିଛି ।  

ମନ୍ଦିର କାନ୍ଥଭୁଶୁଡ଼ି ଚାଲିଗଲା ୯ ଜୀବନ

ଭୁବନେଶ୍ୱର,୪ା୮(ଏସଏସନିଉଜ) ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ଥିବା ହରଦୌଲ ବାବାଙ୍କ ମନ୍ଦିରରେ ବଡ଼ ଅଘଟଣ ଘଟିଛି ।ଲଗାଣ ବର୍ଷାରେ ମନ୍ଦିର କାନ୍ଥ ଭୁଶୁଡ଼ିପଡିବାରୁ ୯ଜଣ ନୀରିହ ଶିଶୁଙ୍କର ଜୀବନ ଯାଇଛି।ଏଥିରେ ଆଉ କିଛି ପିଲା ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶ୍ରାବଣମାସ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଥିବାବେଳେ ବାବାଙ୍କ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମଚାଲିଥିଲା। ଏତିକିବେଳେ କାନ୍ଥ ହଠାତ୍ ଭୁଶୁଡ଼ିପଡିବାରୁ ଭଙ୍ଗା କାନ୍ଥ ତଳେ ୯ ଜଣ ପିଲା ଚାପି ହୋଇ […]