Browsing category

ମହାନଗର

ଆଶିର୍ବାଦ ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧/୮(ଏସଏସନିଉଜ )ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଆଜି ଓଡ଼ିଶା ବିଧାନସଭା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ ସେ ଅଷ୍ଟ୍ରେଲିଆ ମହାଦେଶ ର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲିପିକାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ […]

ସୁଭଦ୍ରାକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା

ଭୁବନେଶ୍ବର,୩୧/୮(ଏସଏସନିଉଜ) ଅଙ୍ଗନବାଡ଼ିକର୍ମୀ ଆବେଦନ କରିପାରିବେ ସୁଭଦ୍ରା।ସୁଭଦ୍ରା ଯୋଜନାକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କଲେ ସରକାର।ଅଙ୍ଗନବାଡ଼ି କର୍ମୀ, ସହାୟିକା ବି ଆବେଦନ କରିପାରିବେ ସୁଭଦ୍ରା ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି ରିସୋର୍ସପର୍ସନ ଆବେଦନ କରିପାରିବେ ।ଏମ୍‌ବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ନିଯୁକ୍ତ ମହିଳା ଆବେଦନ କରିପାରିବେ।ଅନ୍ୟ ସମସ୍ତ ମାନଦଣ୍ଡରେ ଯୋଗ୍ୟ ହେଉଥିଲେ ଆବେଦନ କରିପାରିବେ।ଏଥିନିମନ୍ତେ ଟୋଲ୍‌ଫ୍ରି ନମ୍ବର ୧୪୬୭୮ ଜାରି କରାଯାଇଛି।ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ୧୪୬୭୮ ଜାରି କରାଯାଇଥିବା […]

ପିଏମ୍- ଉଷା ଶୁଭାରମ୍ଭ

ଭୁବନେଶ୍ବର,୩୧/୮(ଏସଏସନିଉଜ)ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷାଅଭିଯାନ (ପିଏମ୍- ଉଷା) ଶୁଭାରମ୍ଭ ହୋଇଛି।କୃଷି ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପିଏମ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ହୋଇଛି।ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବ ‘ପିଏମ୍ । ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମ୍‌କୁ ଗୁରୁତ୍ବ ଦିଆଯିବ।ଦକ୍ଷତା ବିକାଶ, ଚାକିରି କ୍ଷେତ୍ରରେ ସହାୟକ ହେବ।

ଭାରତକୁ ମିଳିଛି INS ଅରିଘାତ

ଭୁବନେଶ୍ବର,୩୧/୮(ଏସଏସନିଉଜ)ଭାରତକୁ ମିଳିଛି ଦ୍ୱିତୀୟ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ INS ଅରିଘାତ।ଏହାକୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ସାମିଲ କରାଯାଇଛି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା INS Arighaatରେ ଅନେକ ପ୍ରକାରର ନୂତନ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି।ଆଣବିକ ଇନ୍ଧନରେ ଚାଲୁଥିବା ଓ ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏହି ବୁଡ଼ାଜାହାଜ ଅରିହନ୍ତ ଶ୍ରେଣୀର ଏକ ଅତ୍ୟାଧୁନିକ SSBN ଅଟେ। ଏହା ବିଶାଖାପଟନମରେ ଅବସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି ହୋଇଛି। ଏହାର ଓଜନ ପ୍ରାୟ ୬୦୦ ଟନ। ଲମ୍ବ […]

ଛତୁଆ ଦୁର୍ନୀତି,କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର,୩୧/୮(ଏସଏସନିଉଜ)ଛତୁଆମାନକୁ ନେଇ ଗୃହରେ ଏକାଧିକ ବିଧାୟକଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି।ଗୃହରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି।ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ସହ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି।୫ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବିବରଣୀ ମାଗିଛନ୍ତି।ସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରି ରିପୋର୍ଟ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଗୃହକୁ ଜଣାଇଛନ୍ତି।

ଚୋରା ମୋହରମ ଆସୁଥିଲା

ବାରଙ୍ଗ, ୨୯/୮(ଏସଏସନିଉଜ) ବୁଧବାର ବିଳମ୍ବିତ ରାତିରେ ଗୋଡିସାହି ଫାଣ୍ଡି ପୁଲିସ ବେଆଇନ ଭାବେ ଚୋରାରେ ମୋହରମ ଚାଲାଣ କରୁଥିବା ୨ ହାଇୱା ଗାଡ଼ିକୁ ଜବତ କରିଛି । ବିଳମ୍ବିତ ରାତିରେ ଗୋଡିସାହି ଫାଣ୍ଡି ପୁଲିସ ପଇଁତରା କରୁଥିବା ବେଳେ ଏହି ୨ଟି ମୋହରମ ବୋଝେଇ ହାଇୱା ଯାହାର ଗାଡ଼ି ନମ୍ୱର ଓଡ଼ି ୧୮ଇ ୬୧୫୭ ଓ ଓଡି ୦୫ଏ ଏମ ୫୧୮୪ନମ୍ୱର ଗୋଡିସାହି ପଟକୁ ଆସୁଥିବା ବେଳେ ପୁଲିସ ସେମାନଙ୍କୁ ରୋକିଥିଲା । ଗାଡି ଚାଳକ ମୋହରମ […]

ବ୍ୟାଙ୍କ ଚୋରି ଘଟଣା

  ବାରଙ୍ଗ,୨୯/୮(ଏସଏସନିଉଜ) ବାରଙ୍ଗ ଥାନା ପୁଲିସ ଏକ ବ୍ୟାଙ୍କ ଚୋରି ଘଟଣା ଉପରୁ ପରଦା ଉଠାଇଛି।ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଚୋରି ସାମଗ୍ରୀ ଜବତ କରି ଗୁରୁବାର ଦିନ କୋର୍ଟ ଚାଲଣ କରିଛି। ପ୍ରକାଶ ଯେ , ଜୁଲାଇ ୨୬ତାରିଖ ବିଳମ୍ବିତ ରାତିରେ ନାରାଜ-ମାର୍ଥାପୁର ଗ୍ରାମରେ ଥିବା କାନାରା ବ୍ୟାଙ୍କରୁ ଦୁଇ ଜଣ ଦୂର୍ବୁତ ଶାବଳ ରେ ଝରକା ତାଡ଼ି ବ୍ୟାଙ୍କ ଭିତରକୁ ପଶିଥିଲେ । ବ୍ୟାଙ୍କ ରୁ କୌଣସି ଟଙ୍କା ନପାଇ […]

୪ର୍ଥ ଥରପାଇଁ ମା ହେଲା ବିଜଲି

ବାରଙ୍ଗ,୨୯/୮(ଏସଏସନିଉଜ)ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ସିଂହୀବିଜଲି ଗୁରୁବାର ଦିନ ୫ଛୁଆଙ୍କୁ ଜନ୍ମ ଦେଇଛି।୨୦୨୦ ମସିହାରେ ବିଜଲିକୁ ଇନ୍ଦୋର ପ୍ରାଣୀଉଦ୍ୟାନରୁ ନନ୍ଦନ କାନନକୁ ଅଣାଯାଇଥିଲା ।୯ବର୍ଷ ବୟସ୍କା ବିଜଲି ଚତୁର୍ଥ ଥରପାଇଁ ମା ହୋଇଛି।ଏଥର ସିଂହ ସମ୍ରାଟ ସହ ମିଶି ୪ର୍ଥ ଥରପାଇଁ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ବିଜଲି। ବିଜଲିର ଜନ୍ମ ବୃତାନ୍ତ ସହ ଏବେକାର ସ୍ଥିତିକୁ ଶିଶିକ୍ୟାମେରା ମାଧ୍ୟମରେ ଅନୁଧ୍ୟାନ କରାଯାଉଛି ଓ ତାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ନନ୍ଦନକାନନ।ମାଆ ଛୁଆମାନଙ୍କର ଯତ୍ନ […]

ଆଉ ନାହାନ୍ତି ଯୁବ ସମାଜସେବୀ ପ୍ରଭାତକୁମାରରାଉତରାୟ

ମେଣ୍ଢାଶାଳ,୨୭ା୮(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଯୁବସମାଜସେବୀ ପ୍ରଭାତକୁମାରରାଉତରାୟ(୫୦)ଙ୍କର ଚିିସ୍ସିତ ଅବସ୍ଥାରେ ମଙ୍ଗଳବାରଦିନ ବିୟୋଗ ଘଟିଛି ।ସେ ସ୍ୱର୍ଗତ ରାଉତରାୟ ଉଚ୍ଚଶିକ୍ଷା ଗ୍ରହଣକପରେ ବାୟୁସେନାରୁପେ କାର୍ଯ୍ୟକରୁଥିଲୋଚାକରିରୁ ଅବସରପରେ ସମାଜସେବାରେ ନଜକୁ ନିୟୋଜିତକରିଥରଲେ ।ମେଣ୍ଢାଶାଳ ଗ୍ରାସଫେଇକାର୍ଯ୍ୟ ହାତକୁନେଇ ସ୍ୱାସ୍ଛଡ଼ାରତ ଗ୍ରାମ କାର୍ଯ୍ୟକ୍ରମଆରମ୍ଭ କରିଥିଲେ ।ଗ୍ରାମର ବିଭିନ୍ନରାସ୍ତାକଡରେ ବୃକ୍ଷରୋପଣ କରି ରକ୍ଷାଣାବେକ୍ଷଣ କରିବା ସହ ବାରାପିଟା,ହରିଡାମଡା,ଗିରିଙ୍ଗାପୁଟଗିରିଙ୍ଗାପୁଟ ଗ୍ରାମମାନଙ୍କରେ ବୃକ୍ଷରୋପଣ ସହ ଗରିବପରିବାରେ ସନ୍ତାନ ଜନ୍ମ ସମୟରେ ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରି ବେଶ ର୍ଚ୍ଚାରେ ରହିଥିଲେ ।ଗତବର୍ଷଠାରୁ ତାଙ୍କର ଶାରରୀକ ଅସୁସ୍ଥତା ଯୋଗୁ ସେ […]

ଡେରାସରେ ଭୋଜିବେଳେ ଗଣ୍ଡୋଗଳ

ବାରଙ୍ଗ,୨୬/୮(ଏସଏସନିଉଜ)ରବିବାରଦିନ ଚନ୍ଦକାଥାନା ଅଧିନସ୍ଥ ଡେରାସରେ ବଣଭୋଜିକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ମାରଧର ଓ ଜଣଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଘଟଣାରେ ୭ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି ପୋଲିସ ।ସେମାନେ ହେଲେ ମେଣ୍ଢାଶାଳ ଗ୍ରାମର ବିପିନ୍ କୁମାର ଶତପଥୀ ଓ ବୁବୁ ଓରଫ ସରୋଜ କୁମାର ବଳିଆର ସିଂହ ଓ ପିତାପଲି ଗ୍ରାମର ଲିପୁନ ପରିଡ଼ା,ଲିଙ୍ଗରାଜ ପ୍ରଧାନ,ବିକ୍ରମ ପ୍ରଧାନ,ଗଙ୍ଗେଶ୍ୱର୍ ପ୍ରଧାନ ଓ ସଞ୍ଜୀବ ପ୍ରଧାନ। ପ୍ରକାଶ ଯେ,ରବିବାର ଦିନ ମେଣ୍ଢାଶାଳ ଗ୍ରାମର ସରୋଜ କୁମାର ବଳିଆରସିଂହ […]