ଭୁବନେଶ୍ବର,୩୧/୮(ଏସଏସନିଉଜ) ଅଙ୍ଗନବାଡ଼ିକର୍ମୀ ଆବେଦନ କରିପାରିବେ ସୁଭଦ୍ରା।ସୁଭଦ୍ରା ଯୋଜନାକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କଲେ ସରକାର।ଅଙ୍ଗନବାଡ଼ି କର୍ମୀ, ସହାୟିକା ବି ଆବେଦନ କରିପାରିବେ ସୁଭଦ୍ରା
ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି ରିସୋର୍ସପର୍ସନ ଆବେଦନ କରିପାରିବେ ।ଏମ୍ବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ନିଯୁକ୍ତ ମହିଳା ଆବେଦନ କରିପାରିବେ।ଅନ୍ୟ ସମସ୍ତ ମାନଦଣ୍ଡରେ ଯୋଗ୍ୟ ହେଉଥିଲେ ଆବେଦନ କରିପାରିବେ।ଏଥିନିମନ୍ତେ ଟୋଲ୍ଫ୍ରି ନମ୍ବର ୧୪୬୭୮ ଜାରି କରାଯାଇଛି।ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ୧୪୬୭୮ ଜାରି କରାଯାଇଥିବା ବେଳେସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ନମ୍ବର।ଏହି ସମୟ ମଧ୍ୟରେ ଯେକେହି ଫୋନ୍ କରି ସୁଭଦ୍ରା ତଥ୍ୟ ପାଇପାରିବେ ବୋଲି କୁହାଯାଇଛି।